କେଉଁ ସନ୍ଦେଶ ଦେଉଛନ୍ତି ଭଗବାନ ? ଗୁଣ୍ଡ ହୋଇଗଲା ବିମାନ , ଭଗବତ୍ ଗୀତାକୁ ସ୍ପର୍ଶ କରିପାରିଲାନି ନିଆଁ

ଦୁର୍ଘଟଣାର ଭୀଷଣ ନିଆଁ ଏତେ ଭୟାବହ ଥିଲା ଯେ କିଛି ମିନିଟରେ ଲୁହା ମଧ୍ୟ ତରଳିଗଲା । ଏତେ ବଡ଼ ବିମାନର ଅବସ୍ଥା କବାଡ଼ି ସଦୃଶ ହୋଇଗଲା କିନ୍ତୁ ଆଶ୍ଚର୍ଯ୍ୟର କଥା ଘଟଣାସ୍ଥଳରୁ ଶ୍ରୀମଦ୍ ଭଗବତ୍ ଗୀତାର ଏକ ପୁସ୍ତକ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ଅଦ୍ୟତନ ହୋଇଛି
Bhagvat gita

Bhagvat gita Photograph: (Kanak News)

କନକ ବ୍ୟୁରୋ : ଚମତ୍କାର , ଅଲୌକିକ , ଅବିଶ୍ବସନୀୟ ଶବ୍ଦଟି ସେତେବେଳେ ଆମ ମନକୁ ଆନ୍ଦୋଳିତ କରେ ଯେତେବେଳେ ଅସମ୍ଭବ ପରି ଲାଗୁଥିବା ଶବ୍ଦଟି ସମ୍ଭବ ହୋଇଯାଏ । ନିକଟରେ ଅହମଦାବାଦ ଯେଉଁ ଦୁଃଖ ଦେଖିଲା ସେଥିରେ ସାରା ଦେଶର ଆଖିରୁ ଲୁହ ବୋହିଲା । ସଂକ୍ଷେପରେ କହିଲେ ସାରା ଦେଶକୁ କନ୍ଦାଇଦେଲା ଅହମଦାବାଦ ବିମାନ ଦୁର୍ଘଟଣା । ଏହି ଭୟାବହ ଦୁର୍ଘଟଣାରେ ସବୁ କିଛି ଜଳିପୋଡ଼ି ପାଉଁଶ ହୋଇଗଲା । କିଛି ସେକେଣ୍ଡରେ ଏତେ ଭୟଙ୍କର ନିଆଁ ଲାଗିଲା ଯେ ଘଟଣାସ୍ଥଳ ଆଖପାଖରେ ଥିବା ପଶୁପକ୍ଷୀ ବି ଜଳିଗଲେ । ଦୁର୍ଘଟଣାର ଭୀଷଣ ନିଆଁ ଏତେ ଭୟାବହ ଥିଲା ଯେ କିଛି ମିନିଟରେ ଲୁହା ମଧ୍ୟ ତରଳିଗଲା । ଏତେ ବଡ଼ ବିମାନର ଅବସ୍ଥା କବାଡ଼ି ସଦୃଶ ହୋଇଗଲା କିନ୍ତୁ ଆଶ୍ଚର୍ଯ୍ୟର କଥା ଘଟଣାସ୍ଥଳରୁ ଶ୍ରୀମଦ୍ ଭଗବତ୍ ଗୀତାର ଏକ ପୁସ୍ତକ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ahmedabad plane crash
ahmedabad plane crash Photograph: (google)

ସୋସିଆଲ୍ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ୍ ହେଉଛି ଯେଉଁଥିରେ ଦେଖିବାକୁ ମିଳୁଛି ଯେ ବିମାନ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଜଣେ ଯୁବକ ହାତରେ ଭଗବତ୍ ଗୀତା ଧରି ଛିଡ଼ା ହୋଇଛନ୍ତି । ଏହି ଭିଡିଓରେ ଯୁବକ ଜଣକ କହୁଛନ୍ତି ଯେ ଏତେ ଭୟଙ୍କର ନିଆଁ ପରେ ମଧ୍ୟ ଭଗବତ୍ ଗୀତା ପୁସ୍ତକ ସୁରକ୍ଷିତ ଅଛି । ଗୀତାର କଭରର କିଛି ଅଂଶ ଜଳିଯାଇଛି । ଆରମ୍ଭର ଗୋଟିଏ ଦୁଇଟି ପୃଷ୍ଠାରେ ମଧ୍ୟ ନିଆଁ ଲାଗିବାର ଚିହ୍ନ ରହିଛି । କିନ୍ତୁ ଭିତରର ସମସ୍ତ ପୃଷ୍ଠା ଏବଂ ବହିରେ ଥିବା ଭଗବାନ ଶ୍ରୀକୃଷ୍ଣଙ୍କ ସମେତ ଅନ୍ୟ ଦେବତାଙ୍କ ଫଟୋକୁ ନିଆଁ ସ୍ପର୍ଶ ମଧ୍ୟ କରିନାହିଁ । 

gita
gita Photograph: (google)

ଅନୁମାନ କରାଯାଉଛି ଯେ ଏହି ପୁସ୍ତକ କୌଣସି ଯାତ୍ରୀଙ୍କ ଲଗେଜରେ ଥିଲା । ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କିଛି ଲୋକ ଏହାକୁ ଭଗବାନଙ୍କ ଚମତ୍କାର ବୋଲି କହୁଥିବା ବେଳେ କିଛି ଲୋକ ଏହାକୁ ଅନ୍ଧବିଶ୍ୱାସ ବୋଲି କହୁଛନ୍ତି । ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଥିବା ଏହି ପୋଷ୍ଟରେ ପୁସ୍ତକକୁ ଦେଖାଉଥିବା ଯୁବକ ଜଣକ କହୁଛନ୍ତି ‘ବୋଧହୁଏ ଭଗବାନ ଶ୍ରୀକୃଷ୍ଣ ଏହାରି ମାଧ୍ୟମରେ ମଣିଷ ସମାଜକୁ ବାର୍ତ୍ତା ଦେଉଛନ୍ତି ଯେ ତାଙ୍କ ବାଣୀ ଆଡ଼କୁ ଫେରିଆସନ୍ତୁ ଏବଂ ପରସ୍ପରର କଲ୍ୟାଣ ଦିଗରେ କାର୍ଯ୍ୟ କରନ୍ତୁ ।’ ସୂଚନାଯୋଗ୍ୟ ଯେ ଏହି ଦୁର୍ଘଟଣାରେ ବିମାନରେ ଥିବା ୨୪୧ ଜଣଙ୍କ ସମେତ ମୋଟ ୨୭୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଚିହ୍ନଟ କରାଯିବା ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।   


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe