Jagadguru Swami Rambhadracharya : ପ୍ରେମାନନ୍ଦ ମହାରାଜଙ୍କ ଉପରେ ବର୍ଷିଲେ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ

ରାମଭଦ୍ରାଚାର୍ଯ୍ୟ କହିଛନ୍ତି, "ମୁଁ ପ୍ରେମାନନ୍ଦଙ୍କୁ ଏକ ଚମତ୍କାର ବୋଲି ମାନେ ନାହିଁ । ସେ ମୋ ସମ୍ମୁଖରେ ସଂସ୍କୃତର ଗୋଟିଏ ଶବ୍ଦ କିମ୍ବା ସଂସ୍କୃତ ଶ୍ଲୋକର ଅର୍ଥ ବୁଝାଇ ଦେଖାନ୍ତୁ ତ.. ସେ ମୋ ପିଲା ପରି.. ଯଦି କେହି ଶାସ୍ତ୍ର ଜାଣନ୍ତି ତେବେ ତାଙ୍କୁ ଚମତ୍କାରୀ କୁହାଯାଇପାରିବ

Premananda

Premananda Photograph: (Kanak News)

କନକ ବ୍ୟୁରୋ: ଏବେ ଚର୍ଚ୍ଚାରେ ପ୍ରେମାନନ୍ଦ ମହାରାଜ । ପ୍ରତିଦିନ ଆପଣମାନେ ସୋସିଆଲ ମିଡିଆରେ ତାଙ୍କର ଅନେକ ପ୍ରବଚନ ଦେଖୁଥିବେ । ଖାଲି ପ୍ରବଚନ ଦେଖିଥିବେ ତାହା ନୁହେଁ ବରଂ ତାଙ୍କ ପାଖରେ ନେତା, ମନ୍ତ୍ରୀ ଓ ଫିଲ୍ମଷ୍ଟାର ଧାଡ଼ି ଲଗାନ୍ତି । ତାଙ୍କର ପ୍ରତିଟି କଥା ଆପଣମାନଙ୍କ ମଧ୍ୟରୁ ଅନେକ ଷ୍ଟାଟସ୍‌ ମଧ୍ୟ ଦିଅନ୍ତି । ଆମେ ସମସ୍ତେ ଜାଣିଛେ ପ୍ରେମାନନ୍ଦ ମହାରାଜଙ୍କର ଦୁଇଟି କିଡ୍‌ନି ଖରାପ ହୋଇଛି । ହେଲେ ବି ସେ ପ୍ରବଚନ ଦେଉଛନ୍ତି । କିନ୍ତୁ ଗତକିଛି ଦିନ ହେବ ସେ ବେଶ୍‌ ବିବାଦ ଘେରରେ ରହିଛନ୍ତି । ହେଲେ ଏବେ ତାଙ୍କୁ ନେଇ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର । 

ପ୍ରେମାନନ୍ଦ ମହାରାଜଙ୍କ ଉପରେ ବର୍ଷିଲେ 
ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ
କହିଲେ, ମୁଁ ତାଙ୍କୁ ଚମତ୍କାର ବୋଲି ଆଦୌ ଭାବେ ନାହିଁ
ସଂସ୍କୃତରେ ସେ ଗୋଟିଏ ଶ୍ଲୋକ ବି ଠିକ୍‌ରେ ବୁଝାଇପାରିବେ ନାହିଁ

ରାମଭଦ୍ରାଚାର୍ଯ୍ୟ କହିଲେ, ପ୍ରେମାନନ୍ଦ ମୋ ପିଲା ପରି
ଯିଏ ଶାସ୍ତ୍ର ଜାଣିଛନ୍ତି ତାଙ୍କୁ ଚମତ୍କାରୀ ବୋଲି କୁହାଯିବ

ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କ ସତସଙ୍ଗ ସବୁବେଳେ ଚର୍ଚ୍ଚାରେ ଥାଏ। ସୋସିଆଲ ମିଡିଆରେ ତାଙ୍କର ଅନେକ ଭିଡିଓ ଭାଇରାଲ ହେଉଥିବା ଦେଖାଯାଏ । ତାଙ୍କୁ ଭେଟିବାକୁ ଅନେକ ସେଲିବ୍ରିଟି ଲାଇନ୍ ଲଗାନ୍ତି, ଯାହାର ଭିଡିଓ ଅତୀତରେ ଆପଣମାନେ ନିଶ୍ଚୟ ଦେଖିଥିବେ । ରାଜ କୁନ୍ଦ୍ରା, ବିରାଟ କୋହଲିଙ୍କ ଭଳି ଅନେକ ସେଲିବ୍ରିଟି ତାଙ୍କ ଅନୁସରଣକାରୀଙ୍କ ମଧ୍ୟରେ ଅଛନ୍ତି । ନିକଟରେ ରାଜ୍ କୁନ୍ଦ୍ରା ତାଙ୍କୁ ତାଙ୍କର କିଡନି ଦାନ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହା ‌ଜାଣି ଭୋଜପୁରୀ ଅଭିନେତା ଖେସାରି ଲାଲ ଯାଦବ କହିଥିଲେ ଯେ "ଏସବୁ ଏକ ଶସ୍ତା ପବ୍ଲିସିଟି ଷ୍ଟଣ୍ଟ ପାଇଁ କରାଯାଉଛି । ପ୍ରେମାନନ୍ଦଜୀ ପାପ ଧୋଇବା ମେସିନ୍ ନୁହନ୍ତି।" ଏହି ବିବାଦ ମଧ୍ୟରେ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ବୟାନ ସାମ୍ନାକୁ ଆସିଛି, ଯେଉଁଥିରେ ସେ ପ୍ରେମାନନ୍ଦଜୀଙ୍କୁ ଚ୍ୟାଲେଞ୍ଜ କରିଥିବା ଜଣାଯାଇଛି । 

ରାମଭଦ୍ରାଚାର୍ଯ୍ୟ କହିଛନ୍ତି, "ମୁଁ ପ୍ରେମାନନ୍ଦଙ୍କୁ ଏକ ଚମତ୍କାର ବୋଲି ମାନେ ନାହିଁ । ସେ ମୋ ସମ୍ମୁଖରେ ସଂସ୍କୃତର ଗୋଟିଏ ଶବ୍ଦ କିମ୍ବା ସଂସ୍କୃତ ଶ୍ଲୋକର ଅର୍ଥ ବୁଝାଇ ଦେଖାନ୍ତୁ ତ.. ସେ ମୋ ପିଲା ପରି.. ଯଦି କେହି ଶାସ୍ତ୍ର ଜାଣନ୍ତି ତେବେ ତାଙ୍କୁ ଚମତ୍କାରୀ କୁହାଯାଇପାରିବ । କିନ୍ତୁ ପ୍ରେମାନନ୍ଦ ଚମତ୍କାରୀ ନୁହନ୍ତି । ତାଙ୍କୁ ଯାହା କରିବାକୁ ଇଚ୍ଛା ତାହା କରିବାକୁ ଦିଅନ୍ତୁ । ସମସ୍ତ ସେଲିବ୍ରିଟି ତାଙ୍କ ପାଖକୁ ସେମାନଙ୍କର ପ୍ରତିଛବି ଉଜ୍ଜ୍ୱଳ କରିବା ପାଇଁ ଆସନ୍ତି ।

ପ୍ରେମାନନ୍ଦଙ୍କ ପ୍ରତି ମୋର କୌଣସି ଶତ୍ରୁତା ନାହିଁ କିନ୍ତୁ ମୁଁ ତାଙ୍କୁ ବିଦ୍ୱାନ କହିପାରିବି ନାହିଁ କି ମୁଁ ତାଙ୍କୁ ଚମତ୍କାରୀ କହିପାରିବି ନାହିଁ । ଚମତ୍କାରୀ ତାଙ୍କୁ କୁହାଯାଏ ଯିଏ ଶାସ୍ତ୍ର ଉପରେ ଚର୍ଚ୍ଚା କରନ୍ତି । ଖାଲି ଏତିକି ନୁହେଁ ବରଂ ପ୍ରେମାନନ୍ଦଜୀଙ୍କ ଲୋକପ୍ରିୟତାକୁ ନେଇ ରାମଭଦ୍ରାଚାର୍ଯ୍ୟ କହିଛନ୍ତି ଯେ "ଏହା ଭଲ । କିନ୍ତୁ ଏହି ଲୋକପ୍ରିୟତା କିଛି ମୁହୂର୍ତ୍ତ ପାଇଁ ରହିଥାଏ । ମୋଟ୍‌ ଉପରେ ରାମଭଦ୍ରାଚାର୍ଯ୍ୟ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଅବଶ୍ୟ ଏନେଇ ପ୍ରେମାନନ୍ଦ କିମ୍ବା ତାଙ୍କର ସମର୍ଥକ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ସୋସିଆଲ ମିଡିଆରେ କିନ୍ତୁ ଚର୍ଚ୍ଚା ବଢିଛି ।
ବ୍ୟୁରୋ ରିପୋର୍ଟ, କନକ ନ୍ୟୁଜ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe