ନ୍ୟୁଜିଲାଣ୍ଡର 'ଫିନ୍' ଝଡ଼: ଭାଙ୍ଗିଲା ଗେଲ୍‌ଙ୍କ ରେକର୍ଡ, ପଛରେ ପଡ଼ିଲେ ରୋହିତ...

Advertisment

୨୪ ବର୍ଷୀୟ ଫିନ୍ ଆଲେନ୍ ନିଜର ନିର୍ଭୀକ ବ୍ୟାଟିଂ ଶୈଳୀ ପାଇଁ ଜଣାଶୁଣା । ସେ ଘରୋଇ କ୍ରିକେଟ ଓ ଆଇପିଏଲ୍‌ରେ ମଧ୍ୟ ନିଜର ପ୍ରଭାବ ପକାଇଛନ୍ତି । ଆଗାମୀ ଆଇପିଏଲ୍ ସିଜିନରେ ସେ କୋଲକାତା ନାଇଟ୍ ରାଇଡର୍ସ  ପାଇଁ ଖେଳିବାକୁ ଯାଉଛନ୍ତି, ତେଣୁ ଇଡେନ ଗାର୍ଡେନ୍ସରେ ତାଙ୍କର ଏହି ପ୍ରଦର୍ଶନ କେକେଆର ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି ।

3-ALLEN-FIN-PKG-RAJA-PKG-t

FIN ALLEN Photograph: (KANAK NEWS)

କନକ ବ୍ୟୁରୋ: ଟି-୨୦ କ୍ରିକେଟର ସଜ୍ଞା ବଦଳାଇ ଦେଲେ କିୱି ବ୍ୟାଟର ଫିନ୍ ଆଲେନ୍ । କୋଲକାତାର ଇଡେନ ଗାର୍ଡେନ୍ସରେ ଦେଖିବାକୁ ମିଳିଲା ଏମିତି ଏକ ବିସ୍ଫୋରଣ, ଯାହା ପୂର୍ବରୁ କେବେ ବିଶ୍ୱକପ୍ ଇତିହାସରେ ଘଟିନଥିଲା । ଦକ୍ଷିଣ ଆଫ୍ରିକାର ବାଘୁଆ ବୋଲରଙ୍କୁ ବିଲେଇ କରିଦେଇ ମାତ୍ର ୩୩ ବଲ୍‌ରେ ଶତକ ହାସଲ କରି ଫିନ୍ ଆଲେନ୍ ଏବେ ବିଶ୍ୱର ନୂଆ 'ସେନସେସନ' ।

ଆହୁରି ପଢ଼ନ୍ତୁ: ସରିଲା ଅର୍ଜୁନ-ସାନିଆଙ୍କ ବିବାହ

ସେମିଫାଇନାଲରେ ରେକର୍ଡ ବର୍ଷା
ଭାଙ୍ଗିଲା କ୍ରିସ୍ ଗେଲ୍‌ଙ୍କ ୧୦ ବର୍ଷର ରେକର୍ଡ

ବୁଧବାର ଅନୁଷ୍ଠିତ ଏହି ହାଇ-ଭୋଲଟେଜ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୧୬୯ ରନ୍ ସଂଗ୍ରହ କରିଥିଲା । ୧୭୦ ରନର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡର ଦୁଇ ଓପନର୍ ଫିନ୍ ଆଲେନ୍ ଓ ଟମ୍ ସେଫର୍ଟ ପ୍ରଥମ ଓଭରରୁ ହିଁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲେ । ଆଲେନ୍ ନିଜର ଶତକୀୟ ଇନିଂସରେ ୧୦ଟି ଚୌକା ଏବଂ ୮ଟି ବିଶାଳ ଛକା ମାରିଥିଲେ । ତାଙ୍କର ଏହି ଧୂଆଁଧାର ବ୍ୟାଟିଂ ବଳରେ ନ୍ୟୁଜିଲାଣ୍ଡ ମାତ୍ର ୧୨.୫ ଓଭରରେ ୯ ଉଇକେଟ୍‌ରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି । ଖାଲି ଏତିକି ନୁହେଁ ଫିନ୍ ଆଲେନ୍‌ଙ୍କ ଏହି ଶତକ ଟି-୨୦ ବିଶ୍ୱକପ୍ ଇତିହାସର ଦ୍ରୁତତମ ଶତକ । ଏହା ପୂର୍ବରୁ ୨୦୧୬ରେ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍ ମାତ୍ର ୪୭ ବଲ୍‌ରେ ଇଂଲଣ୍ଡ ବିପକ୍ଷରେ ଶତକ ମାରି ଏହି ରେକର୍ଡ ନିଜ ନାମରେ ରଖିଥିଲେ । ଆଲେନ୍ ଏବେ ସେହି ରେକର୍ଡକୁ ଧୂଳିସାତ୍ କରିଦେଇଛନ୍ତି ।

ବଡ଼କଥା ହେଲା ଦୁଇଟି ଶକ୍ତିଶାଳୀ ଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଏହା ସବୁଠାରୁ ଦ୍ରୁତତମ ଶତକ । ଖାଲି ଏତିକି ନୁହେଁ ଫିନ୍ ରୋହିତ ଶର୍ମା ଓ ଡେଭିଡ୍ ମିଲରଙ୍କ ରେକର୍ଡ ମଧ୍ୟ କାଟିଛନ୍ତି । ଆଉ ଟି-୨୦ ବିଶ୍ୱକପ୍‌ର ନକଆଉଟ୍ ପରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଶତକ ମାରିବାରେ ଆଲେନ୍ ହେଉଛନ୍ତି ବିଶ୍ୱର ପ୍ରଥମ ବ୍ୟାଟର ।

କିଏ ଏହି ଫିନ୍ ଆଲେନ୍?

୨୪ ବର୍ଷୀୟ ଫିନ୍ ଆଲେନ୍ ନିଜର ନିର୍ଭୀକ ବ୍ୟାଟିଂ ଶୈଳୀ ପାଇଁ ଜଣାଶୁଣା । ସେ ଘରୋଇ କ୍ରିକେଟ ଓ ଆଇପିଏଲ୍‌ରେ ମଧ୍ୟ ନିଜର ପ୍ରଭାବ ପକାଇଛନ୍ତି । ଆଗାମୀ ଆଇପିଏଲ୍ ସିଜିନରେ ସେ କୋଲକାତା ନାଇଟ୍ ରାଇଡର୍ସ  ପାଇଁ ଖେଳିବାକୁ ଯାଉଛନ୍ତି, ତେଣୁ ଇଡେନ ଗାର୍ଡେନ୍ସରେ ତାଙ୍କର ଏହି ପ୍ରଦର୍ଶନ କେକେଆର ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି ।

ମ୍ୟାଚ୍ ପରେ ଆଲେନ୍ କହିଛନ୍ତି, "ମୁଁ କେବଳ ସଠିକ୍ ସମୟକୁ ଅପେକ୍ଷା କରିଥିଲି ଏବଂ ଦଳ ପାଇଁ ଭଲ ଆରମ୍ଭ ଦେବାକୁ ଚାହୁଥିଲି ।" ତାଙ୍କର ଏହି ଇନିଂସକୁ ନେଇ କ୍ରିକେଟ ଜଗତର ବଡ଼ ବଡ଼ ଦିଗ୍ଗଜମାନେ ତାଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି । ନ୍ୟୁଜିଲାଣ୍ଡ ପାଇଁ ଏହି ବିଜୟ କେବଳ ଏକ ମ୍ୟାଚ୍ ଜିତିବା ନୁହେଁ, ବରଂ ବିଶ୍ୱକପ୍ ଟ୍ରଫି ଆଡ଼କୁ ଆଉ ପାଦେ ଆଗକୁ ବଢ଼ାଇବା । ଫିନ୍ ଆଲେନ୍‌ଙ୍କ ଏହି ୩୩ ବଲ୍‌ର ଯାଦୁ କ୍ରିକେଟ ପ୍ରେମୀଙ୍କ ମନରେ ବହୁ ଦିନ ଧରି ସତେଜ ହୋଇ ରହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe