କନକ ବ୍ୟୁରୋ: ଆଜିକାଲି ପ୍ରାୟ ସମସ୍ତେ ବିମାନରେ ଯାତ୍ରା କରୁଛନ୍ତି । କମ୍‌ ସମୟରେ ଅଧିକ ବାଟ ପହଞ୍ଚିବାକୁ ଥିଲେ ବିମାନ ଯାତ୍ରା ହିଁ ସବୁଠୁ ଭଲ ବୋଲି କୁହାଯାଏ । ହେଲେ ବିମାନଯାତ୍ରା ଏବେ ଯେମିତି କାଳ ହେଉଛି ତାହାକୁ ନେଇ ସାଧାରଣ ଯାତ୍ରୀଙ୍କ ମଧ୍ୟରେ ଆଶଙ୍କା ଦେଖାଗଲାଣି । କାରଣ କେତେବେଳେ ଯେ କଣ ହେବ କେହି କହିପାରିବେ ନାହିଁ । ଖାସ୍‌ କରି ଅହମଦାବାଦ୍‌ରେ ଯେଉଁପରି ବିମାନ ଦୁର୍ଘଟଣାଗ୍ରସ୍ତ ହେଲା ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଯାତ୍ରୀମାନେ ଏବେ କହିବାକୁ ଲାଗିଲେଣି ବିମାନର କେଉଁ ସିଟ୍‌ରେ ବସିଲେ ଦୁର୍ଘଟଣା ହେଲେ ବି କୌଣସି କ୍ଷତି ହେବ ନାହିଁ । 

Advertisment


କେତେ ସୁରକ୍ଷିତ ବିମାନ ଯାତ୍ରା ?
କେଉଁ ସିଟ୍‌ରେ ବସିଲେ ଆପଣ ସୁରକ୍ଷିତ ?

ସୁରକ୍ଷିତ ତ ବିମାନଯାତ୍ରା ?

ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଲୋକମାନେ କହିବାକୁ ଲାଗିଲେଣି କି ବିମାନ ଯାତ୍ରା ସୁରକ୍ଷିତ ନୁହେଁ । ଯଦି ସୁରକ୍ଷିତ ତାହେଲେ କେଉଁ ବିମାନରେ ଗଲେ ଜୀବନପ୍ରତି କୌଣସି ବିପଦ ରହିବ ନାହିଁ । ହେଲେ ରିପୋର୍ଟରେ କୁହାଯାଉଛି,  ବିମାନ ଯାତ୍ରା ସବୁଠୁ ଅଧିକ ସୁରକ୍ଷିତ । ଏମିତିକି ଟ୍ରେନ୍‌ , କାର୍‌ ଯାତ୍ରାଠୁ ବି ବିମାନ ଯାତ୍ରା ଅଧିକ ସୁରକ୍ଷିତ । 

କାର୍‌ ଯାତ୍ରାରୁ ବି ବିମାନଯାତ୍ରା ସୁରକ୍ଷିତ

ଅଷ୍ଟ୍ରେଲିଆ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ, କାର୍‌ ହେଉ ବସ୍‌…ଟ୍ରେନ୍‌ ହେଉ କି ବସ୍‌…ବିମାନଯାତ୍ରା ସବୁଠୁ ଅଧିକ ସୁରକ୍ଷିତ । ସାଧାରଣତଃ ବିମାନରେ ଯାତ୍ରୀଙ୍କ ମୃତ୍ୟୁସଂଖ୍ୟା ବହୁତ କମ୍‌ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ୧୩,୭ ମିଲିୟନରୁ ମାତ୍ର ଗୋଟିଏ ବିମାନ ଦୁର୍ଘଟଣାଗ୍ରସ୍ତ ହୁଏ । ଖାଲି ଏତିକି ନୁହେଁ ବରଂ ଜରୁରିକାଳୀନ ଅବତରଣ କଲେ ବିମାନ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ ବୋଲି ବି ରିପୋର୍ଟରେ କୁହାଯାଉଛି । ଏହାସହ ଯେଉଁମାନେ ପ୍ରଶ୍ନ କରିଥିଲେ ବିମାନରେ କେଉଁ ସିଟ୍‌ରେ ବସିଲେ ସୁରକ୍ଷିତ ଭାବରେ ଆପଣ ଯାତ୍ରା କରିପାରିବେ ? ତେବେ ତାହାର ଉତ୍ତର ହେଉଛି ବିମାନ କେଉଁ ପରିସ୍ଥିତିରେ ଓ କେଉଁଠାରେ ଦୁର୍ଘଟଣାଗ୍ରସ୍ତ ହେଉଛି  ତାହା ଉପରେ ନିର୍ଭର କରେ । 

ମଝି ଓ ପଛ ସିଟ୍‌ ଅଧିକ ସୁରକ୍ଷିତ

ସାଧାରଣତଃ ଭାବରେ ବସ୍‌ ହେଉ କି ଟ୍ରେନ୍‌…ମଝି ସିଟ୍‌ରେ ବସି ଯାତ୍ରା କରିବାକୁ ଅନେକ ଇଚ୍ଛା କରନ୍ତି । କାରଣ ଯଦି କେବେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ହୁଏ ତେବେ ଅକାଳରେ ଜୀବନ ଯିବ ନାହିଁ । ଠିକ୍‌ ସେମିତି ବିମାନରେ ବି ମଝି ଓ ପଛ ସିଟ୍‌ରେ ବସି ଯାତ୍ରା କଲେ ଜୀବନ ରକ୍ଷାପାଇପାରେ । ସାଧାରଣ ଭାବରେ ବିମାନ ଦୁର୍ଘଟଣା ହେଲା ବଞ୍ଚିବା କଷ୍ଟକର । କାରଣ ଉଚ୍ଚ ଆକାଶରୁ ବିମାନ ଯେବେ ଖସିପଡ଼େ ସେବେ ବଞ୍ଚିବା କଷ୍ଟକର ହୋଇପଡ଼େ । ହେଲେ ଦୂରସ୍ଥାନକୁ ଯାତ୍ରା କରିବାକୁ ହେଲେ ବିମାନ ହିଁ ସବୁଠୁ ନିର୍ଭରଯୋଗ୍ୟ ଯାନ । ତେଣୁ ବିମାନରେ ଯେ ଯାତ୍ରା କଲେ ଦୁର୍ଘଟଣାଗ୍ରସ୍ତ ହେବେ ଆପଣ ତାହା ଭାବିବା ଆଦୌ ଠିକ୍‌ ନୁହେଁ ।