କନକ ବ୍ୟୁରୋ: ପାକିସ୍ତାନଠୁ ପ୍ୟାରିସର ବଦଲା ନେବାକୁ ଭାରତ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଯେଉଁ ଟୋକିଓ ଅଲମ୍ପିକ୍ସ ଟ୍ରାକରେ ଭାରତର ଟେକ ରଖି ବିଶ୍ବ ଚାମ୍ପିୟନ ବନିଥିଲେ ଭାରତୀୟ ଷ୍ଟାର୍ ଆଥଲେଟ୍ ନୀରଜ ଚୋପ୍ରା, ସେହି ଟୋକିଓରେ ପୁଣିଥରେ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି ଭାରତର ନୀରଜ ଓ ପାକିସ୍ତାନର ନଦୀମ ।
ବଡ଼କଥା ହେଲା କିଛି ଦିନ ତଳେ ଆଘାତ ସମସ୍ୟାରୁ ମୁକୁଳିଥିବା ପ୍ୟାରିସ୍ ଅଲିମ୍ପିକ୍ସ ଚାମ୍ପିୟନ ତଥା ପାକ୍ ଜାଭେଲିନ୍ ଖେଳାଳି ଅର୍ସଦ ନଦୀମ । ଭାରତର ଗୋଲ୍ଡେନ୍ ବୟ ତଥା ଟୋକିଓ ଅଲିମ୍ପିକ୍ସ ଚାମ୍ପିୟନ ନୀରଜ ଚୋପ୍ରାଙ୍କ ସହ ମୁହାଁମୁହିଁ ହେବେ । ଚଳିତମାସ ଶେଷ ଆଡ଼କୁ ଟୋକିଓରେ ହେବାକୁ ଥିବା ବିଶ୍ଵ ଆଥଲେଟିକ୍ସ ପ୍ରତିଯୋଗିତାରେ ନୀରଜ-ନଦୀମଙ୍କ ଲଢ଼େଇ ହେବ । ଟୋକିଓରେ ଭାରତକୁ ବିଜୟ ଦେବା ପାଇଁ ନୀରଜ ଚେଷ୍ଟା ଟିକିଏ ବି ସୁଯୋଗ ହାତଛଡ଼ା କରିବେନି ବୋଲି ଆଶା କରାଯାଉଛି ।
ଅନ୍ୟପକ୍ଷରେ ପ୍ୟାରିସ୍ ଅଲିମ୍ପିକ୍ସ ଭଳି ଏହି ପ୍ରତିଯୋଗିତାରେ ମଧ୍ୟ ଅର୍ସଦ ନୀରଜକୁ ମାତ୍ ଦେବା ପାଇଁ ପ୍ରୟାସ କରିବେ । ତେବେ ନୀରଜ ଓ ଅର୍ସଦ ଗତ ଅଗଷ୍ଟରେ ପୋଲାଣ୍ଡରେ ଆୟୋଜିତ ସିଲେସିଆ ଡାଏମଣ୍ଡ୍ ଲିଗ୍ରେ ପରସ୍ପର ବିପକ୍ଷରେ ଖେଳିବାର ଥିଲା । ଲଣ୍ଡନରେ ନଳୀ ଗୋଡ଼ରେ ଅସ୍ତ୍ରୋପଚାର କରାଇବା ପରେ ଅର୍ସଦ ଏହି ପ୍ରତିଯୋଗିତାରୁ ଓହରି ଯାଇଥିଲେ । ଫଳରେ ପ୍ରଶଂସକ ଏହି ଦୁଇ ଜଣଙ୍କ ମହାମୁକାବିଲା ବହୁତ ମିସ୍ କରିଥିଲେ ।
ଟୋକିଓର ନ୍ୟାସନାଲ୍ ଷ୍ଟାଡିୟମ୍ରେ ନୀରଜ-ଅର୍ସଦଙ୍କ ମଧ୍ୟରେ ହାଇଭୋଲଟେଜ୍ ଲଢ଼େଇ ହେବ । ଆଉ ରୋଚକ କଥା ହେଲା ଏହି ଟ୍ରାକରେ ହିଁ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ ନୀରଜ । ଏହା ପରେ ଉଭୟ ପ୍ୟାରିସ୍ ଅଲିମ୍ପିକ୍ସରେ ଲଢ଼ିଥିଲେ କିନ୍ତୁ ସେଠାରେ ଅର୍ସଦ ୯୨.୯୭ ମିଟରର ବିଶାଳ ଥ୍ରୋ’ ସହ ବାଜି ମାରି ନେଇଥିଲେ । ସେବେଠାରୁ ଅର୍ସଦ ମାତ୍ର ଗୋଟିଏ ପ୍ରତିଯୋଗିତାରେ ପ୍ରତିଦ୍ବନ୍ଦିତା କରିଛନ୍ତି । ଦକ୍ଷିଣ କୋରିଆର ଗୁମିଠାରେ ଏସିଆନ୍ ଆଥଲେଟିକ୍ ଚାମ୍ପିଅନସିପରେ ୮୬.୪୦ ମିଟରର ଥ୍ରୋ’ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ହଙ୍ଗେରିର ବୁଦାପେଷ୍ଟରେ ଦୁଇବର୍ଷ ତଳେ ଅୟୋଜିତ ବିଶ୍ବ ଆଥଲେଟିକ୍ସ ପ୍ରତିଯୋଗିତାରେ ନୀରଜଙ୍କ ପଛକୁ ରହି ଅର୍ସଦ ରୌପ୍ୟ ପଦକ ଜିତିଥିଲେ । ତେବେ ଏଥର ଟୋକିଓ ଟ୍ରାକରେ ପୁଣି ପାକ୍ ଖେଳାଳିକୁ ମାତ୍ ଦେଇ ଭାରତ ପାଇଁ ବିଜୟ ବାନା ଉଡ଼ାଇ ଫେରିବେ ଭାରତର ଗୋଲ୍ଟେନ୍ ବୟ ବୋଲି ସଭିଏଁ ଆଶା ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/09/08/32-2025-09-08-12-56-07.jpg)