କନକ ବ୍ୟୁରୋ: ଭାରତ ଉପରେ ଆମେରିକା ଲଗାଇଛି ୫୦ ପ୍ରତିଶତ ଟାରିଫ୍‌ । ଟାରିଫ୍‌ ଲଗାଇବା ପରେ ଆମେରିକା-ଭାରତ ସମ୍ପର୍କରେ ଫାଟ ପଡ଼ିଛି । ଆଉ ସେପଟେ ଚୀନ୍‌ରେ ଏସ୍‌ସିଓ ସମ୍ମିଳନୀରେ ଏକାଠି ହୋଇଛନ୍ତି ଋଷିଆ-ଚୀନ୍‌-ଭାରତ । ତିନିରାଷ୍ଟ୍ରର ନେତା ଏକାଠି ଘଣ୍ଟାଘଣ୍ଟା ଧରି ଆଲୋଚନା କରିଛନ୍ତି । ପୂରା ବୈଠକ ଉପରେ ଆମେରିକା କଡ଼ା ନଜର ରଖିଥିଲା । ଖାସ୍‌ କରି ମୋଦୀ ପୁଟିନ୍‌ଙ୍କ ସହ ଗାଡ଼ିରେ ଆଲୋଚନା କରିବା ପରେ ଆମେରିକା କହିଥିଲା ସବୁ ଡ୍ରାମା । ଯଦି ଚୀନ୍‌ ବୈଠକରେ ଆମେରିକାର କୌଣସି ଟେନ୍‌ସନ୍‌ ନାହିଁ ତେବେ ଏମିତି ବୟାନ ଦେଉଛି କାହିଁକି, ତାହାକୁ ନେଇ ଚର୍ଚ୍ଚା ଚାଲିଛି ।

Advertisment

ଟାରିଫ୍‌ ପରେ ଟେନ୍‌ସନ୍‌ରେ ଆମେରିକା
ରାଷ୍ଟ୍ରପତି ପଶ୍ଚାତାପ କରୁଛନ୍ତି
ବାଣିଜ୍ୟ ସଚିବ ମୁହଁ ଫୁଟାଣି ମାରୁଛନ୍ତି
ଆମେରିକା ଚାହୁଛି ଭାରତ କ୍ଷମା ମାଗୁ
ଟ୍ରମ୍ପ ବୁଝିପାରୁନାହାନ୍ତି ମୋଦୀଙ୍କ ପ୍ଲାନ୍‌ କଣ

ଆମେରିକା ଚାହୁଛି ପୂରା ବିଶ୍ବ ତା କଂଟ୍ରୋଲ୍‌ରେ ରହୁ । ଅର୍ଥାତ୍‌ ସେ ଯାହା କହିବ ଅନ୍ୟରାଷ୍ଟ୍ର ତାହା ଶୁଣୁ । କିନ୍ତୁ ଏବେକା ସମୟରେ ଆମେରିକା କଥା ଶୁଣିବା ପରିସ୍ଥିତିରେ ନାହିଁ ବିଶ୍ବ । ହେଲେ ଟ୍ରମ୍ପ ଏହିକଥାକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି । କେବଳ ଟ୍ରମ୍ପ ନୁହନ୍ତି ବରଂ ତାଙ୍କ ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ ବି ସମାନ କଥା କହୁଛନ୍ତି । ଭାରତ ଏବେ ଆମେରିକାର ଶରଣରେ ପଶୁ ବୋଲି ସେମାନେ ଚାହୁଛନ୍ତି ।  

ଆମେରିକାର ମନ୍ତ୍ରୀ ହାୱାର୍ଡ ଲୁଟନିକ୍ ଏକ ଆମେରିକୀୟ ଟେଲିଭିଜନ ଚ୍ୟାନେଲରେ ଭାରତର ଆର୍ଥିକ ନୀତି ଉପରେ କିଛି ଅପ୍ରୀତିକର ମନ୍ତବ୍ୟ ଦେଇଛନ୍ତି। କହିଛନ୍ତି, ଭାରତ ବିଶ୍ୱ ବାଣିଜ୍ୟରେ ଏକ ନିରପେକ୍ଷ ଖେଳାଳି ନୁହେଁ । ସେ ମଧ୍ୟ ଭାରତର ଶୁଳ୍କ ନୀତି ଏବଂ ବାଣିଜ୍ୟ ବାଧକଗୁଡ଼ିକୁ ସମାଲୋଚନା କରିଥିଲେ । ତାଙ୍କର ଏହି ମନ୍ତବ୍ୟ ଭାରତରେ ବେଶ୍ ଆଲୋଡ଼ନ ସୃଷ୍ଟି କରିଥିଲା ଏବଂ ଅନେକ ଭାରତୀୟ ଏହାକୁ ଭାରତର ସାର୍ବଭୌମତ୍ୱ ଉପରେ ଆକ୍ରମଣ ବୋଲି ବିବେଚନା କରିଥିଲେ । ଏହି ଘଟଣା ପରେ ଭାରତ ସରକାର ଏବଂ ବିଭିନ୍ନ ଭାରତୀୟ ବ୍ୟବସାୟିକ ସଂଗଠନ ପକ୍ଷରୁ ଲୁଟନିକ୍‌ଙ୍କ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରାଯାଇଥିଲା । ଭାରତର ବାଣିଜ୍ୟ ମନ୍ତ୍ରଣାଳୟ ଲୁଟନିକ୍‌ଙ୍କ ଦାବିକୁ ଖଣ୍ଡନ କରି କହିଥିଲା ଯେ ଭାରତ ଏକ ମୁକ୍ତ ଏବଂ ନିରପେକ୍ଷ ବାଣିଜ୍ୟ ବ୍ୟବସ୍ଥାର ସମର୍ଥନ କରେ । 

ଭାରତକୁ ଲୁଟନିକ୍‌ଙ୍କ ଚ୍ୟାଲେଞ୍ଜ
କ୍ଷମା ନମାଗିଲେ ସମ୍ପର୍କ ଖରାପ ହେବ

ଲୁଟନିକ୍‌ କହିଛନ୍ତି, ଏମିତି ପରିସ୍ଥିତିରେ ଭାରତ ଯଦି ଆମେରିକାକୁ କ୍ଷମା ନମାଗେ ତେବେ ଆମେରିକା ସହ ଭାରତର ସମ୍ପର୍କ ଖରାପ ହେବ । ଖାଲି ସମ୍ପର୍କ ଖରାପ ହେବ ତାହା ନୁହେଁ ବରଂ ଆଗାମୀ ଦିନରେ ବାଣିଜ୍ୟିକ କାରବାର ବି ପ୍ରଭାବିତ ହେବ । ଏହାସହ ଭାରତକୁ କ୍ଷମା ମାଗିବା ପାଇଁ ଦୁଇମାସର ସମୟସୀମା ଦେଇଛନ୍ତି ଲୁଟନିକ୍‌ ଏବଂ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ମଧ୍ୟ ରଖିଛନ୍ତି । ଏହି ସର୍ତ୍ତଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଭାରତର ଶୁଳ୍କ ନୀତିରେ ପରିବର୍ତ୍ତନ, ଆମେରିକୀୟ କମ୍ପାନିଗୁଡ଼ିକୁ ଭାରତୀୟ ବଜାରରେ ଅଧିକ ସୁଯୋଗ ଦେବା, ଏବଂ ଆମେରିକୀୟ ସାମଗ୍ରୀ ଉପରେ ଥିବା ପ୍ରତିବନ୍ଧକ ହଟାଇବା ଆଦି ଅନ୍ତର୍ଭୁକ୍ତ । 

ମୋଟ୍‌ ଉପରେ ଭାରତର ଅର୍ଥନୀତିରେ ସ୍ଥିରତା ଆସିଛି । ଆଗାମୀ ଦିନରେ ଦେଶର କେମିତି ବିକାଶ ହେବ ସେନେଇ ଭାରତ ଅନେକ ରଣନୀତି କରୁଛି । ଯାହାକୁ ବୋଧହୁଏ ସହିପାରୁନି ଆମେରିକା । ସେଇଥି ଲାଗି ତ ଭାରତ ଉପରେ ଚାପ ପକାଇବାକୁ ତୁଛା ନାଟକ କରୁଛନ୍ତି ଟ୍ରମ୍ପ ସରକାର ।