DSP ANJU YADAV Photograph: (KANAK NEWS)
କନକ ବ୍ୟୁରୋ: ହରିୟାଣାର ଦୁଲେରା ଗାଁ’ ଯେଉଁଠାରେ ଝିଅମାନଙ୍କୁ ଘରୁ ଗୋଡ଼ କାଢ଼ିବାକୁ ବି ମନା କରାଯାଉଥିଲା, ସେଠି ଜଣେ ମହିଳା ତାଙ୍କ ଭାଗ୍ୟ ବଦଳାଇବାକୁ ସାହସ କରି ଆଜି ବନିଛନ୍ତି ସମସ୍ତଙ୍କ ପାଇଁ ଉଦାହରଣ । ଜଣେ ବିଧବା ମହିଳା ଅଞ୍ଜୁ ଯାଦବ ସାମାଜିକ ପ୍ରତିବନ୍ଧକ ଏବଂ ସବୁ ସମସ୍ୟାର ସାମ୍ନା କରି ପୁଲିସ ବନିଛନ୍ତି । ଆଉ ସମସ୍ତଙ୍କୁ ଚୁପ୍ କରିଦେଇଛନ୍ତି ।
୧୯୮୮ ମସିହାରେ ହରିୟାଣାର ନାରନୌଲ ଜିଲ୍ଲାର ଏକ ଛୋଟ ଗାରେ ଜନ୍ମଗ୍ରହଣ କରିଥିବା ଅଞ୍ଜୁ ଯାଦବ ଏକ ଚାଷୀ ପରିବାରରୁ ଆସିଛନ୍ତି । ତାଙ୍କ ବାପା ଲାଲାରାମ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ । ଚାରି ଝିଅଙ୍କୁ ଲାଳନ ପାଳନ ସହଜ ନଥିଲା, କିନ୍ତୁ ତାଙ୍କ ବାପା-ମା ସେମାନଙ୍କୁ କେବେବି ତାଙ୍କୁ ପୁଅଙ୍କ ତୁଳନାରେ କମ୍ ଭାବୁନଥିଲେ । ଯେଉଁଥି ପାଇଁ ଆଜି ଅଞ୍ଜୁ ରାଜସ୍ଥାନ ପୁଲିସରେ ଜଣେ DSP ଭାବେ କାର୍ଯ୍ୟ କରୁଛନ୍ତି ।
ବଡ଼ କଥା ହେଉଛି, କମ୍ ବୟସରେ ବିବାହ କରି ମାଆ ହେବା ପରେ, ଅଞ୍ଜୁଙ୍କ ଜୀବନ ଦାୟିତ୍ୱପୂର୍ଣ୍ଣ ହୋଇଯାଇଥିଲା । ୨୦୨୧ରେ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଗଲା । ଛୋଟ ପୁଅ ସହ ପରିବାରର ଦାୟିତ୍ବ ଏକାକୀ ତୁଲାଇଥିଲେ, ଆଉ ଏହି ଦୁଃଖଦ ସ୍ଥିତିକୁ ତାଙ୍କ ସାହସ ଓ ଶକ୍ତିରେ ପରିଣତ କରିଥିଲେ । ଯାହାଦ୍ବାରା ସେହି ବର୍ଷ , ସେ ରାଜସ୍ଥାନ ପ୍ରାଶାସନିକ ସେବା ପରୀକ୍ଷା ଦେଇଥିଲେ । ୨୦୨୩ରେ ଏହାର ଫଳାଫଳ ଆସିବା ପରେ, ସେ ବିଧବା କୋଟା ଅଧୀନରେ ୧୭୨୫ତମ ସ୍ଥାନ ହାସଲ କରି ସଫଳ ହୋଇଥିଲେ ।
ଖାଲି ଏତିକି ନୁହେଁ ଅଞ୍ଜୁ ତାଙ୍କ କଠିନ ପରିଶ୍ରମ ଦ୍ୱାରା ତିନୋଟି ସରକାରୀ ଚାକିରି ପାଇଥିଲେ । ୨୦୧୬ରେ, ସେ ପ୍ରଥମେ ମଧ୍ୟପ୍ରଦେଶର ଭିଣ୍ଡରେ ଥିବା ଜବାହାର ନବୋଦୟ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ କରିଥିଲେ। ଏହା ପରେ, ସେ ରାଜସ୍ଥାନ ଏବଂ ଦିଲ୍ଲୀର ସରକାରୀ ସ୍କୁଲରେ ମଧ୍ୟ ପାଠପଢ଼ା କରିଥିଲେ। ଦିଲ୍ଲୀରେ, ସେ ପ୍ରାୟ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ପାଠପଢ଼ା କରିଥିଲେ। ଏହି ସମୟ ମଧ୍ୟରେ, ସେ ତାଙ୍କ ପୁଅକୁ ପାଳନ ଏବଂ ଏକକାଳୀନ କାମ କରିବାରେ ସଫଳ ହୋଇଥିଲେ। ତେବେ ୟୁନିଫର୍ମ ପିନ୍ଧି ଅଞ୍ଜୁ ପ୍ରମାଣ କଲେ ଯେ ପ୍ରତିକୂଳ ପରିସ୍ଥିତି ଯାହା ଥାଉ ତାକୁ ସାମ୍ନା କରିବା ଏବଂ ସଫଳ ହେବା ହିଁ ପ୍ରକୃତ ବିଜୟ ବୋଲି କୁହାଯାଏ ।
Follow Us