କନକ ବ୍ୟୁରୋ : ଶ୍ରାବଣ ମାସକୁ ଭଗବାନ ଶିବଙ୍କ ଭକ୍ତିର ସର୍ବୋଚ୍ଚ ପର୍ବ ଭାବରେ ବିବେଚନା କରାଯାଏ । କିନ୍ତୁ ରାଜସ୍ଥାନର ବାଗଡ ଅଞ୍ଚଳରେ ବିଶେଷ କରି ବାଁଶୱାଡା ଏବଂ ଡୁଙ୍ଗରପୁର ଜିଲ୍ଲାରେ ଶ୍ରାବଣର ଆରମ୍ଭ ଟିକିଏ ଅନନ୍ୟ ଅଟେ । ଏଠାରେ ଶ୍ରାବଣ ହରିଆଲି ଅମାବାସ୍ୟାର ପ୍ରାୟ ପନ୍ଦର ଦିନ ପରେ ଆରମ୍ଭ ହୁଏ, ଯେଉଁଥିପାଇଁ ଏହି ପର୍ବ ପ୍ରାୟ ଦେଢ଼ ମାସ ପର୍ଯ୍ୟନ୍ତ ଚାଲିଥାଏ । ଏହି ସମୟ ଭକ୍ତି, ସମର୍ପଣ ଏବଂ ସାଂସ୍କୃତିକ ସମନ୍ୱୟର ଏକ ଦୀର୍ଘ କାହାଣୀ ବୁଣିଥାଏ । ଏହି ଅଧ୍ୟାୟର ଏକ ସବୁଠାରୁ ଅନନ୍ୟ ଏବଂ ପ୍ରେରଣାଦାୟକ ପୃଷ୍ଠା ହେଉଛି ମନ୍ଦାରେଶ୍ୱର ମହାଦେବ ମନ୍ଦିର,ଯାହା ବାଁଶୱାଡା ଜିଲ୍ଲା ମୁଖ୍ୟାଳୟର ପାଦଦେଶରେ ଅବସ୍ଥିତ । ମନ୍ଦାରେଶ୍ୱର ମହାଦେବ ମନ୍ଦିର କେବଳ ଏକ ଶିବ ମନ୍ଦିର ନୁହେଁ ଏହା ଭାରତୀୟ ସଂସ୍କୃତିର ଏକ ଜୀବନ୍ତ ପ୍ରମାଣ ଯେଉଁଠାରେ ଶିବ ଏବଂ ଫକୀର ବାବା ଦୁହେଁ ପୂଜା ପାଆନ୍ତି ।
/filters:format(webp)/kanak/media/media_files/2025/07/15/mandareswar-2025-07-15-15-28-07.jpg)
ମନ୍ଦିରର ସବୁଠାରୁ ସ୍ବତନ୍ତ୍ର କଥା ହେଉଛି ଏହାର ପରିସରରେ ଥିବା ମଦାର ଫକୀର ବାବାଙ୍କ ମଜାର । ଏହା ଏପରି ଏକ ଦୃଶ୍ୟ ଯାହା ବୋଧହୁଏ ଅନ୍ୟ କେଉଁଠାରେ ଦେଖିବାକୁ ମିଳେନାହିଁ । ଯେଉଁଠାରେ ଶିବଙ୍କ ପୂଜକ ଭଗବାନ ଭୋଳାନାଥଙ୍କ ଆରାଧନା ସହିତ ପୂର୍ଣ୍ଣ ଶ୍ରଦ୍ଧାର ସହିତ ମଜାର ଉପରେ ଚାଦର ଚଢ଼ାନ୍ତି । ଶ୍ରାବଣ ସୋମବାରରେ କାଉଡ଼ିଆ ଭକ୍ତ ଶମ୍ଭୁନାଥଙ୍କୁ ଜଳଲାଗି କରିବା ସହ ଫକୀରବାବାଙ୍କ ମଜାରରେ ଚାଦର ଚଢ଼ାନ୍ତି । ମୁସଲିମ୍ ସମ୍ପ୍ରଦାୟର ଲୋକେ ଏହି ମନ୍ଦିରକୁ ଆସି ଭଗବାନ ଶିବଙ୍କୁ ମୁଣ୍ଡିଆ ମାରିବା ସହ ମଜାର ଉପରେ ଚାଦର ଚଢ଼ାଇଥା’ନ୍ତି । କଳିଯୁଗରେ ମନ୍ଦାରେଶ୍ୱର ମହାଦେବ ମନ୍ଦିର ସମାଜକୁ ଏହି ଉଦାହରଣ ଦେଉଛି ଯେ ଆସ୍ଥା ବାଣ୍ଟିବାର କାମ କରିନଥାଏ ବରଂ ଯୋଡ଼ିବାର କାମ କରେ । ଏହି ପବିତ୍ର ସ୍ଥଳରେ ବିଭିନ୍ନ ଧର୍ମର ଲୋକ ଏକାଠି ହୁଅନ୍ତି ଏବଂ ପରସ୍ପରର ଆସ୍ଥାକୁ ସମ୍ମାନ ଦେବା ସହ ଏକତାର ବାର୍ତ୍ତା ଦିଅନ୍ତି ।
/filters:format(webp)/kanak/media/media_files/2025/07/15/shiva-2025-07-15-15-30-26.jpg)
ରାଜସ୍ଥାନର ବାଁଶୱାଡାରେ ଶ୍ରାବଣ ଦେଢ଼ମାସ ପର୍ଯ୍ୟନ୍ତ ଚାଲେ । ଏହା ଭକ୍ତମାନଙ୍କୁ ଭଗବାନ ଶିବଙ୍କ ଆରାଧନା ଏବଂ ଭକ୍ତିରେ ଲୀନ ହେବା ପାଇଁ ଅଧିକ ସମୟ ଦେଇଥାଏ । ଏହି ସମୟ ମଧ୍ୟରେ ମନ୍ଦିରରେ ବିଶେଷ ପୂଜା-ଅର୍ଚ୍ଚନା, ଭଜନ-କୀର୍ତ୍ତନ ଏବଂ ଧାର୍ମିକ ଅନୁଷ୍ଠାନର ଆୟୋଜନ ହୋଇଥାଏ, ଯେଉଁଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭାଗ ନିଅନ୍ତି । ମନ୍ଦାରେଶ୍ୱର ମହାଦେବ ମନ୍ଦିର ଏହି ବିସ୍ତାରିତ ଶ୍ରାବଣର କେନ୍ଦ୍ରବିନ୍ଦୁ ହୋଇଯାଏ, ଯେଉଁଠାରେ ପ୍ରତିଦିନ ସାମ୍ପ୍ରଦାୟିକ ଏକତାର ଉଦାହରଣ ଗୁଞ୍ଜରିତ ହୁଏ ।