air aunty Photograph: (kanaknews)
କନକ ବ୍ୟୁରୋ: ବିମାନରେ ଯାତ୍ର୍ରୀଙ୍କ ପାଇଁ ହଷ୍ଟେସ୍ ନିଯୁକ୍ତ ହୋଇଥାନ୍ତି ବୋଲି ଆପଣଙ୍କୁ ଜଣାଥିବ । ହେଲେ ଏବେ ଏୟାର ହଷ୍ଟେସ ସହ ପ୍ଲେନରେ କାମ କରିବେ ଏୟାର ଆଣ୍ଟି । ଆପଣଙ୍କୁ ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । କିନ୍ତୁ ଏହା ପୂରାପୂରି ସତ, ବିଶ୍ବର ଏକ ବଡ଼ ଏୟାରଲାଇନ୍ସ ବିବାହିତ ଏବଂ ମାଆ ମାନଙ୍କ ପାଇଁ ଆଣିଛି ନିଯୁକ୍ତି ସୁଯୋଗ । ଯାହାକୁ ନେଇ ଏବେ ଚର୍ଚ୍ଚା ଯେତିକି ବିବାଦ ମଧ୍ୟ ସେତିକି ବଢ଼ିବାରେ ଲାଗିଛି ।
ଚାଇନାରୁ ଆସିଛି ଏଭଳି ରୋଚକ ଖବର । ଅନ୍ତର୍ଜାତୀୟ ଖବର ଅନୁସାରେ, ସ୍ପ୍ରିଙ୍ଗ୍ ଏୟାର ଲାଇନ୍ସ ନାମକ ଏକ ସଂସ୍ଥା ଅକ୍ଟୋବର ୨୨ ତାରିଖରେ ନିଜ ଏୟାର ଲାଇନ୍ସ ପାଇଁ ବିଜ୍ଞପ୍ତି ବାହାର କରିଥିଲା । କ୍ରୁ ମେମ୍ବରଙ୍କ ସହ ଅନେକ ଗୁଡ଼ିଏ ପୋଷ୍ଟରେ ନିଯୁକ୍ତି ହେବ ବୋଲି ଏକ ଘୋଷଣାପତ୍ର ଜାରି କରିଥିଲା କମ୍ପାନି । ଆଉ ସେଥିରେ ବିଶେଷ କରି ଏୟାର ଆଣ୍ଟି ପାଇଁ ୨୦ରୁ ୪୦ ବର୍ଷୀୟ ମହିଳାମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଥିଲା । ଯେଉଁମାନେ ବିବାହିତ କିମ୍ବା ସେମାନଙ୍କ ସନ୍ତାନ ରହିଛନ୍ତି ସେମାନେ ମଧ୍ୟ ଆବେଦନ କରିବେ । ଅତି କମରେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ହେବା ଆବଶ୍ୟକ ବୋଲି କମ୍ପାନି କହିଛି ।
ଉତ୍ତରପ୍ରଦେଶର ମିର୍ଜାପୁରରେ ବଡ଼ ଟ୍ରେନ୍ ଦୁର୍ଘଟଣା : ଗଙ୍ଗାରେ ବୁଡ଼ ପକାଇବା ପୂର୍ବରୁ ଚାଲିଗଲା ଜୀବନ
ଏପଟେ ବିବାଦ ସେତେବେଳେ ବଢିଥିଲା ଯେତେବେଳେ କମ୍ପାନି ୨୫ରୁ ୪୦ ବର୍ଷ ବୟସର ବିବାହିତ ମହିଳାଙ୍କୁ ଏୟାର ଆଣ୍ଟି ବୋଲି କହିଥିଲା । ଯାହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠାଇଥିଲେ । ଏହାର ଜବାବରେ କମ୍ପାନି କହିଛି ଏହା ନୂଆ ଘଟଣା ନୁହେଁ । ଚାଇନାରେ ଅବସର ବୟସ ୫୦ । ୧୯୯୦ ମସିହାରୁ ଏୟାର ଆଣ୍ଟି ଶବ୍ଦ ବ୍ୟବହାର ହୋଇ ଆସୁଛି । ସେମାନେ ମଧ୍ୟ ଅନ୍ୟ ଏୟାର ହଷ୍ଟେସଙ୍କ ଭଳି କାର୍ଯ୍ୟ କରିବେ । ଏପରିକି ଏୟାରଲାଇନ୍ସରେ ଏବେ ୮୮ ଜଣ ଏୟାର ଆଣ୍ଟି ରହିଛନ୍ତି । ପ୍ରାୟ ୭୫ ପ୍ରତିଶତ କାର୍ଯ୍ୟ ସେମାନଙ୍କ ଦ୍ୱାରା ସମ୍ପାଦିତ ହୋଇଥାଏ । ହେଲେ ଏୟାର ଆଣ୍ଟି ନାଁକୁ ପରିବର୍ତ୍ତନ କରିବାକୁ ବିଭିନ୍ନ ମହଲରେ ଦାବି ହେଲାଣି ।
ପୂର୍ବରୁ ସ୍ପ୍ରିଙ୍ଗ୍ ଏୟାରଲାଇନ୍ସ କେବଳ ୧୮ରୁ ୨୫ ବର୍ଷୀୟ ଯୁବତୀଙ୍କୁ ନିଯୁକ୍ତି ଦେଉଥିଲା କିନ୍ତୁ ଏବେ ଅଧିକ ବୟସର ମହିଳାଙ୍କୁ ସାମିଲ କରାଯିବାକୁ ଯୋଜନା ହେଉଛି । କାରଣ ଅଧିକ ବୟସର ମହିଳାମାନେ କୁନି କୁନି ପିଲାଙ୍କ ଯତ୍ନ ନେବା ସହ ବୟସ୍କଙ୍କ ଯତ୍ନ ଭଲକରି ନେଇ ପାରିବେ ବୋଲି ଏୟାରଲାଇନ୍ସ ଯୁକ୍ତି ବାଢ଼ିଛି ।
Follow Us