କନକ ବ୍ୟୁରୋ: ଗାଜାରେ ସ୍ଥିତି ସଙ୍ଗୀନ ହେଲାଣି । ମାତ୍ର ୪୮ ଘଂଟାରେ ଚାଲିଯିବ ୧୪ ହଜାରରୁ ଅଧିକ ଶିଶୁଙ୍କ ଜୀବନ । ଏମିତି କିଛି ରିପୋର୍ଟ ସାମ୍ନାକୁ ଆସିବା ପରେ ଏବେ ସବୁଠି ଚର୍ଚ୍ଚା ଚାଲିଛି । ଇସ୍ରାଏଲ ଯେଉଁପରି ଭାବରେ ଆକ୍ରମଣ କରୁଛି ଯଦି ସେମିତି ଆକ୍ରମଣ ଜାରି ରହେ ତେବେ ମାତ୍ର କିଛି ଦିନ ମଧ୍ୟରେ ସବୁ ଛାରଖାର ହୋଇଯିବ । କୁହାଯାଉଛି କି, ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧରେ ବଳି ପଡ଼ୁଛନ୍ତି ନିରୀହ ପିଲା । ଯଦି ସେମାନଙ୍କ ପାଖରେ ଉଚିତ୍‌ ସମୟରେ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ନପହଞ୍ଚେ ତାହେଲେ ସ୍ଥିତି ସଙ୍ଗୀନ ହେବ । ଯାହା ଏବେ ପୂରା ବିଶ୍ବର ଚିନ୍ତାର କାରଣ ପାଲଟିଛି । 

Advertisment


ସାମ୍ନାକୁ ଆସିଲା ସାଙ୍ଘାତିକ ଘଟଣା
ମାତ୍ର ୪୮ ଘଣ୍ଟାରେ ଚାଲିଯିବ ୧୨ ହଜାର ଶିଶୁ
ଗାଜାରେ ସ୍ଥିତି ଭୟଙ୍କର
ସୀମା ପାର୍‌ ହେବାକୁ ଅନୁମତି ଦେଉନି ଇସ୍ରାଏଲ
ଯେତିକିକୁ ଅନୁମତି ମିଳିଛି
ତାହା ସମୁଦ୍ରକୁ ଶଙ୍ଖେ

ଦୀର୍ଘଦିନ ହେବ ଇସ୍ରାଏଲ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଯୁଦ୍ଧ ଲାଗିଛି । ଯାହାକି ଧୀରେ ଧୀରେ ସାଙ୍ଘାତିକ ରୂପ ନେଲାଣି । ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ଗୋଟି ଗୋଟି କରି ପ୍ରତିଶୋଧ ନେଉଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ । ଏଠାରେ କହିରଖୁଛୁ କି, ୨୦୧୩ ମସିହା ଅକ୍ଟୋବର ୨୩ ତାରିଖରେ ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ଆରମ୍ଭ ହୋଇଥିଲା ଯୁଦ୍ଧ । ଯାହା ଧୀରେ ଧୀରେ ଉଗ୍ର ରୂପ ନେଲାଣି । ଇସ୍ରାଏଲ ଏମିତି ଆକ୍ରମଣ କରୁଛି ଯେ ଗାଜା ପୂରା ଥରି ଉଠୁଛି । ଏପଟେ ଇସ୍ରାଏଲ କହିଛି, ଗାଜା ଖୁବଶୀଘ୍ର ଦଖଲ ହେବ । ଖାଲି ଏତିକି ନୁହେଁ ବରଂ ଗାଜାକୁ ଯାଉଥିବା ସମସ୍ତ ସହାୟତା ଉପରେ ରୋକ୍‌ ଲାଗିଗଲାଣି । ତେଣୁ ସେଠାକାର ବାସିନ୍ଦାଙ୍କ ପାଖରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚି ପାରୁନି । 

ଗାଜାରେ ମେଡିକାଲ ବନ୍ଦ
୯୩ ପ୍ରତିଶତ ଶିଶୁ ଭୋକିଲା

ରିପୋର୍ଟ ଅନୁସାରେ, ଗାଜାରେ ବର୍ତ୍ତମାନ ସ୍ଥିତି ସଙ୍ଗୀନ ହେଲାଣି । ଅନେକ ମେଡିକାଲ ବନ୍ଦ ହେଲାଣି । ପାଖାପାଖି ୮୦ ପ୍ରତିଶତ ଶିଶୁ ଅପପୁଷ୍ଟିର ଚାଦରରେ ଢାଙ୍କି ହେଲେଣି । ତେଣୁ ସେମାନେ ଏବେ ମରଣ ସହ ସଂଘର୍ଷ କରୁଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ସେପଟେ ଗାଜାର ଏମିତି ସ୍ଥିତି ଉପରେ ୟୁନାଇଟେଡ୍‌ ନେସନ କହିଛି, ପିଲାଙ୍କ ପାଖରେ ସବୁ ପ୍ରକାର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି । ଇସ୍ରାଏଲ ଅନୁମତି ଦେବା ମାତ୍ରେ ପିଲାଙ୍କ ପାଖରେ ସବୁ ସାମଗ୍ରୀ ପହଞ୍ଚିବ । ଏପଟେ କିନ୍ତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନିଜ ଜିଦରେ ଅଟଳ ଅଛନ୍ତି । ସ୍ପଷ୍ଟ ଭାବରେ କହିଛନ୍ତି କି, ଯେପର୍ଯ୍ୟନ୍ତ ଗାଜା ସରେଣ୍ଡର ନକରିଛି ସେପର୍ଯ୍ୟନ୍ତ ଯୁଦ୍ଧ ଥମିବ ନାହିଁ । ଯଦି ଗାଜା ସରେଣ୍ଡର କରେ ତେବେ ଯୁଦ୍ଧ ବନ୍ଦ ହେବ ଏବଂ ସବୁ ପ୍ରକାର ସହାୟତା ମିଳିବ । 

ମୋଟ୍‌ ଉପରେ, ହମାସ୍‌ ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି । ବିଶ୍ବର ଅନେକ ରାଷ୍ଟ୍ର ଇସ୍ରାଏଲ ଉପରେ ଚାପ ପକାଉଛନ୍ତି ଗାଜାକୁ ଅତ୍ୟାବଶ୍ୟକ ସାମଗ୍ରୀ ଛାଡ଼ିବା ପାଇଁ । ହେଲେ ଇସ୍ରାଏଲ କେବେ ଅନୁମତି ଦେଉଛି ତାହା ଉପରେ ସମସ୍ତଙ୍କ ନଜର ।