କନକ ବ୍ୟୁରୋ : ଜଳ ହିଁ ଜୀବନ, ଜୀବନ ଜିଇଁବା ପାଇଁ ପାଣି ପିଇବା ନିହାତି ଆବଶ୍ୟକ କାରଣ ମଣିଷ ଶରୀରର ପ୍ରତ୍ୟେକ ଅଙ୍ଗ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ । ଶୋଷ ମେଣ୍ଟାଇବା ପାଇଁ ପାଣିଠୁ ଭଲ ଆଉ କୌଣସି ପଦାର୍ଥ ନାହିଁ । ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଭିତରେ ଅଧିକାଂଶ ଲୋକେ ନା ଠିକ୍ ଭାବରେ ଖାଦ୍ୟ ଖାଇପାରନ୍ତି ନା ପାଣି ପିଇ ପାରନ୍ତି । ଯେତେବେଳେ ବି ଆମକୁ ଶୋଷ ଲାଗିଥାଏ ଆମେ ପାଣି ଗ୍ଲାସ ବା ପାଣି ବୋତଲ ଧରି ଠିଆ ଠିଆ ପିଇବାକୁ ଲାଗିଥାଉ ଓ ଲୋକମାନେ ମଧ୍ୟ ଠିଆ ହୋଇ ପାଣି ପିଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି, ବସିକି ପାଣି ପିଇବା ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭ ଦାୟକ ଅଟେ ? ଆୟୁର୍ବେଦ ଓ ପାରମ୍ପରିକ ଚିକିତ୍ସାରେ ବସିବା ଅବାସ୍ଥାରେ ପାଣି ପିଇବାକୁ ପରାମର୍ଶ ଦିଆଯାଏ । ଆସନ୍ତୁ ଜାଣିବା ଏହା ପଛରେ ଥିବା ଫାଇଦା ଗୁଡିକ କ’ଣ....

Advertisment

12adsgfb

ହଜମ ପ୍ରକ୍ରିୟାରେ ସୁଧାର 

ବସିକି ପାଣି ପିଇବା ଦ୍ୱାରା ସଠିକ ଭାବରେ ଶରୀରରେ ଜଳ ପ୍ରବାହିତ ହୋଇଥାଏ , ଯାହାକି ଖାଦ୍ୟ ହଜମ କରିବାରେ ସହଜ ହେବା ସହ ହଜମ ପ୍ରକିୟାରେ ମଧ୍ୟ ଉନ୍ନତି ଆଣିଥାଏ ।

8zfgrhtjm

କିଡନୀ ପାଇଁ ମଧ୍ୟ ହୋଇଥାଏ ଫାଇଦା

ଠିଆ ହୋଇ ପାଣି ପିଇବା ଦ୍ୱାରା ଶରୀର ଭିତରକୁ ବହୁତ ତୀବ୍ର ଗତିରେ ଜଳ ପ୍ରବେଶ କରିଥାଏ । ଯାହା ଫଳରେ ଜଳରେ ଥିବା ଅଶୁଦ୍ଧତା ସିଧାସଳଖ ଯାଇ ମୂତ୍ରାଶୟରେ ଜମା ହୋଇ ରୁହେ ଏବଂ କିଡନୀ ଉପରେ ପ୍ରଭାବ ପକାଏ । କିନ୍ତୁ ବସିକରି ପାଣି ପିଇବା ଦ୍ୱାରା କିଡନୀ ଉପରେ କୌଣସି ପ୍ରଭାବ ପଡିନଥାଏ ।

18zegterh

ଶରୀରର ତାପମାତ୍ରାକୁ କରେ ନିୟନ୍ତ୍ରଣ 

ବସିକରି ପାଣି ପିଇବା ଦ୍ୱାରା ଶରୀରର ତାପମାତ୍ରା ସନ୍ତୁଳିତ ରହିଥାଏ । ଶରୀରକୁ ହାଇଡ୍ରେସନ ରଖିବାକୁ ମଧ୍ୟ ସାହାଯ୍ୟ ମିଳିଥାଏ । ଯାହାକି ଗ୍ରୀଷ୍ମ ଋତୁରେ ବେଶ୍ ଫାଇଦା ମିଳିଥାଏ ।

15afsesh

ଅଧିକ ଏନର୍ଜି ମିଳିଥାଏ 

ଠିକ୍ ଭାବରେ ପାଣି ପିଇବା ଦ୍ୱାରା ଶରୀରକୁ ଅଧିକ ଉର୍ଜା ବା ଶକ୍ତି ମିଳିଥାଏ । ଏହା ଥକ୍କାପଣକୁ ଦୂର କରିବା ସହିତ ସାରା ଦିନ ସକ୍ରିୟ ରହିବାକୁ ସାହାଯ୍ୟ କରିଥାଏ ।

3zsafdewg

ମାନସିକ ଶାନ୍ତି ମିଳେ ।

ବସିକି ପାଣି ପିଇବା ଦ୍ୱାରା ମାନସିକ ସ୍ଥିତିରେ ସୁଧାର ଆସେ । ଯାହା ଫଳରେ ମନ ଶାନ୍ତ ରୁହେ ଏବଂ ଆରାମଦାୟକ ଅନୁଭବ ହୁଏ । ନର୍ଭ ସିଷ୍ଟମକୁ ମଧ୍ୟ ରିଲାକ୍ସ କରେ ।

20rhytrj

ତେବେ ବସିକି ପାଣି ପିଇବା ଏକ ସାଧାରଣ କଥା । ଯଦି ଆମେ ଏହାକୁ ଦୈନନ୍ଦିନ ଜୀବନରେ ଅଭ୍ୟାସରେ ପକାଇବା ତେବେ ଶରୀରର ବିଭିନ୍ନ ସମସ୍ୟାରେ ସୁଧାର ଆଣିପାରିବା । ଏଥିପାଇଁ ଯେତେବେଳେ ବି ଆପଣ ପାଣି ପିଇବେ ବସିକରି ପାଣି ପିଇବାକୁ ଚେଷ୍ଟା କରନ୍ତୁ ।