ଆଜିକାଲିର ଧାଁଦଉଡ଼ ସମୟରେ ରୋଜଗାର ପାଇଁ ଯୁବପିଢୀ ଏକ ନୂଆ ମାଧ୍ୟମକୁ ଆଦରି ନେଇଛନ୍ତି । ଯାହାର ନାଁ ୟୁଟ୍ୟୁବ୍ । ୟୁଟ୍ୟୁବ୍ ପ୍ଲାଟଫର୍ମ ଟଙ୍କା ରୋଜଗାର କରିବାର ଏକ ଭଲ ମାଧ୍ୟମ ସାବ୍ୟସ୍ତ ହୋଇଛି । ଅନେକ ଭିଡ଼ିଓ କ୍ରିଏଟର୍ ଏଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଆପଣ ଅନେକ ସମୟରେ ସୋସିଆଲ୍ ମିଡ଼ିଆରେ ଦେଖିଥିବେ ଯେଉଁ ଭିଡିଓ କ୍ରିଏଟରମାନେ ୟୁଟ୍ୟୁବରେ ଭିଡିଓ ବନାଇଥାନ୍ତି ତାଙ୍କୁ ଏହି ପ୍ଲାଟଫର୍ମ ତରଫରୁ ପ୍ଲେ ବଟନ୍ ଦିଆଯାଇଥାଏ । ଏହା ୟୁଟ୍ୟୁବ୍ ତରଫରୁ ଏକ ସମ୍ମାନ ପୁରସ୍କାର ହୋଇଥାଏ । ଏହି ପ୍ଲେ ବଟନ୍ ଅନେକ ପ୍ରକାରର ହୋଇଥାଏ , ଯେପରିକି ଗୋଲ୍ଡନ୍ , ସିଲଭର୍ , ଡାଏମଣ୍ଡ ଏବଂ ରେଡ୍ ଡାଏମଣ୍ଡ । ଆପଣଙ୍କୁ ଏଠାରେ କହିରଖୁଛୁ କି ଏହି ପ୍ଲେ ବଟନ୍ ୟୁଟ୍ୟୁବର ସବଷ୍କ୍ରିପସନର ସଂଖ୍ୟା ଆଧାରରେ ହୋଇଥାଏ । ଆସନ୍ତୁ ଜାଣିବା ଏହି ବଟନ୍ ପାଇବା ପାଇଁ କ’ଣ କ୍ରାଇଟେରିଆ ରହିଛି ଏବଂ ଏଥିପାଇଁ କେତେ ସବଷ୍ଟ୍ରାଇବର୍ ଦରକାର ହୋଇଥାଏ? 

youtube
ସିଲଭର୍ ପ୍ଲେ ବଟନ୍ 
ୟୁଟ୍ୟୁବ୍ ସିଲଭର୍ ପ୍ଲେ ବଟନ୍ କୌଣସି କ୍ରିଏଟରର ପ୍ରଥମ ପୁରସ୍କାର ହୋଇଥାଏ । ଏହା ପାଇବା ପାଇଁ ୟୁଟ୍ୟୁବରଙ୍କ ପାଖରେ ୧ ଲକ୍ଷ ସବଷ୍କ୍ରାଇବର୍ ଥିବା ଆବଶ୍ୟକ । ହଜାର ହଜାର କ୍ରିଏଟର୍ ଏହି ପୁରସ୍କାର ପାଇସାରିଲେଣି । 

golden button
ଗୋଲ୍ଡେନ୍ ପ୍ଲେ ବଟନ୍ 
ୟୁଟ୍ୟୁବରଙ୍କ କ୍ୟାରିୟର୍ କ୍ଷେତ୍ରରେ ବଡ଼ ସଫଳତାର ସିଡ଼ି ସାଜିଥାଏ ଗୋଲ୍ଡେନ୍ ପ୍ଲେ ବଟନ୍ । ୧ ମିଲିୟନ୍ ସବଷ୍କ୍ରାଇବର୍ ହେଲେ ଏହି ପ୍ଲେ ବଟନ୍ ୟୁଟ୍ୟୁବ୍ ଭିଡିଓ କ୍ରିଏଟରଙ୍କୁ ଦିଆଯାଇଥାଏ । 

diamond botton
ଡାଏମଣ୍ଡ ପ୍ଲେ ବଟନ୍ 
ଡାଏମଣ୍ଡ ପ୍ଲେ ବଟନ୍ ପାଇବା ପାଇଁ ଭିଡିଓ କ୍ରିଏଟରଙ୍କ ପାଖରେ ୧୦ ମିଲିୟନ୍ ସବଷ୍କ୍ରାଇବର୍ ରହିବା ନିହାତି ଆବଶ୍ୟକ । ଏହି ପ୍ଲେ ବଟନକୁ ୨୦୧୫ ମସିହାରେ ଲଞ୍ଚ୍ କରାଯାଇଥିଲା ।

red diamond botton
ରେଡ୍ ଡାଏମଣ୍ଡ ପ୍ଲେ ବଟନ୍ 
ୟୁଟ୍ୟୁବ୍ ପ୍ଲାଟଫର୍ମରେ ରେଡ୍ ଡାଏମଣ୍ଡ ପ୍ଲେ ବଟନ୍ ପାଇବା କୌଣସି ଭିଡିଓ କ୍ରିଏଟରଙ୍କ ପାଇଁ ସୌଭାଗ୍ୟର କଥା । ଏହି ପ୍ଲେ ବଟନ୍ ସେହି ଚ୍ୟାନେଲକୁ ମିଳେ ଯିଏ ୧୦୦ ମିଲିୟନ୍ ସବଷ୍କ୍ରାଇବରର ଏକ ମାଇଲଷ୍ଟୋନ୍ ଛିଡ଼ା କରାଏ । କିନ୍ତୁ ଏହି ବଟନ୍ ପାଇବା କାଠିକର ପାଠ । ଟି-ସିରିଜ୍ ଏବଂ ମିଷ୍ଟର୍ ବିଷ୍ଟ ଭଳି ଚ୍ୟାନେଲ୍ ଏହି ମାଇଲଷ୍ଟୋନକୁ ନିଜ ନାଁରେ କରିଛନ୍ତି । ଏହି ପ୍ଲେବଟନ୍ କୌଣସି କ୍ରିଏଟରଙ୍କ ପାଇଁ ସମ୍ମାନର ତଥା ପରିଚୟର ପ୍ରତୀକ ପାଲଟିଥାଏ । ୟୁଟ୍ୟୁବରେ ପ୍ଲେ ବଟନ୍ ହାସଲ କରିବାର ସ୍ୱପ୍ନ ସବୁ ଭିଡ଼ିଓ କ୍ରିଏଟରଙ୍କ ମହତ୍ତ୍ୱପୂର୍ଣ୍ଣ ଲକ୍ଷ୍ୟ ହୋଇଥାଏ ।

ୟୁଟ୍ୟୁବରୁ କେମିତି କରନ୍ତି ଲକ୍ଷ ଲକ୍ଷ ରୋଜଗାର?

#ୟୁଟ୍ୟୁବରୁ_କେମିତି_କରନ୍ତି_ଲକ୍ଷ_ଲକ୍ଷ_ରୋଜଗାର? ୟୁଟ୍ୟୁବ୍ ପ୍ଲାଟଫର୍ମରୁ କେମିତି ପାଇବେ ପ୍ଲେବଟନ୍? କେମିତି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି ୟୁଟ୍ୟୁବର୍? ଦେଖନ୍ତୁ #YouTube #PlayButton #SpecialReport

Posted by Kanak News on Thursday, August 29, 2024

ରୋଜଗାରର ଯଦି କଥା କହିବା ଆଡ୍ ରେଭେନ୍ୟୁ , ଚ୍ୟାନେଲ୍ ମେମ୍ବରସିପ୍ , ମର୍ଚ୍ଚେଣ୍ଡାଇଜ୍ ସେଲ୍ଫ , ସୁପର୍ ଚ୍ୟାଟ୍ ଭଳି ଷ୍ଟେପ୍ ଉପରେ ନିର୍ଭର କରେ ରୋଜଗାର । ୟୁଟ୍ୟୁବରୁ ରୋଜଗାର ବିଜ୍ଞାପନ ଉପରେ ଅଧିକ ନିର୍ଭର କରେ । ଗୋଲ୍ଡେନ୍ ବଟନ୍ ମିଳିବା ପରେ ବିଜ୍ଞାପନ ପାଇଁ ପ୍ରତିଟି ହଜାର ଭ୍ୟୁଜରେ ୨ ଡଲାର୍ ମିଳିଥାଏ । ଭଲ କଣ୍ଟେଣ୍ଟ୍ ଅନୁସାରେ ଜଣେ ୟୁଟ୍ୟୁବର୍ ବାର୍ଷିକ ପାଖାପାଖି ୫୭ ହଜାର ୨୦୦ ଡଲାର୍ ରୋଜଗାର କରିପାରିବେ । ଯଦି ଚ୍ୟାନେଲରେ ୧ ମିଲିୟନ୍ ଭ୍ୟୁଜ୍ ଥିବ ୟୁଟ୍ୟୁବରଙ୍କୁ ୪୦ ଲକ୍ଷ ଟଙ୍କାର ରୋଜଗାର ହୋଇଥାଏ ।