New Rule : ଏଣିକି ମନଇଚ୍ଛା ବଦଳାଇପାରିବେ ନାହିଁ ଗାଡ଼ିର ରଙ୍ଗ, ନହେଲେ କଟିବ ଜରିମାନା

Advertisment

ଆଜିକାଲି ଆପଣ ଦେଖିଥିବେ ଗାଡ଼ିର ଟାୟାର ଗୁଡ଼ିକ କେମିତି ବାହାରକୁ ବାହାରିକି ରହିଥାଏ । ଯାହାଦ୍ବାରା ସାଧାରଣ ଲୋକଙ୍କର ଅନେକ ସମସ୍ୟା ହୁଏ

ଆଜିକାଲି ଆପଣ ଦେଖିଥିବେ ଗାଡ଼ିର ଟାୟାର ଗୁଡ଼ିକ କେମିତି ବାହାରକୁ ବାହାରିକି ରହିଥାଏ । ଯାହାଦ୍ବାରା ସାଧାରଣ ଲୋକଙ୍କର ଅନେକ ସମସ୍ୟା ହୁଏ

Car Colour

Car Colour Photograph: (kanak News)

କନକ ବ୍ୟୁରୋ: ଦୁନିଆ ବଦଳୁଛି, ଲୋକଙ୍କର ଷ୍ଟାଇଲ୍‌ ବି ବଦଳୁଛି । ଖାସ୍‌ ସେଇଥି ପାଇଁ ତ ଏବେ ସୋସିଆଲ ମିଡିଆରେ ବିଭିନ୍ନ କାର୍‌ର ଷ୍ଟାଇଲ୍‌ ପରିବର୍ତ୍ତନ କରି ଟ୍ରେଣ୍ଡିଂରେ ରହିବାକୁ  ଇଚ୍ଛା କରୁଛନ୍ତି ଆଜିର ଯୁବପିଢି । ପ୍ରକୃତରେ କାର୍‌ କିଣିବା ବେଳେ କମ୍ପାନି ଯେଉଁପରି ଭାବରେ ଗାଡ଼ିକୁ ତିଆରି କରିଥାଏ, ପରବର୍ତ୍ତୀ ସମୟରେ ସେଥିରେ ଅନେକ ପରିବର୍ତ୍ତନ ହେଉଥିବା ଦେଖାଯାଉଛି । ହେଲେ କାର୍‌ର ଲାଇଟ୍‌ ଓ ସାଉଣ୍ଡ ପରିବର୍ତ୍ତନ ହେଉଥିବା କାରଣରୁ ଜନସାଧାରଣଙ୍କୁ ତାହା ସମସ୍ୟାରେ ପକାଉଛି । ସେଇଥି ଲାଗି ତ ନିଷ୍ପତ୍ତି ଅନୁସାରେ ଏଣିକି କାର୍‌ ମଡିଫିକେସନ୍‌ କଲେ ପୁଲିସ୍‌ କଡ଼ା ନଜର ରଖିବ ବୋଲି କୁହାଯାଉଛି। 

କାର୍‌ ଚାଳକଙ୍କ ପାଇଁ ବଡ଼ ଖବର
ଏଣିକି କାର୍‌ରେ କାରନାମା କଲେ…
ପୁଲିସ୍‌ କେତେବେଳେ ବି ବାନ୍ଧିପାରେ
ଡିଜାଇନ୍‌ ବଦଳାଇଲେ ଟେନସନ୍‌

ରାସ୍ତାରେ ନିଜ ଗାଡ଼ିକୁ ଆକର୍ଷିତ କରିବା ଲାଗି ଆଜିର ଯୁବପିଢିମାନେ ଅନେକ ପ୍ରକାର ପଦକ୍ଷେପ ନେଉଛନ୍ତି । ଖାସ୍‌ କରି କାର୍‌ର ରଙ୍ଗ, ଲାଇଟ୍‌ ଓ ସାଉଣ୍ଡରେ ପରିବର୍ତ୍ତନ କରିବା କାରଣରୁ ସାଧାରଣ ଲୋକଙ୍କ ଉପରେ ସାଙ୍ଘାତିକ ଭାବରେ ପ୍ରଭାବ ପକାଉଛି । ତେଣୁ ମୋଟର ଯାନ ଅଧିନିୟମ ଅନୁସାରେ କମ୍ପାନି ଦେଇଥିବା ଗାଡ଼ିରେ ଯଦି କୌଣସି ବ୍ୟକ୍ତି ପରିବର୍ତ୍ତନ କରନ୍ତି ତେବେ ତାହାକୁ ବେଆଇନ ଭାବରେ ବିବେଚନ କରାଯିବ । 

କଟିବ ଜରିମାନା

ରାସ୍ତାରେ ଯାଉଥିବା ଗାଡ଼ିର ଯଦି ମଡିଫିକେସନ୍‌ ହୋଇଛି ଏବଂ ପୁଲିସ୍‌ ଜାଣିଲା ତେବେ ସେହି ଗାଡ଼ି ଉପରେ ଫାଇନ୍‌ ଲାଗିପାରେ । ଟ୍ରାଫିକ୍‌ ପୁଲିସ୍‌ ମୋଟା ଅଙ୍କର ଜରିମାନା ଆଦାୟ ବି କରିପାରିବେ । ନିୟମ ଅନୁସାରେ ଗାଡ଼ିର କାଚ ସର୍ବନିମ୍ନ ୭୦ ପ୍ରତିଶତ ଭିଜିବିଲିଟି ରହିବା ଦରକାର । ଯଦି ଏହାଠୁ କମ୍‌ ରହିଛି ତେବେ ଫାଇନ୍‌ ପଡ଼ିପାରେ ।

ଏକ୍ସଟ୍ରା ଲାଇଟ୍‌

ଗାଡ଼ି କିଣିବା ବେଳେ କାର୍‌ରେ ଯେତିକି ଲାଇଟ୍‌ ଦେଇଥାଏ ତାହା ଅନେକଙ୍କୁ ପସନ୍ଦ ହୁଏ ନାହିଁ । ସେଇଥି ଲାଗି ତ ଅନେକ ଏଲଇଡି ଓ ବାର୍‌ ଲାଇଟ୍‌ ଲଗାନ୍ତି । ହେଲେ ସେହି ଲାଇଟ୍‌ ଦ୍ବାରା ସାମ୍ନାରୁ ଆସୁଥିବା ଚାଳକ କିଛି ଦେଖିପାରନ୍ତି ନାହିଁ । ଯାହାଦ୍ବାରା ଦୁର୍ଘଟଣା ଘଟେ । ତେଣୁ ଏମିତି ଲାଇଟ୍‌ ଲଗାଇଲେ କାର୍ଯ୍ୟାନୁଷ୍ଠାନ ହେବ । 

ମୋଟା ମୋଟା ଟାୟାର୍‌

ଆଜିକାଲି ଆପଣ ଦେଖିଥିବେ ଗାଡ଼ିର ଟାୟାର ଗୁଡ଼ିକ କେମିତି ବାହାରକୁ ବାହାରିକି ରହିଥାଏ । ଯାହାଦ୍ବାରା ସାଧାରଣ ଲୋକଙ୍କର ଅନେକ ସମସ୍ୟା ହୁଏ । ଖାସ୍‌ କରି ଜାମ୍‌ ଥିବା ରାସ୍ତାରେ ଟାୟାର ଗୁଡ଼ିକ ଅନ୍ୟ ଲୋକଙ୍କ ଦେହରେ ଘସି ହେବା କାରଣରୁ ଦୁର୍ଘଟଣା ବି ହୁଏ । ତେଣୁ ଟାୟାର ଉପରେ ବି ପ୍ରତିବନ୍ଧକ ଲଗାଯାଇଛି । ଅର୍ଥାତ୍‌ କମ୍ପାନି ଟାୟାର ଛଡ଼ା ଅନ୍ୟ କିଛି ଲଗାଇଲେ ବି ଜରିମାନା ଦେବାକୁ ପଡ଼ିପାରେ । ଖାଲି ଏତିକି ନୁହେଁ ବରଂ ଗାଡ଼ିର ରଙ୍ଗ ବଦଳାଇବାକୁ ନେଇ ବି କଟକଣା ରହିଛି । ସୂଚନା ଅନୁସାରେ, ଆର୍‌ସି ବୁକ୍‌ ଅନୁସାରେ ହିଁ ଗାଡ଼ିର ରଙ୍ଗ ହୋଇଥିବା ଦରକାର । ଯଦି ନିୟମ ମାନିନାହାନ୍ତି ତେବେ ଆପଣଙ୍କୁ ଜରିମାନା ଦେବାକୁ ପଡ଼ିପାରେ ।

ନମ୍ବର ପ୍ଲେଟ୍‌ରେ ଗଡ଼ବଡ଼

ଯିଏ ଯେତେ ଦାମୀ ଗାଡି କିଣନ୍ତି ସିଏ ସେହି ଅନୁସାରେ ନମ୍ବର ପ୍ଲେଟ୍‌ ଲଗାନ୍ତି । ଗାଡ଼ିର ନମ୍ବର ପ୍ଲେଟ୍‌କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅନେକ ପ୍ରକାର ରଙ୍ଗବେରଙ୍ଗର ନମ୍ବର ପ୍ଲେଟ୍‌ ଲଗାଉଥିବା ଦେଖାଯାଉଛି । ହେଲେ ଏହା କରିବା ବେଆଇନ । ଅର୍ଥାତ୍‌ କମ୍ପାନି ଦେଇଥିବା ନମ୍ବର ପ୍ଲେଟ୍‌ ହିଁ ଆପଣ ବ୍ୟବହାର କରିବେ । ଯଦି ଏମିତି କରୁନାହାନ୍ତି ତେବେ ଆପଣ ବି ଜରିମାନା ଦେଇପାରନ୍ତି । ଆଗାମୀ ଦିନରେ ପ୍ରତି ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବା ବାଧ୍ୟତାମୂଳକ କରାଯିବ ବୋଲି ଜଣାପଡ଼ିଛି ।

ବିକଟାଳ ହର୍ଣ୍ଣ

ଏନ୍‌ଏଚ୍‌ରେ ଯାଉଥିବା ବେଳେ ଆପଣ ଦେଖିଥିବେ ହଠାତ୍‌ ଗାଡ଼ି ଗୁଡ଼ିକ ଅତି କର୍କସ ହର୍ଣ୍ଣ ବଜାନ୍ତି । ଯାହା ଅନ୍ୟ ଚାଳକଙ୍କ ଉପରେ ପ୍ରଭାବ ପଡେ । ତେଣୁ ପୁଲିସ୍‌ ବିକଟାଳ ହର୍ଣ୍ଣ ଉପରେ କଟକଣା ଲାଗୁ କରିଛି । ହେଲେ ବି ଏହାପରେ ଗାଡ଼ି ଚାଳକମାନେ ନିୟମ ବିରୋଧରେ ଯାଇ ହର୍ଣ୍ଣ ଲଗାଉଛନ୍ତି । ତେଣୁ ଏବେ ଯଦି କେହି ନିୟମ ମାନିବେ ନାହିଁ ତାହେଲେ କାର୍ଯ୍ୟାନୁଷ୍ଠାନ ହେବ । ମୋଟ୍‌ ଉପରେ ପରିବହନ କ୍ଷେତ୍ରରେ ଯେଉଁ ନୂଆ ନିୟମ ଲାଗୁ କରାଯାଉଛି ତାହା ଆପଣ ଜାଣିବା ନିହାତି ଦରକାର । ନହେଲେ ଅସୁବିଧାର ସାମ୍ନା କରିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe