କନକ ବ୍ୟୁରୋ: ବିଦେଶୀ ଚାଖିବେ ପାଟଣାଗଡ଼ ଚାଷୀଙ୍କ ଆମ୍ରପାଲି ଆମ୍ବ । ପ୍ରଥମଥର ପାଇଁ ପାଟଣାଗଡ଼ ଅଞ୍ଚଳର କିଛି ଚାଷୀଙ୍କ ଫଳ ଏବେ ଆବୁଧାବି ଏବଂ ଲଣ୍ଡନ ଯାଇଛି । ରାଜ୍ୟ ସରକାରଙ୍କ ସହଯୋଗରେ ଚାଷୀଙ୍କଠାରୁ ଏହି ଆମ୍ବ ସଂଗ୍ରହ କରାଯାଇ ବିଦେଶକୁ ପଠାଯାଇଛି । ପ୍ରଥମ ପର୍ଯ୍ୟାୟରେ ଆବୁଧାବିକୁ ୧.୨ ଟନ୍‌ ଆମ୍ବ ଏବଂ ଲଣ୍ଡନକୁ ୨.୬ ଟନ୍ ଆମ୍ବ ପଠାଯାଇଛି । ସ୍ଥାନୀୟ ଅଞ୍ଚଳର ଆମ୍ବ ବାହାରକୁ ରପ୍ତାନି ହେଉଥିବାରୁ ଚାଷୀ ବେଶ୍‌ ଖୁସି ଅଛନ୍ତି । ଭଲ ଦୁଇ ପଇସା ଲାଭବାନ ହେବେ ବୋଲି ଆଶାବାଦୀ ଅଛନ୍ତି ।

Advertisment

ବିଦେଶ ଗଲା ପାଟଣାଗଡ଼ ଆମ୍ବ
ଆବୁଧାବି ଓ ଲଣ୍ଡନକୁ ରପ୍ତାନୀ

ବିଦେଶକୁ ପଠାଯିବା ପୂର୍ବରୁ ଏହି ଆମ୍ବକୁ ଭଲଭାବେ ବିଶୋଧନ କରାଯାଇଥିଲା । ଯାହାର ଓଜନ ୨୫୦ ଗ୍ରାମରୁ ଅଧିକ । ସଫ୍ଟନେଟରେ ପ୍ୟାକିଂ କରି ତାକୁ ପେଟିରେ ଭର୍ତ୍ତି କରି ବାହାରକୁ ରପ୍ତାନି କରାଯାଇଛି । ଆମ୍ବ ତୋଳିବାଠାରୁ ଆରମ୍ଭ କରି ବିଶୋଧନ କରିବା ପର୍ଯ୍ୟନ୍ତ ସମସ୍ତ ପ୍ରଣାଳୀ ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ତାଲିମ ଦିଆଯାଇଛି ।  ପୂର୍ବରୁ ପାଟଣାଗଡ଼ର ଡ୍ରାଗନ ଫ୍ରୁଟ୍ସ ବିଦେଶକୁ ରପ୍ତାନୀ ହୋଇଥିଲା । ଏବେ ଆମ୍ରପାଲି ଆମ୍ବ ଆବୁଧାବି ଓ ଲଣ୍ଡନକୁ ରପ୍ତାନୀ ହୋଇଛି । ଯାହା ଚାଷୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିବ ।

(ପାଟଣାଗଡ଼ରୁ ପ୍ରବୀଣ ପୁରୋହିତଙ୍କ ରିପୋର୍ଟ)