କନକ ବ୍ୟୁରୋ: ସରକାର ବଦଳୁଛି, କଠୋର ହେଉଛି ଆଇନ୍ ହେଲେ ସୁରକ୍ଷିତ ନାହାନ୍ତି ଶିଶୁ କି ସୁରକ୍ଷିତ ନାହିଁ ମା’ର କୋଳ । ସ୍ମାର୍ଟସିଟିରୁ ଉପାନ୍ତ ଅଞ୍ଚଳ ସବୁଠି ଚୋରି ହେଇଯାଉଛନ୍ତି କୁନି କୁନି ପିଲା । ରାଜଧାନୀ ଛାତି ଉପରୁ ଜଣେ ଦୃଷ୍ଟିବାଧିତ ମାଆର ଚୋରି ପିଲାକୁ ମାତ୍ର କେଇ ଘଣ୍ଟାରେ ଫେରାଇଆଣି ଯେଉଁ ପୋଲିସ ବାଃ ବାଃ ସାଉଁଟି ଥିଲା ଆଜି ସେହି ଓଡ଼ିଶା ପୋଲିସର ପାରିବା ପଣିଆରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
କାନ୍ଦୁଛନ୍ତି ବାପା, ଲୁହ ଝରାଉଛି ମା’। ୫ ଦିନରୁ ଅଧିକ ବିତିଯାଇଥିଲେ ବି ଡେଲାଙ୍ଗ ରତନପୁର ଅଞ୍ଚଳର ୧୧ ବର୍ଷୀୟ ଆଶୀର୍ବାଦର ପତ୍ତା ପାଉନି ପୋଲିସ । ସିସିଟିଭି ଯାଞ୍ଚ ପରେ ପରେ ଯାଞ୍ଚ ଚାଲିଛି, କିନ୍ତୁ ଆଶୀର୍ବାଦର ସୁରାକ ଟିକେ ପାଇବାରେ ବିଫଳ ଓଡ଼ିଶା ପୋଲିସ । ସେଥିପାଇଁ ତ ଧୈର୍ଯ୍ୟହରା ହୋଇ କନକ ନ୍ୟୁଜରେ କାନ୍ଦି କାନ୍ଦି ସରକାରଙ୍କୁ ପୁଅ ପାଇଁ ନେହୁରା ହେଇଛନ୍ତି ଆଶୀର୍ବାଦର ପରିବାର ।
ଅନ୍ୟପଟେ ମୟୂରଭଞ୍ଜ ଠାକୁରମୁଣ୍ଡା ଥାନା ଅଞ୍ଚଳରୁ ବି ସାଢ଼େ ୪ ବର୍ଷର ଶିଶୁ ଗତ ୧୭ ତାରିଖରୁ ଚୋରି ହୋଇଯାଇଛି । ମା’ ନିଜ ଛୁଆକୁ ଜଣେ କିନ୍ନରକୁ ଧରାଇ କିଛି ସମୟ ପାଇଁ ଯାଇଥିବା ବେଳେ କିନ୍ନର ଜଣକ ଛୁଆଟିକୁ ନେଇ ଛୁ’ ମାରିଥିବା ଠାକୁରମୁଣ୍ଡା ଥାନାରେ ଅଭିଯୋଗ ହୋଇଛି । ପୁଲିସର କହିବା ଅନୁସାରେ, ନିଖୋଜ ଶିଶୁର ମା’ ସବୁବେଳେ ନିଶାସକ୍ତ ଅବସ୍ଥାରେ ରହିଥାଏ । ତେଣୁ ମା’ ନିଜ ଝିଅକୁ ସମ୍ପୃକ୍ତ କିନ୍ନରକୁ ବିକିଦେଇଛି ନା କିନ୍ନର ପିଲାଟିକୁ ଚୋରି କରିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।
ଖାଲି ଏତିକି ନୁହେଁ ୫ ବର୍ଷ ଧରି ନିଖୋଜ ଯାଜପୁରର କୁନି ଝିଅ ପିହୁର ଫେରିବା ବାଟକୁ ଚାହିଁ ବସିଛନ୍ତି ମା’ ମୋନାଲିସା ନାୟକ । କନକ ନ୍ୟୁଜ୍ ବିତର୍କରେ ଭାଗ ନେଇ ମୋନାଲିସା ତାଙ୍କ ଝିଅକୁ ଫେରାଇ ଆଣିବା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି । ପୂର୍ବ ସରକାରରେ ବାରମ୍ବାର ଥାନାକୁ ଦୌଡି ନ୍ୟାୟ ପାଇନଥିଲେ । ଏବେ ନୂଆ ସରକାରରେ ନିଜ ଝିଅକୁ ଫେରି ପାଇବେ ବୋଲି ଆଶା ବାନ୍ଧିଛନ୍ତି ମୋନାଲିସା ।
ଅନ୍ୟପଟେ ମୟୂରଭଞ୍ଜ ଠାକୁରମୁଣ୍ଡା ଥାନା ଅଞ୍ଚଳରୁ ବି ସାଢ଼େ ୪ ବର୍ଷର ଶିଶୁ ଗତ ୧୭ ତାରିଖରୁ ଚୋରି ହୋଇଯାଇଛି । ମା’ ନିଜ ଛୁଆକୁ ଜଣେ କିନ୍ନରକୁ ଧରାଇ କିଛି ସମୟ ପାଇଁ ଯାଇଥିବା ବେଳେ କିନ୍ନର ଜଣକ ଛୁଆଟିକୁ ନେଇ ଛୁ’ ମାରିଥିବା ଠାକୁରମୁଣ୍ଡା ଥାନାରେ ଅଭିଯୋଗ ହୋଇଛି । ପୁଲିସର କହିବା ଅନୁସାରେ, ନିଖୋଜ ଶିଶୁର ମା’ ସବୁବେଳେ ନିଶାସକ୍ତ ଅବସ୍ଥାରେ ରହିଥାଏ । ତେଣୁ ମା’ ନିଜ ଝିଅକୁ ସମ୍ପୃକ୍ତ କିନ୍ନରକୁ ବିକିଦେଇଛି ନା କିନ୍ନର ପିଲାଟିକୁ ଚୋରି କରିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।
ଓଡ଼ିଶାରେ ପିଲା ନିଖୋଜ ହେବା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଫେବୃଆରୀ ୧୭ରେ ବିଧାନସଭାରେ ଉପସ୍ଥାପିତ ହୋଇଥିବା ତଥ୍ୟ ଅନୁଯାୟୀ ଗତ ୫ ବର୍ଷରେ ୧,୮୫୭ ପିଲା ଉଦ୍ଧାର କରାଯାଇଥିବାବେଳେ ୮,୪୦୩ ନିଖୋଜ ଅଛନ୍ତି । ପିଲାଙ୍କର ଏହି ସଂଖ୍ୟା ବ୍ୟତୀତ ମହିଳା ଏବଂ ସାବାଳିକା ସଂଖ୍ୟା ମିଶିଲେ ତାହା ଯଥେଷ୍ଟ ଅଧିକ ହେବ । ଚୋରି କରିନିଆଯାଉଥିବା ନାବାଳିକା କିମ୍ବା ନାବାଳକଙ୍କୁ ଦଲାଲମାନେ ଚଢ଼ା ଦରରେ ବିକ୍ରି କରିଦେଇଥାନ୍ତି ।
ତେବେ ପିଲା ଚୋରି କିମ୍ବା ନିଖୋଜ ହେବା ପଛରେ ଅନେକ କାରଣ ରହିଥାଇପାରେ । ହେଲେ ଜଣେ ଅପେକ୍ଷା କରିଥିବା ମା’ ଆଖିର ଲୁହକୁ ପୋଛିବାକୁ କେତେ ସକ୍ଷମ ହେବ ପୋଲିସ ଆଉ ମା’ କୋଳକୁ ସୁରକ୍ଷିତ ରଖିବାକୁ କେଉଁ ପଦକ୍ଷେପ ନେବ ନୂଆ ସରକାର ତାହା ଏବେ ପ୍ରଶ୍ନର ପାହାଡ଼ରେ ଛିଡ଼ା ହୋଇଛି...