କନକ ବ୍ୟୁରୋ: ଛତିଶଗଡ଼–ମଧ୍ୟପ୍ରଦେଶ ସୀମାରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଥିଲା । ପୂରା ଇଲାକା ଗୁଳି ଶବ୍ଦରେ ଗର୍ଜୁଥିଲା । ଅତି ସତର୍କତାର ସହ ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିଥିଲେ ସୁରକ୍ଷା କର୍ମୀ ଓ ପୁଲିସ । ହେଲେ ନକ୍ସଲଙ୍କ ଗୁଳିରୁ କେଇଟା ଆସି ଇନ୍ସପେକ୍ଟର ଆଶୀଷ ଶର୍ମାଙ୍କ ଦେହକୁ ଭେଦିଯାଇଥିଲା । ତୁରନ୍ତ ତାଙ୍କୁ ଛତିଶଗଡ଼ ଡୋଙ୍ଗରଗଡ଼କୁ ଏୟାରଲିଫ୍ଟ କରାଗଲା । ହେଲେ କିଛି ଘଣ୍ଟାରେ ଚାଲିଗଲା ଆଶୀଷଙ୍କ ଜୀବନ । ଦେଶକୁ ନକ୍ସଲଙ୍କ କବଳରୁ ସୁରକ୍ଷା ଦେବାକୁ ଯାଇ ସହିଦ ହୋଇଗଲେ ଆଶୀଷ । 

Advertisment

ଜାନୁଆରିରେ ବାହା ହୋଇଥାନ୍ତେ ଆଶୀଷ । ଘରର ବଡ଼ ପୁଅର ବାହାଘର ପାଇଁ କେତେ କ’ଣ ପ୍ରସ୍ତୁତି । ଥରକୁ ଥର ମାଆ ଫୋନ୍ କରି ପଚାରୁଥାନ୍ତି କ’ଣ କରାହେବ, କେମିତି ହେବ । ସମସ୍ତେ ଆଶୀଷଙ୍କ ବାହାଘର ପାଇଁ ଭାରି ଖୁସି ଥିଲେ । ବାପା, ମାଅଙ୍କ ଆଖିରେ କେତେ ସ୍ବପ୍ନ ଥିଲା । ସବୁବେଳେ ବିପଦ ସହ ଖେଳୁଥିବା ପୁଅଟା ତାଙ୍କର ହାତକୁ ଦି ହାତ ହେବ । ଘରେ ନୂଆ ବୋହୂର ପାଦ ପଡ଼ିବ । ଭୋଜିଭାତରେ ଘର ପୂରି ଉଠିବ । ପୁଅ ନୂଆ ସଂସାର ଗଢ଼ିବ । ଏମିତି କେତେ କ’ଣ । କିନ୍ତୁ ସବୁ ସ୍ପପ୍ନ ତାଙ୍କର କୁଆଡ଼େ ଉଭେଇ ଗଲା । ରାତି ପାହିଲା ଆଉ ନକ୍ସଲର ଗୁଳି ପୁଅର ଛାତିକୁ ବିଦ୍ଧ କରିଦେଇ ଅଫେରା ରାଇଜକୁ ନେଇଗଲା । 

ରାଜନେତାଙ୍କ ପିଲା ହିଁ ଅସଲ ରାଜା, ବିହାର ମଡେଲ୍ ଅଫ୍ ଫ୍ୟାମିଲି ପଲିଟିକ୍ସ ଏବେ ଲୋକତନ୍ତ୍ରରେ ତିଆରି କରୁଛି ନୂଆ ପରିଭାଷା

ସମସ୍ତେ କୁଅନ୍ତି ଦେଶ ମା’ ପାଇଁ ଜୀବନ ଦେଇଥିବା ସହିଦଙ୍କ ପାଇଁ ଲୁହ ଝରାଅନି । ବରଂ ଖୁସିରେ ବିଦାୟ ଦିଅ । କାରଣ ଦେଶର ସେବା କରୁ କରୁ ବୀର ଗତିକୁ ପ୍ରାପ୍ତ ହେବା ଭାଗ୍ୟରେ ଥିଲେ ମିଳେ । ହେଲେ ଅନ୍ତ ଚିରି ଜନ୍ମ ଦେଇଥିବା ମା’ କି ବୁଝେ ଏତେ କଥା । ଶ୍ରମ ଢ଼ାଳି ମଣିଷ କରିଥିବା ବାପା କି ବୁଝନ୍ତି ଏସବୁ କଥା । ତାଙ୍କ ଛାତି ତ ଫାଟିଯାଉଛି । ଯୋଉଠି ନକ୍ସଲଙ୍କ ସହ ଅହରହ ଲଢ଼ୁଥିବା ସାଥୀ ଯବାନମାନେ ନିଜ କୋହକୁ ରୋକିପାରୁନାହାନ୍ତି ସେଠି ବାପା, ମା, ଭାଇ ବା କେମିତି ନିଜକୁ ସମ୍ଭାଳିବେ ।  ଛାତିପିଟି କାନ୍ଦିବା ଛଡ଼ା ଆଉ ତାଙ୍କ ପାଖରେ କ’ଣ ରହିଗଲା ଯେ… ପୁଅକୁ ଝୁରି ମାଆ କହୁଛି ଧନରେ ତୁ କୁଆଡ଼େ ଗଲୁ, କେମିତି ବଞ୍ଚିବି, ହେ ବିଧାତା ତୁ ଏଡ଼େ ନିଷ୍ଠୁର କାହିଁକି ହେଲୁ? ଆଶୀଷଙ୍କ ପାଇଁ ସାରା ରାଇଜ କାନ୍ଦୁଛି ।

ଆଶୀଷଙ୍କ ବାପା ଜଣେ ଚାଷୀ । ମା ଗୃହିଣୀ । ସାନ ଭାଇ ଅଙ୍କିତଙ୍କ ପଢ଼ା ଚାଲିଛି । ୨୦୧୬ରେ SAF ରେ ଉପନୀରିକ୍ଷକ ଭାବେ ନିଯୁକ୍ତି ପାଇଲେ  ଆଶୀଷ । ୨୦୧୮ରେ ତାଙ୍କର ଏକନିଷ୍ଠ କାର୍ଯ୍ୟପାଇଁ ତାଙ୍କୁ ହକଫୋର୍ସକୁ ଉନ୍ନିତ କରାଗଲା । ଏଥିରେ ସେ ନକ୍ସଲବିରୋଧରେ ଅନେକ ଅପରେସନକୁ ସଫଳ କରିଥିଲେ । ୨୦୨୨ରେ ବାଲାଘାଟ ହରାଟେଲା ଜଙ୍ଗଲରେ ମୋଷ୍ଟ ୱାଣ୍ଟେଡ୍ ନକ୍ସଲ ରୁପେସ୍ ଓରଫ୍ ହଚଙ୍ଗାକୁ ଏନକାଉଣ୍ଟରରେ ନିହତ କରିଥିଲେ । ଏହାପରେ ୨୦୨୩ରେ କୁଖ୍ୟାତ ମହିଳା ନକ୍ସଲ ସରିତା ଓ ସୁନୀତାଙ୍କୁ ଏନକାଣ୍ଟର କରଇଥିଲେ । ଏହାସହ ଅନ୍ୟ ୩ ମହିଳା ନକ୍ସଲଙ୍କୁ ମଧ୍ୟ ନିପାତ କରିଥିଲେ । ତାଙ୍କୁ ’ଆଉଟ୍ ଅଫ୍ ଯର୍ଣ୍ଣ’ ପ୍ରମୋସନ ଦେଇ ଇନ୍ସପେକ୍ଟର ବନାଗଲା । ଦୁଇ ଦୁଇ ଥର ଗ୍ୟାଲେଣ୍ଟ୍ରି ଆୱାର୍ଡ ବି ମିଳିଲା ।

୨୦ ତାରିଖରେ ଆଶୀଷ ସହିଦ ହୋଇଯିବା ଖବର ଆସିଲା । ଛତିଶଗଡ଼ ବୋତଲାବ କନ୍ଧୁରା ଜଙ୍ଗଲରେ ନକ୍ସଲଙ୍କ ସହ ଏନକାଣ୍ଟରରେ ତାଙ୍କ ଦେହରେ ଗୁଳି ବାଜିଲା । ତାଙ୍କୁ ତୁରନ୍ତ ହସ୍ପିଟାଲକୁ ଏୟାର କରାଯାଇଥିଲେ ବି ଆଶଈଙ୍କେ ଜୀବନ ବଞ୍ଚିନଥିଲା । ତାଙ୍କ ସହିଦ ହେବା ଖବର ପୁରା ଅଞ୍ଚଳ ଲୋକଙ୍କ ଆଖିକୁ ଭିଜୋଇଦେଇଥିଲା । ତାଙ୍କ ଅନ୍ତେ୍ୟଷ୍ଟି କଅ୍ରିୟାରେ ପହଞ୍ଚିଥିଲେ ଶହଶହ ସୁରକ୍ଷା କର୍ମୀ ଓ ସହକର୍ମୀ । ଆଶୀଷ ଭାରି ଖୁସମିଜଜର ପି ଥିବାରୁ ତାଙ୍କୁ ସମସ୍ତେ ଭଲପାଉଥିଲେ । ତାଙ୍କ ଶେଷ ବିଦାୟ ସମସ୍ତଙ୍କୁ କନ୍ଦେଇଦେଲା ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସହ ଅନ୍ୟ ନତାମନ୍ତ୍ରୀ, ଅଧିକାରୀ ପହଞ୍ଚି ତାଙ୍କର ପାର୍ଥୀବ ଶାରୀରକକୁ ପୁଷ୍ମମାଲ୍ର ଦେଇଥିଲେ । ଖୋଦ୍ ମୁଖ୍ୟମନ୍ତ୍ରୀ ତାଙ୍କର ପାର୍ଥୀବ ଶରୀରକୁ କୋକେଇରେ କାନ୍ଧଦେଇଥିଲେ ।  ଆଶୀଷଙ୍କ ପରିବାରକୁ ସମସ୍ତ ସରକାରୀ ସୁବିଧା ଦେବା ସହ ତାଙ୍କ ସାନ ଭାଇକୁ ଚାକିରି ଦେବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ତେବେ ଆଶୀଷଙ୍କ ଭଳି ମେଳାପୀ ଆଉ କର୍ତ୍ତବ୍ୟନିଷ୍ଠ ଯବାନଙ୍କୁ ଝୁରୁଛି ପରିବାର, ଗାଁ , ଆଉ ପୂରା ସୁରକ୍ଷା ଟିମ୍ ।