KBCରେ ଚାଷୀ ଜିତିଲେ ୫୦ ଲକ୍ଷ ଟଙ୍କା, ହଟସିଟରୁ ଉଠି ଅମିତାଭ ବଚ୍ଚନ ଦେଲେ ସାବାସୀ...

Advertisment

ଛତ୍ରପତି ସମ୍ଭାଜୀନଗର ଜିଲ୍ଲାର ଜଣେ କ୍ଷୁଦ୍ର ଚାଷୀ କୈଳାସ କୁନ୍ତେୱାର ୧୪ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଲୋକପ୍ରିୟ ଟେଲିଭିଜନ ସୋ’ରେ ୫୦ ଲକ୍ଷ ଟଙ୍କା ଜିତିଛନ୍ତି ।

ଛତ୍ରପତି ସମ୍ଭାଜୀନଗର ଜିଲ୍ଲାର ଜଣେ କ୍ଷୁଦ୍ର ଚାଷୀ କୈଳାସ କୁନ୍ତେୱାର ୧୪ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଲୋକପ୍ରିୟ ଟେଲିଭିଜନ ସୋ’ରେ ୫୦ ଲକ୍ଷ ଟଙ୍କା ଜିତିଛନ୍ତି ।

KBC-AND-FARMER-T

କନକ ବ୍ୟୁରୋ: କେବିସି ସୋ’ରେ ଅନେକ ଲୋକଙ୍କ ଭାଗ୍ୟ ବଦଳିଥିବାର କାହାଣୀ ଆପଣ ଦେଖିଥିବେ । ଆଉ ସେଥିରେ ଯୋଡ଼ି ହୋଇଛି ଆଉ ଜଣଙ୍କ ନାଁ । ମେଗାଷ୍ଟାର୍‌ ଅମିତାଭ୍‌ ବଚ୍ଚନଙ୍କ କୁଇଜ୍‌ ସୋ’ ‘କୌନ୍‌ ବନେଗା କରୋଡପତି’ରେ ୫୦ ଲକ୍ଷ ଟଙ୍କା ଜିତିଛନ୍ତି ଜଣେ ଚାଷୀ । ଛତ୍ରପତି ସମ୍ଭାଜୀନଗର ଜିଲ୍ଲାର ଜଣେ କ୍ଷୁଦ୍ର ଚାଷୀ କୈଳାସ କୁନ୍ତେୱାର ୧୪ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଲୋକପ୍ରିୟ ଟେଲିଭିଜନ ସୋ’ରେ ୫୦ ଲକ୍ଷ ଟଙ୍କା ଜିତିଛନ୍ତି ।

କୁନ୍ତେୱାରଙ୍କ ପାଖରେ ମାତ୍ର ଦୁଇ ଏକର ଜମି ଥିବା ବେଳେ ସେ ତାଙ୍କ ପିତାମାତା, ସ୍ତ୍ରୀ ଏବଂ ପିଲାମାନଙ୍କ ସହିତ ରୁହନ୍ତି । ବର୍ଷ ବର୍ଷ ଧରି ସେ ମରୁଡ଼ି, ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟାୟର ସମ୍ମୁଖୀନ ହୋଇଥିବା ବେଳେ ନିଜ ପେଟ ପୋଷିବା ପାଇଁ ସେ ଅନ୍ୟ ଲୋକଙ୍କ କ୍ଷେତରେ ଶ୍ରମିକ ଭାବେ ମଧ୍ୟ କାର୍ଯ୍ୟ କରନ୍ତି । ଏତେ କଷ୍ଟ ପରେ ବି ସେ କେବିସି ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ ଓ ତାଙ୍କ କଠିନ ପରିଶ୍ରମ ତାଙ୍କୁ ସୁଫଳ ଦେଇଛି ।

ଗଣମାଧ୍ୟମରେ ନିଜର ମନ୍ତବ୍ୟ ଦେଇ କୁନ୍ତେୱାର କହିଛନ୍ତି, ‘‘୫୦ ଲକ୍ଷ ଟଙ୍କା ଜିତିବାର ଆନନ୍ଦ ଶବ୍ଦ ବାହାରେ । ଆମ ପରି ଲୋକଙ୍କ ପାଇଁ, ଏତେ ପରିମାଣର ରାଶି ବିଷୟରେ ଶୁଣିବା ମଧ୍ୟ ଅବିଶ୍ୱସନୀୟ ଲାଗେ  ।" ତେବେ କୁନ୍ତେୱାର ୧୪ଟି ପ୍ରଶ୍ନର ସଠିକ୍ ଉତ୍ତରଦେଇ ୫୦ ଲକ୍ଷ ଟଙ୍କା ଜିତିଛନ୍ତି । ୧୫ତମ ପ୍ରଶ୍ନ ୧ କୋଟି ଟଙ୍କା ଥିଲା ଯେଉଁଥି ପାଇଁ କୈଳାସ କୁନ୍ତେୱାର ପ୍ରଥମେ "ଭିଡିଓ କଲ୍ ଏ ଫ୍ରେଣ୍ଡ" ଲାଇଫ୍ ଲାଇନ୍ ବ୍ୟବହାର କରିଥିଲେ । ଫ୍ରେଣ୍ଡଙ୍କ ଉତ୍ତରରେ ସନ୍ତୁଷ୍ଟ ନହୋଇ କିଛି ସମୟ ଭିତରେ ୫୦-୫୦ ଲାଇଫ୍ ଲାଇନ୍ ଚେଷ୍ଟା କଲେ । ତଥାପି ଅନିଶ୍ଚିତ ହୋଇ ସେ ୧୪ଟି ପ୍ରଶ୍ନର ଉତ୍ତର ଦେଇ ସୋ’ ଛାଡ଼ିବାକୁ ନିଷ୍ପତ୍ତି ନେଲେ ।

୨୦୧୫ରେ କୈଳାସ ପ୍ରଥମ ମୋବାଇଲ୍ ଫୋନ୍ କିଣିବା ପରେ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା । "ମୁଁ ପିଲାଦିନୁ ପାଠପଢ଼ାରେ ଭଲ ଥିଲି ଏବଂ ମୁଁ ଯାହା ପଢ଼େ କିମ୍ବା ଶୁଣେ ତାହା ଭଲ ଭାବେ ମନରଖେ । ଯେତେବ YouTube ରେ KBC ଏପିସୋଡ୍ ଦେଖିବା ଆରମ୍ଭ କରିଥିଲି, ମୁଁ ଭାବୁଥିଲି ଏହା କେବଳ ମନୋରଞ୍ଜନ ପାଇଁ । କେବେ ଭାବିନଥିଲି ଯେ ପ୍ରଶ୍ନର ଉତ୍ତର ଦେଇ କେହି ଟଙ୍କା ରୋଜଗାର କରିପାରିବେ ।" 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe