କନକ ବ୍ୟୁରୋ : ବିଶ୍ବ ପର୍ଯ୍ୟଟନର ଏକ ବଡ଼ ଆକର୍ଷଣ, ପ୍ୟାରିସର ଆଇଫେଲ ଟାୱାରକୁ ନେଇ ସୋସିଆଲ ମିଡ଼ିଆରେ ଖବର ଖେଳୁଛି । ୨୦୨୬ ରେ ଏହାକୁ ଭଙ୍ଗାଯିବା ନେଇ ଚର୍ଚ୍ଚା ହେଉଛି । କିନ୍ତୁ ଏ ଖବର ସତ କି ନା ସେ ନେଇ ବି ଆଲୋଚନା ହେଉଛି । ତେବେ ଏ ଖବରକୁ ନେଇ ଦୁନିଆର ଅନେକ ପର୍ଯ୍ୟଟକ ଚିନ୍ତାବ୍ୟକ୍ତ କରିଛନ୍ତି ।
ଏବେ ସୋସିଆଲ ମିଡିଆରେ ଆଇଫେଲ ଟାୱାର ନେଇ ରିପୋର୍ଟ ଭାଇରାଲ ହେଉଛି । ଦାବି ହେଉଛି , ବିଶ୍ବର ଏହି ଐତିହ୍ୟକୁ ୨୦୨୬ରେ ଭାଙ୍ଗିଦିଆଯିବ । କୁହାଯାଉଛି କାଳେ ଆଇଫେଲ ଟାୱାରର ଲିଜ୍ ଶେଷ ହେଉଛି । ଏହାସହ ଏହାର ସଂରକ୍ଷଣ ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଥିବାରୁ ଏହାକୁ ଭାଙ୍ଗି ଦିଆଯିବ । କିନ୍ତୁ ଏହି ଖବର ଯେ ଏକ ଜନରବ ଏବଂ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ମଧ୍ୟ ଦାବି ହେଉଛି । କୁହାଯାଉଛି , ସୋସିଆଲ ମିଡ଼ିଆରେ ଆଇଫେଲ ଟାୱାର ଭାଙ୍ଗାଯିବା ଖବର ଭାଇରାଲ ହେବାରୀ ମୁଖ୍ୟ କାରଣ ହେଉଛି, ସେପ୍ଟେମ୍ବର ୧୮ ତାରିଖରେ ଟାପିଓକୋ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟକୁ ନେଇ । ଏହି ୱେବସାଇଟ୍ ମୁଖ୍ୟତଃ ପ୍ୟାରୋଡି ନ୍ୟୁଜ୍ ପାଇଁ ଜଣାଶୁଣା । ୱେବସାଇଟର ଜଣେ ସଦସ୍ୟ କହିଥିବା କଥାକୁ ଏଥିରେ ଉଦ୍ଧୃତ କରାଯାଇ କୋଟ୍ କରାଯାଇଥିଲା । ୱେବସାଇଟରେ କୁହାଯାଇଛି ’ ଆମର ଏକ ଭଲ ପ୍ରଦର୍ଶନ ହୋଇଛି ।
ଆଇଫେଲ ଟାୱାର ବହୁତ ଲୋକପ୍ରିୟ ଥିଲା । କିନ୍ତୁ ଏବେ ଆଉ ଏଠାକୁ ଲୋକ ଆସୁନାହାନ୍ତି । ସେଥିପାଇଁ ଏହାକୁ ବନ୍ଦ କରୁଛୁ । ଛୋଟ ପିଲା ଆଉ ତା ଉପରକୁ ଯିବାକୁ ଚାହୁନାହାନ୍ତି । ଟାୱାର ଚାରିପଟେ ଅଧିକ ସଂଖ୍ୟାରେ ଡ୍ରୋନ ଉଡ଼ୁଛି । ହୁଏତ ସେଥିପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା କମୁଛି । ସେଠାରେ ଗିଲଚିଡ଼ା ଓ ପାରା ବି ବିରକ୍ତ କରିପକାଉଛନ୍ତି । ଯାହା ବି ହେଉ ଆଇଫେଲ ଟାୱାର ଭଙ୍ଗା କାମ ୨୦୨୬ରେ ଆରମ୍ଭ ହୋଇଯିବ । ତେଣୁ ଯଦି ଆପଣଙ୍କ ବୟସ ବଢ଼ି ଚାଲିଛି ତାହେଲେ ଇଏ ହେଉଛି ସବୁଠୁ ଭଲ ସମୟ । ଆଇଫେଲ ଟାୱାରକୁ ନେଇ ନିଜ ସ୍ମୃତିକୁ ଉଜାଗର କରିବାକୁ ଚାହୁଁଛନ୍ତି ତେବେ ଏହା ସବୁଠୁ ଭଲ ସମୟ’ । ଏହି ଖବରରୁ ଚର୍ଚ୍ଚା ଧରିଲା । ତେଣୁ କୁହାଯାଉଛି ଯେ, ୨୦୨୬ରେ ଆଇଏଫଲ ଟାୱାରକୁ ମାଟିରେ ମିଶାଯିବ । ହେଲେ ଏ ଖବରର ସତ୍ୟାସତ୍ୟ ନେଇ କୌଣସି ଔପଚାରିକ ତଥ୍ୟ ନାହିଁ ।
ବିଶ୍ବର ଅନନ୍ୟ ପର୍ଯ୍ୟଟନ ସ୍ଥଳ ପ୍ୟାରିସର ଏହି ଆଇଫେଲ ଟାୱାର , ପୂରା ଫ୍ରାନ୍ସର ପରିଚୟ । ଏହାକୁ କେହି ଆଇରନ୍ ଲେଡି କହୁଥିବାବେଳେ ଆଉ କେହି ପ୍ରେମର ପ୍ରତୀକ କୁହନ୍ତି । ଏହାକୁ ନିର୍ମାଣ କରିବାରେ ରହିଛି ଏକ ରୋଚକ କାହାଣୀ । ଫ୍ରାନ୍ସ କ୍ରାନ୍ତିକୁ ମନେ ରଖିବାକୁ ଏକ ସ୍ମୃତିସ୍ତମ୍ଭ ନିର୍ମାଣ କରିବାକୁ ୧୯୮୭ ରେ ନିର୍ଦ୍ଦେଶ ଦେଲେ ତତ୍କାଳୀନ ସରକାର । ନିର୍ଦ୍ଦେଶ ଅନୁସାରେ , ପ୍ରସିଦ୍ଧ ଇଞ୍ଜିନିୟର Alexander Gustave Eiffel ଏହାର ନକ୍ସା ପ୍ରସ୍ତୁତ କରିଥିଲେ, ଯାହାକୁ ମଂଜୁରି ମିଳିଲା । କିଛି ମାତ୍ର ଇଞ୍ଜିନିୟରଙ୍କୁ ନେଇ ଆରମ୍ଭ ହେଲା ଏହାର ନିର୍ମାଣ । ଆଉ ୨ ବର୍ଷ ୨ ମାସ ୨ ଦିନରେ ଶେଷ ହେଲା । ଏହାର ଉଚ୍ଚତା ୩୨୨ ମିଟର (୧୦୬୦ ଫୁଟ) । ଏଥିରେ ରହିଛି ୧୭୯୨ଟି ସିଢ଼ି । ଏହା ଉପରୁ ୭୫ କିଲୋମିଟର ଯାଏଁ ମନୋରମ ଦୃଶ୍ୟକୁ ଉପଭୋଗ କରିହେବ। କେବଳ ଲୁହାରେ ତିଆରି ଏହି ସୁଛ୍ଚ ଟାୱାରକୁ ମାଷ୍ଟରପିସ୍ ଅଫ୍ ଇଞ୍ଜିନିୟରିଙ୍ଗ କୁହାଯାଏ । ୧୯୯୦ରେ ଏହା ଶୀର୍ଷରେ ଆଣ୍ଟିନା ସଂଯୋଗ କରାଯାଇ ଏହାକୁ ରୋଡିଓ ଓ ଦୂରଦର୍ଶନ ପ୍ରସାରଣ ପାଇଁ ବ୍ୟବହାର କରାଗଲା । ଫଳରେ ଏହାର ଉଚ୍ଚତା ଆହୁରି ୬୬ ଫୁଟ ବଢ଼ିଗଲା । ଏହା ସବୁବେଳେ ବିଶ୍ବ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଆସୁଛି ଏବଂ ସେଲଫି ପଏଣ୍ଟ ପାଲଟିଛି । ଏହାର ସୁରକ୍ଷାପ ର୍ଶି ବିଶ୍ବ ସମୁଦାୟ ଅପିଲ କରିଛି ।