କନକ ବ୍ୟୁରୋ: ମୋଦୀଙ୍କ ମାଆଙ୍କର ଏକ ଏଆଇ ଭିଡିଓକୁ ନେଇ ଏବେ ପୂରା ଦେଶରେ ତେଜିଛି ରାଜନୀତି । ମୋଦୀଙ୍କ ମାଆଙ୍କର ଫେକ୍ ଭିଡିଓ କଂଗ୍ରେସ ଭାଇରାଲ କରିବା ପରେ ପୂରା ଦେଶରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବିହାର ନିର୍ବାଚନ ପୂର୍ବରୁ କଂଗ୍ରେସର ଏମିତି ହରକତକୁ ନେଇ ବିଜେପି ନେତା ରାଗିପାଚି ଲାଲ୍ ହୋଇଥିବା ବେଳେ ତୁରନ୍ତ ଆକ୍ସନ ପାଇଁ ଦାବି କରିଥିଲେ । ଆଉ ସେହି ଭିତ୍ତିରେ ଦିଲ୍ଲୀ ପୁଲିସ୍ ଏବେ ଆକ୍ସନ ମୋଡ୍କୁ ଆସିଛି ।
କଂଗ୍ରେସକୁ ମହଙ୍ଗା ପଡ଼ିଲା
ମୋଦୀଙ୍କ ମାଆଙ୍କ ଫେକ୍ ଭିଡିଓ ପ୍ରସାରଣ
ଦିଲ୍ଲୀ ପୁଲିସ୍ ନେଲା କଡ଼ା ଆକ୍ସନ
ଭିଡିଓ କରି ଫସିଗଲା କଂଗ୍ରେସ୍
ଏବେ ପୁଲିସ୍ ନେବ କଡ଼ା ଆକ୍ସନ
ବିହାର ନିର୍ବାଚନ ଯେତିକି ପାଖେଇ ଆସୁଛି…ସେତିକି ବଢୁଛି ବୟାନବାଜି ଓ ବିବାଦ । ବିହାର କଂଗ୍ରେସ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିବା ପରେ ରାଜ୍ୟ ରାଜନୀତିରେ ତମ୍ବିତୋଫାନ ଦେଖାଦେଇଥିଲା । ଭୋଟ୍ ଚୋରି ଅଭିଯୋଗ ପ୍ରସଙ୍ଗକୁ ନେଇ କଂଗ୍ରେସ ଏହି ଭିଡିଓ ପୋଷ୍ଟ କରିଥିଲା । ଯାହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲା ବିଜେପି । ସେଇଥି ଲାଗି ତ ମାମଲା ରୁଜୁ ହେବା ପରେ ଆକ୍ସନ ମୋଡ୍କୁ ଆସିଛି ପୁଲିସ୍ ।
ଭୋଟ୍ ଚୋରିକୁ ନେଇ ତେଜିଛି ରାଜନୀତି
ଶାସକ ଦଳ ଉପରେ ବର୍ଷୁଛି ବିରୋଧୀ
ଦେଶରେ ଭୋଟ୍ ଚୋରି ହେଉଛି…ଶାସକ ଦଳ ଏଥିରେ ସଂପୃକ୍ତ । କିଛି ଏମିତି ଅଭିଯୋଗ କରିଛି କଂଗ୍ରେସ । ଖାଲି ଅଭିଯୋଗ କରିଥିଲା ତାହା ନୁହେଁ ବରଂ ଭୋଟ୍ ଚୋରି ପ୍ରସଙ୍ଗରେ ରାଲି କରିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଲୋକଙ୍କ ପାଖକୁ ଯାଇ ଭୋଟ୍ ଚୋରି ସମ୍ପର୍କରେ ବୁଝାଇଥିଲେ । ହେଲେ ଏହାପରେ କଂଗ୍ରେସର ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ରୁ ଯେଉଁପରି ଭାବରେ ମୋଦୀଙ୍କ ମାଆଙ୍କର ଫେକ୍ ଭିଡ଼ିଓ ଭାଇରାଲ ହେଲା ତାହାକୁ ନେଇ ବିବାଦ ଘନେଇବାରେ ଲାଗିଛି ।
ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଡିଫେକ୍ ଭିଡିଓକୁ ନେଇ ପୂର୍ବରୁ ସରକାର ସଚେତନ ଅଛନ୍ତି । ଏମିତି ଭିଡିଓକୁ ବନ୍ଦ କରିବାକୁ ସୋସିଆଲ ମିଡିଆ ପ୍ଲାର୍ଟଫର୍ମକୁ ନିର୍ଦ୍ଦେଶ ବି ଦିଆଯାଇଛି । ହେଲେ ଏହାପରେ ବି ମୋଦୀଙ୍କ ମାଆଙ୍କର ଭିଡିଓ ଭାଇରାଲ ହେବା ପରେ ପୁଣି ଥରେ ଚର୍ଚ୍ଚା ଚାଲିଛି ।