କନକ ବ୍ୟୁରୋ: ଇରାନ୍‌ ଉପରେ ଆମେରିକା ପକାଇବ ପରମାଣୁ ବୋମା । ଇସ୍ରାଏଲ ଇରାନ୍‌ ଯୁଦ୍ଧ ଭିତରେ ଏମିତି ଚର୍ଚ୍ଚା ହେଉଛି । ଖାଲି ଚର୍ଚ୍ଚା ହେଉଛି ତାହା ନୁହେଁ ବରଂ ଇରାନକୁ ପାନେ ଦେବାକୁ ଟ୍ରମ୍ପ ପ୍ରଶାସନ ପୂରା ପ୍ରସ୍ତୁତ ଅଛି । ଖାସ୍‌ କରି ଅଧ ରାତିରେ ଆମେରିକା ଏୟାରବେସ୍‌ରୁ ଯୁଦ୍ଧ ବିମାନ ଉଡ଼ାଣ ଭରିବା ପରେ ଏବେ ଏମିତି କିଛି ଚର୍ଚ୍ଚା ହେଉଛି । କୁହାଯାଉଛି କି, ଇସ୍ରାଏଲକୁ ପୂର୍ଣ୍ଣ ସହଯୋଗ କରୁଛି ଆମେରିକା । ଉଭୟ ଆର୍ଥିକ ଓ ସାମରିକ କ୍ଷେତ୍ରରେ ବି ସାହାଯ୍ୟ ମିଳୁଛି । ଅବଶ୍ୟ ଏନେଇ ଋଷିଆ ଚେତାବନୀ ଦେଇଛି ହେଲେ ବି ଏହା ପରେ ଆମେରିକା ନିଜ ଜିଦ୍‌ରେ ଅଟଳ ରହିଛି ।

Advertisment

ଇରାନ୍‌ ଉପରେ ଆମେରିକା ପକାଇବ ପରମାଣୁ !
ଅଧ ରାତିରେ ଉଡ଼ାଣ ଭରିଲା ଯୁଦ୍ଧ ବିମାନ
ଜାପାନ୍‌ ପରେ ଆମେରିକା ଟାର୍ଗେଟ୍‌ରେ ଇରାନ୍‌  !
ଜାପାନ୍‌ ପରେ ଇରାନ୍‌ରେ ହାହାକାର କରିବ ଆମେରିକା
ଯଦି ପରମାଣୁ ବୋମା ପକାଇଦିଏ…
କେବେ ପକାଇବ ସେନେଇ ବଢିଲା ଚର୍ଚ୍ଚା

ଆମେରିକା ପାଖରେ ଦୁନିଆର ସବୁଠୁ ଅଧିକ ପରମାଣୁ ବୋମା ଗଚ୍ଛିତ ହୋଇ ରହିଛି । ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଜାପାନର ହିରୋସିମା ଓ ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା । ଏହି ପରମାଣୁ ବୋମା ଏତେ ଘାତକ ଥିଲା ଯେ ଲକ୍ଷଲକ୍ଷ ଲୋକଙ୍କ ପ୍ରାଣ ଯାଇଥିଲା । ଖାଲି ପ୍ରାଣ ଯାଇଥିଲା ତାହା ନୁହେଁ ବରଂ ଲକ୍ଷାଧିକ ଲୋକ ଦିବ୍ୟାଙ୍ଗ ହୋଇଯାଇଥିଲେ । ଏବେ ବି ଜାପାନରେ ସେହି ଅଞ୍ଚଳରେ ପିଲାମାନେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି । ଆଉ ଏବେ ପୁଣି ଥରେ ଇରାନ ଉପରେ ଆମେରିକା ଟାର୍ଗେଟ୍‌ କରିବ ବୋଲି ଜଣାପଡ଼ିବା ପରେ ପୂରା ବିଶ୍ବରେ ଏହାକୁ ନେଇ ଆତଙ୍କ ଖେଳିଯାଇଛି ।

ବିମାନର ନାଁ ଇ-୪ ବି
ଯୁଦ୍ଧ ବେଳେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଏ

ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଆମେରିକାର ଇ-୪ ବି ବିମାନ ପରମାଣୁ ସଂପନ୍ନ । ଅର୍ଥାତ୍‌ ଯେବେ ଯୁଦ୍ଧକୁ ଅବତୀର୍ଣ୍ଣ ଆମେରିକା କରେ ସେବେ ସେବେ ଆମେରିକା ଏହି ବିମାନର ଉପଯୋଗ କରେ । ତେବେ ଏବେ ସେହି ବିମାନ ଉଡ଼ାଣ ଭରିବା ପରେ ସ୍ପଷ୍ଟ ହେଉଛି କି ଆମେରିକା ଯୁଦ୍ଧ ମୈଦାନକୁ ଓହ୍ଲାଇବ । ସୂଚନା ଅନୁସାରେ ପାଖାପାଖି ୪ ଘଣ୍ଟା ଉଡ଼ାଣ ଭରିବା ପରେ ପୁଣି ଥରେ ଏୟାରବେସ୍‌କୁ ଫେରିଛି । 

ଆମେରିକାର ପ୍ଲାନ୍‌ କଣ

ଆମେରିକାର ଏହି ଘାତକ ପ୍ଲେନ୍‌କୁ ଡୁମ୍ସ ଡେ ପ୍ଲେନ୍‌ ବି କୁହାଯାଏ । ଅର୍ଥାତ୍‌ କୌଣସି ପ୍ରତିକୂଳ ପରିସ୍ଥିତିରେ ହିଁ ଏହା ଉଡ଼ାଣ ଭରେ । ତେବେ ଏବେ ଇସ୍ରାଏଲ ଓ ଆମେରିକା ମଧ୍ୟରେ ଲାଗିଥିବା ଯୁଦ୍ଧରେ ଯଦି ଆମେରିକା ଓହ୍ଲାଇବ ତାହେଲେ ତୃତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇପାରେ ବୋଲି ଚର୍ଚ୍ଚା ବି ହେଉଛି । କୁହାଯାଉଛି ଏହା ଆମେରିକା ପ୍ରତିରକ୍ଷା କ୍ଷେତ୍ରରେ ବେଶ୍‌ ଗୁରୁତ୍ବପୂର୍ଣ୍ଣ । କାରଣ ଏହା କମାଣ୍ଡ ଦେବାର କ୍ଷମତା ବି ରଖେ । ସୂଚନା ଅନୁସାରେ, ଏହି ବିମାନରେ ଏକା ସାଙ୍ଗରେ ୧୧୨ ଜଣ କମାଣ୍ଡୋଙ୍କୁ ନେବାର କ୍ଷମତା ରଖୁଥିବା ବେଳେ ଏହାର ଲକ୍ଷଭେଦର କ୍ଷମତା ୭ ହଜାର ମାଇଲ୍‌ । ଖାଲି ଏତିକି ନୁହେଁ ଏହା ପରମାଣୁ ନିରୋଧୀ ବି । 

ମୋଟ୍‌ ଉପରେ ଆମେରିକାର ଏହି ବିମାନ ଉଡ଼ାଣ ଭରିବା ପରେ ପୂରା ବିଶ୍ବ ନଜର ରଖିଛି । କାରଣ ଜାପାନ ଉପରେ ବି ଯେବେ ଆକ୍ରମଣ କରିଥିଲା ସେବେ ବି ଏମିତି କିଛି ହଲଚଲ୍‌ ହୋଇଥିଲା ଆମେରିକାରେ । ଏବେ ସମୟ କହିବ ଆମେରିକା କେବେ ଓ କେଉଁ ସ୍ଥାନରେ ଆକ୍ରମଣ କରୁଛି ।