କନକ ବ୍ୟୁରୋ: ଆପଣ ଅନେକଙ୍କୁ ବିବାହ ଉତ୍ସବ ପାଳନ କରୁଥିବା ଦେଖିଥିବେ କିନ୍ତୁ ଆପଣ କେବେ କାହାକୁ ଛାଡ଼ପତ୍ର ନେଇ ସେଲିବ୍ରେସନ କରିବାର ଦେଖିଛନ୍ତି କି ? ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ନେଇ ଏବେ ଚର୍ଚ୍ଚା । ଜଣେ ଯୁବକଙ୍କ ମାଆ ତାଙ୍କୁ କ୍ଷୀରରେ ଗାଧୋଇ ଦେଉଛନ୍ତି ଏବଂ ତା’ପରେ ଯୁବକ ଜଣକ "ହାପି ଡିଭୋର୍ସ" ଲେଖାଥିବା କେକ୍ କାଟି ଖୁସି ହେଉଛନ୍ତି ।
ବଡ଼ କଥା ହେଉଛି , ଭିଡିଓଟି ଲକ୍ଷ ଲକ୍ଷ ଲୋକ ଦେଖିସାରି ବିଭିନ୍ନ ପ୍ରକାରର କମେଣ୍ଟ୍ କରୁଛନ୍ତି । ଅଧିକାଂଶ ଲୋକ ଛାଡ଼ପତ୍ର ପାଇଥିବା ପତ୍ନୀଙ୍କୁ ସମାଲୋଚନା କରିବା ସହ ଯୁବକ ଜଣଙ୍କ ସେଲିବ୍ରେସନକୁ ତରିକାକୁ ପ୍ରଶଂସା କରିଛନ୍ତି । ଯୁବକ ଜଣକ କେକରେ ଲେଖିଛନ୍ତି ଯେ ସେ ତାଙ୍କ ପୂର୍ବତନ ପତ୍ନୀଙ୍କୁ ଭରଣପୋଷଣ ବାବଦରେ ୧୨୦ ଗ୍ରାମ ସୁନା ଏବଂ ୧୮ ଲକ୍ଷ ନଗଦ ଦେଇଛନ୍ତି ।
କ୍ଷୀର ସ୍ନାନ ରୀତି ପରେ ଯୁବକ ଜଣକ "ହାପି ଡିଭୋର୍ସ" ଲେଖାଥିବା ଏକ ଚକୋଲେଟ୍ କେକ୍ କାଟିଛନ୍ତି । ଖୁସିର ହସ ସହିତ ସେ କେକ୍ କାଟି ତାଙ୍କ ପରିବାର ସହିତ ଉତ୍ସବ ପାଳନ କରିଛନ୍ତି । ଆଉ ଭିଡିଓ କ୍ୟାପସନରେ ଲେଖିଛନ୍ତି, "ଦୟାକରି ନିଜ ଖୁସି ହୁଅ ଏବଂ ନିଜକୁ ଭଲ ପାଅ କିନ୍ତୁ କେବେ ଦୁଃଖ କର ନାହିଁ । କାରଣ ମୁଁ ୧୨୦ ଗ୍ରାମ ସୁନା ଓ ନଗଦ ୧୮ ଲକ୍ଷ ଦେଇ ମୁଁ ଏବେ ଅବିବାହିତ ଆଉ ସମ୍ପୂର୍ଣ୍ଣ ମୁକ୍ତ ।
ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ ପରେ ଉଭୟ ସମାଲୋଚନା ଓ ପ୍ରଶଂସା ପାଇବାଥିବା ଯୁବକ ଜଣକ ଭିଡିଓଟିକୁ ପୁନଃ ପୋଷ୍ଟ କରିଛନ୍ତି । ତାଙ୍କୁ ସମର୍ଥନ କରୁଥିବା ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଭିଡିଓ ଜରିଆରେ ଛାଡପତ୍ରର ପାଇଁ ସଂଘର୍ଷ କରୁଥିବା ଲୋକଙ୍କ ଚିନ୍ତାଧାରା ବଦଳିବ ଏବଂ ସେମାନେ ମାନସିକସ୍ତରରେ ସୁସ୍ଥ ରହିବେ ବୋଲି ଯୁବକ ଜଣକ ମେସେଜ୍ ଦେଇଛନ୍ତି ।