Asteroid : ମାଡ଼ି ଆସୁଛି ପଥର ଖଣ୍ଡ : ମାଡ଼ ହେଲେ କଥା ସରିଲା

ଅଳ୍ପକେ ବର୍ତ୍ତିଯିବ ବିଶ୍ବ । ରକ୍ଷା ପାଇଯିବ ପୃଥିବୀ । ବଡ ବିସ୍ଫୋରଣରୁ ରକ୍ଷା ପାଇଯିବେ କୋଟି କୋଟି ଲୋକ । ପୃଥିବୀ ଆଡକୁ ଏକ ବିଶାଳ ବିଲ୍ଡିଂ ଆକାରର ବଡ ଗ୍ରହାଣୁ ବା ପଥରଖଣ୍ଡ ଦ୍ରୁତ ଗତିରେ ମାଡି ଆସୁଛି

Asteroid

Asteroid Photograph: (Kanak News)

କନକ ବ୍ୟୁରୋ: ସାବଧାନ…ସତର୍କ…ମାଡ଼ି ଆସୁଛି ବିରାଟ ପଥର ଖଣ୍ଡ । ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଏହି ପଥର ଖଣ୍ଡର ଆକାର ପ୍ରାୟ ୫୨୦ ଫୁଟ୍‌ । ଥରେ ଚିନ୍ତା କରନ୍ତୁ ଯଦି ଏହି ପଥର ପୃଥିବୀରେ ମାଡ଼ ହେବ ତେବେ ସ୍ଥିତି କଣ ହେବ । ହେଲେ ଖୁସିର କଥା ଏହା ପୃଥିବୀର କ୍ଷତି କରିବ ନାହିଁ ବୋଲି ବିଶେଷଜ୍ଞମାନେ କହିଲେଣି । ତେଣୁ ଏତେଟା ଡରିବାର ଆବଶ୍ୟକତା ନାହିଁ । 

ମାଡ଼ି ଆସୁଛି ପଥର
ଅଳ୍ପକେ ବର୍ତ୍ତିଯିବ ବିଶ୍ବ

ଅଳ୍ପକେ ବର୍ତ୍ତିଯିବ ବିଶ୍ବ । ରକ୍ଷା ପାଇଯିବ ପୃଥିବୀ । ବଡ ବିସ୍ଫୋରଣରୁ ରକ୍ଷା ପାଇଯିବେ କୋଟି କୋଟି ଲୋକ । ପୃଥିବୀ ଆଡକୁ ଏକ ବିଶାଳ ବିଲ୍ଡିଂ ଆକାରର ବଡ ଗ୍ରହାଣୁ ବା ପଥରଖଣ୍ଡ ଦ୍ରୁତ ଗତିରେ ମାଡି ଆସୁଛି । ନାସାର ସୂଚନା ଅନୁଯାୟୀ, ଏହି ବିଶାଳ ପଥରଖଣ୍ଡ ଘଣ୍ଟା ପ୍ରତି ୩୮ ହଜାର ୮୩୮ ବେଗରେ ପୃଥିବୀ ଆଡକୁ ମାଡି ଆସୁଛି । ଏହି ଗ୍ରହାଣୁର ନାଁ ୨୦୨୫ ଏଫ୍‌ଏ ୨୨ ରଖାଯାଇଛି । ଏହାର ଆକାର ୫୨୦ ଫୁଟ ରହିଛି । ନାସାର କହିବା ଅନୁଯାୟୀ, ଏହି ପଥରଖଣ୍ଡ ପୃଥିବୀଠାରୁ ୫.୨୩ ଲକ୍ଷ ମାଇଲ୍‌ ଦୂରରେ ଚାଲିଯିବ । ତେବେ ଏହା ଚନ୍ଦ୍ରପୃଷ୍ଠର ଅତି ପାଖ ଦେଇ ଗତି କରିବ ବୋଲି ନାସା ପକ୍ଷରୁ କୁହାଯାଇଛି ।

 
ମହାକାଶରୁ ଟଳିଯିବ ବିପଦ ! 

ପୃଥିବୀଠାରୁ ୪୬ ଲକ୍ଷ ମିଲ୍ ଦୂର ଭିତରେ ଯାଉଥିବା ଗ୍ରହାଣୁ ଉପରେ ନଜର ରଖେ ନାସାର ଆଷ୍ଟ୍ରଏଡ୍‌ ୱାଚ୍ ଟିମ୍
ଯଦି କୌଣସି ଗ୍ରହାଣୁର ଆକାର ୪୯୨ ଫୁଟ୍ ହୋଇଥାଏ ତାହାକୁ ବିପଦଜନକ ବୋଲି ଧରି ନିଆଯାଏ
୨୦୨୫ ଏଫ୍‌ଏ-୨୨ ଗ୍ରହାଣୁ ଏହି ଶ୍ରେଣୀରେ ଆସୁଛି 
ନାସା ଅନୁଯାୟୀ, ଏହି ସପ୍ତାହରେ ପୃଥିବୀ ନିକଟରେ ଅନେକ ଗ୍ରହାଣୁ ଗତି କରିବ
୧୬ ସେପ୍ଟେମ୍ବରରେ ୭୭ ଫୁଟ୍‌ର ଗ୍ରହାଣୁ ପୃଥିବୀଠାରୁ ୧.୨୬ ଲକ୍ଷ ମିଲ୍ ଦୂରରେ ଗତି କରିଛି
ମଙ୍ଗଳବାର ୪୫ ଫୁଟ୍‌ର ଏକ ଗ୍ରହାଣୁ ମଧ୍ୟ ପୃଥିବୀ ଠାରୁ ୬.୯୮ ଲକ୍ଷ ମିଲ୍ ଦୂରରେ ଯାଇଛି
୧୮ ସେପ୍ଟେମ୍ବରରେ ୨୦୨୫ ଏଫ୍‌ଏ୨୨ ପୃଥିବୀ ନିକଟ ଦେଇ ଗତି କରିବ
ସୌରମଣ୍ଡଳରେ ୧୩ ଲକ୍ଷ ୬୨ ହଜାର ଗ୍ରହାଣୁ ଚିହ୍ନଟ କରାଯାଇଛି 
ସବୁଠୁ ଚର୍ଚ୍ଚିତ ଗ୍ରହାଣୁ ହେଉଛି ଅପୋଫିସ୍, ୨୦୦୪ରେ ଏହାର ଚିହ୍ନଟ ହୋଇଥିଲା 
୨୦୨୯ରେ ଏହା ପୃଥିବୀ ସହ ଧକ୍କା ହେବ ବୋଲି ଅନୁମାନ କରାଯାଉଥିଲା 
ହେଲେ ଏହି ଗ୍ରହାଣୁ ପୃଥିବୀ ଠାରୁ ୨୩ ହଜାର ୧୮୯ ମିଲ୍ ଦୂରରେ ଚାଲିଯିବ ବୋଲି ସ୍ପଷ୍ଟ ହୋଇଛି 
୧୩ ଏପ୍ରିଲ ୨୦୨୯ରେ ଏହା ପୃଥିବୀ ନିକଟ ଦେଇ ଗତି କରିବ

ମୋଟ୍‌ ଉପରେ ଏହି ଗ୍ରହାଣୁକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି । ହେଲେ ଆଶ୍ବସ୍ତିକର ଖବର ଆସିବା ପରେ ଏବେ ଗ୍ରହାଣୁ ଉପରେ ନଜର ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe