କନକ ବ୍ୟୁରୋ: ସାରା ଦେଶରେ ନୂଆ ଜିଏସଟି ଦର ଲାଗୁ ପରେ ଅନେକ କିଛି ଦରଦାମ ପରିବର୍ତ୍ତନ ହୋଇଛି । ଏହି ପରିପ୍ରେକ୍ଷୀରେ ଅକ୍ଟୋବର ୧ ତାରିଖରୁ ସାରା ଦେଶରେ ଅନେକ ଗୁରୁତ୍ଵପୂର୍ଣ ନିୟାରେ ପରିବର୍ତ୍ତନ ହେବାକୁ ଯାଉଛି । ଯେଉଁଥିରେ ରହିଛି ଅନେକ ଦୈନନ୍ଦିନ ବ୍ୟବହାରର୍ଯ୍ୟ ସାମଗ୍ରୀ । ଯାହାକୁ ଆପଣ ଜାଣିବା ନିହାତି ଜରୁରୀ ।

Advertisment

ରିପୋର୍ଟ ମୁତାବକ, ଅନଲାଇନ ଗେମିଂକୁ ନିୟନ୍ତ୍ରଣ କରୁଥିବା ଏକ ନୂତନ ଆଇନ ଏବଂ ଭାରତୀୟ ରେଳବାଇର ଟିକେଟ ବୁକିଂ ନିୟମରେ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଏହା ସହିତ ଟ୍ରାଇ ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ନେଟୱାର୍କ ସୂଚନା ଏବଂ ସ୍କାମ କଲ୍ ନିୟନ୍ତ୍ରଣ କରୁଥିବା ନିୟମ କାର୍ଯ୍ୟକାରୀ କରାଯିବ । ଷ୍ଟକ ବଜାରରେ ବାୟବ୍ୟାକ ନିୟମ ଏବଂ କିଛି ଆର୍ଥିକ ଯୋଜନା ମଧ୍ୟ ପରିବର୍ତ୍ତିତ କରାଯାଇପାରେ । ଆଉ ଇ-କମର୍ସ କାରବାର ଏବଂ ସର୍ବନିମ୍ନ ମଜୁରୀ ହାରରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇପାରେ ।

ଭାରତୀୟ ରେଳବାଇ ଅକ୍ଟୋବର ପହିଲାରୁ ଟିକେଟ ବୁକିଂ ନିୟମରେ ପରିବର୍ତ୍ତନ ଘୋଷଣା କରିଛି । ଏବେ ଟ୍ରେନରେ ଯାତ୍ରା କରିବା ପାଇଁ ସାଧାରଣ ଟିକେଟ ବୁକିଂ ଖୋଲିବାର ପ୍ରଥମ ୧୫ ମିନିଟ ମଧ୍ୟରେ, କେବଳ ଆଧାରକାର୍ଡ ଉପଭୋକ୍ତାମାନେ ଆଇଆରସିଟିସି ୱେବସାଇଟ କିମ୍ବା ଆପ୍‌ରେ ଟିକେଟ ବୁକ୍ କରିପାରିବେ ।

ସେହିଭଳି ଅକ୍ଟୋବର ତାରିଖରୁ ଅନଲାଇନ ଗେମିଂକୁ ପ୍ରୋତ୍ସାହିତ ଏବଂ ନିୟନ୍ତ୍ରଣ କରିବା ପାଇଁ ଏକ ନୂତନ ଆଇନ କାର୍ଯ୍ୟକାରୀ ହେବ । ଏନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଛନ୍ତି । ଅନଲାଇନ ଗେମିଂ କମ୍ପାନି ଏବଂ ଅନ୍ୟ ଅଂଶୀଦାରମାନଙ୍କ ସହିତ ଆଲୋଚନା ପରେ ଏହି ଆଇନ ପ୍ରସ୍ତୁତ କରାଯାଇଥିଲା ଯାହା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ।

ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ(ଟ୍ରାଇ) ଆସନ୍ତା ୧ ତାରିଖରୁ ନୂତନ ନିୟମ ଲାଗୁ କରିବାକୁ ଯାଉଛି । ଯାହା ମୋବାଇଲ ବ୍ୟବହାରକାରୀଙ୍କୁ ଅନେକ ସୁବିଧା ପ୍ରଦାନ କରିବ । ଆପଣ ଏବେ ଆପଣଙ୍କ ଅଞ୍ଚଳରେ ଉପଲବ୍ଧ ନେଟୱାର୍କ ବିଷୟରେ ସୂଚନା ପାଇପାରିବେ ଏବଂ ସାଇବର୍ ଠକେଇ କଲ୍ ହ୍ରାସ କରିବାକୁ ନୂଆ ନିୟମ ଲାଗୁ କରାଯିବ । ଟ୍ରାଇ ଟେଲିକମ କମ୍ପାନି ଗୁଡ଼ିକୁ ସ୍କାମ୍ କଲ୍ ଗୁଡ଼ିକର ଏକ ତାଲିକା ତିଆରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମେସେଜ ମାଧ୍ୟମରେ ଏକ ସୁରକ୍ଷିତ ୟୁଆରଏଲ କିମ୍ବା ଓଟିପି ଲିଙ୍କ୍ ପଠାଇବାକୁ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି । ଏହିଭଳି ଅନେକ କିଛି ନିୟମ ଆସନ୍ତା ପହିଲାରୁ ପରିବର୍ତ୍ତନ ହେବାକୁ ଯାଉଛି ।