ସବୁ ଜାଳିଦେଲା କିନ୍ତୁ ଜଗାକୁ ଦେଖି ମୁଣ୍ଡ ନୁଆଁଇଲା ନିଆଁ, ଭୟଙ୍କର ଅଗ୍ନିକାଣ୍ଡ ଭିତରେ କାଳିଆକୁ ଦେଖି କାନ୍ଦି ପକାଇଲେ ଅଗ୍ନିଶମବାହିନୀ...

କଳା ଧୂଆଁ ଯେମିତି କାଳିଆ ଆଖିରେ କଜଳର ଧାର ଲଗାଇ ତାଙ୍କୁ ଶୃଙ୍ଗାର କରିଥିଲା, ଆଉ ଅଗ୍ନିଦେବ ଯେମିତି ମହାପ୍ରଭୁଙ୍କୁ ଦେଖି ଶାନ୍ତ ପଡ଼ିଯାଇଥିଲେ । ଏସବୁ ଭିତରେ କାଳିଆର ସେ କଳା ପଡ଼ିଯାଇଥିବା ମୂର୍ତ୍ତି ଉପରେ ବିଶ୍ବଜିତଙ୍କ ନଜର ପଡ଼ିଥିଲା । ଓଃ କି ଭାବପ୍ରବଣ ଦୃଶ୍ୟ...

33

କନକ ବ୍ୟୁରୋ: ସେ ଲୁହ କେବଳ କାଳିଆ ପାଇଁ, ଭାବ ବି ସେ ଭାବର ଠାକୁର ଭାବବିନୋଦିଆ ପାଇଁ । ପୋଡ଼ା ପାଉଁଶର ପାହାଡ଼ ଭିତରେ ଯେବେ ଦାରୁଦିଅଁଙ୍କ ସହ ଅଗ୍ନିଯୋଦ୍ଧାଙ୍କ ଆଖି ମିଶେ, ସେତେବେଳେ ଆପେ ଆପେ ନଇଁଯାଏ ମଥା, ଦଣ୍ଡବତ ହେବାକୁ ଉଠିଯାଏ ଦୁଇ ହାତ । ନିଆଁର ନାଲି ଆଖିକୁ ଖାତିର ନକରି, ଚକାଆଖି ସହ ଆଖି ମିଶାଇ ଘଡ଼ିଏ ଅଟକି ଗଲେ ଅଗ୍ନିଶମ ଯୋଦ୍ଧା । କାଳିଆ ମୁହଁରେ ପାଉଁଶ ଲାଗିଥିବାର ଦେଖି ଅଗ୍ନିଯୋଦ୍ଧା ଜଣକ ମହାପ୍ରଭୁଙ୍କ ମୁହଁକୁ ନିଜ ହାତରେ ପୋଛି ଦେଲେ । ମୁଣ୍ଡିଆ ମାରି ତାଙ୍କୁ ସୁରକ୍ଷିତ ସ୍ଥାନରେ ରଖିଦେଇ ବଖାଣିଛନ୍ତି ସେ ସମୟର ଭାବୁକ ମୁହୂର୍ତ୍ତ ।

ବୁଧବାର ବାଲେଶ୍ବର କଲେଜ ରୋଡ୍ ସ୍ଥିତ ଏକ ଷ୍ଟେସନାରି ଦୋକାନ ଜଳିପୋଡ଼ି ପାଉଁଶ ହୋଇଗଲା । ନିଆଁକୁ ଆୟତ୍ତ କରିବାକୁ ୩୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ଲାଗିଥିବା ବେଳେ ପୋଡ଼ା ଜିନିଷ ସଫା କରୁ କରୁ ବିଶ୍ୱଜିତ୍ ଧୂଆଁ ଭିତରେ କାଳିଆ ସାଆନ୍ତଙ୍କୁ ଦେଖିବାକୁ ପାଇଥିଲେ । ପାଉଁଶ ହୋଇଯାଇଥିବା ଦୋକାନ ଭିତରେ କାଳିଆ ସେମିତି ରାଜା ଭଳି ବସିଥିଲା । କଳା ଧୂଆଁ ଯେମିତି କାଳିଆ ଆଖିରେ କଜଳର ଧାର ଲଗାଇ ତାଙ୍କୁ ଶୃଙ୍ଗାର କରିଥିଲା, ଆଉ ଅଗ୍ନିଦେବ ଯେମିତି ମହାପ୍ରଭୁଙ୍କୁ ଦେଖି ଶାନ୍ତ ପଡ଼ିଯାଇଥିଲେ । ଏସବୁ ଭିତରେ କାଳିଆର ସେ କଳା ପଡ଼ିଯାଇଥିବା ମୂର୍ତ୍ତି ଉପରେ ବିଶ୍ବଜିତଙ୍କ ନଜର ପଡ଼ିଥିଲା । ଓଃ କି ଭାବପ୍ରବଣ ଦୃଶ୍ୟ...

ସତରେ ସେ ପରା କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣି । କେମିତି ବା ତାଙ୍କୁ ଦେଖି ଭାବୁକ ନହେବ କହିଲ । ସେତେବେଳର ସେ ମୁହୂର୍ତ୍ତ ବଖାଣିଥିବା ଅଗ୍ନିଯୋଦ୍ଧାଙ୍କ ଆଖି ଲୁହର ଲହଡ଼ି ଭାଙ୍ଗୁଛି । ଏଥିରୁ ଜଣାପଡ଼ୁଛି ସେ ଚକାଆଖିର ଚମତ୍କାର କେତେ, ଯିଏ ଥରେ ଦେଖିଦିଏ, ସେ ଫସିଯାଏ । ଯେତେ କଷ୍ଟ ଯେତେ ଦୁଃଖ ଥାଉ ସେ ସବୁକୁ ଦୂର କରିଦିଏ । ଜୟ ଜଗନ୍ନାଥ... 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe