କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପିଛା ଛାଡ଼ୁନି ବିବାଦ । ଗୋଟିଏ ପଟେ ଟାରିଫ୍ ଲଗାଇ ସମାଲୋଚିତ ହେଉଥିବାବେଳେ ଟ୍ରମ୍ପଙ୍କ ଟେନସନ୍ ବଢ଼ାଇ ଦେଇଛନ୍ତି ଟ୍ରମ୍ପଙ୍କ ପୁଅ ଏରିକ୍ ଟ୍ରମ୍ପ୍ । ଏପରିକି ବିଶ୍ବ ମଞ୍ଚରେ ପୁଅ ପାଇଁ ଆହୁରି ଲୋକହସା ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।
ଆପଣଙ୍କୁ ଜଣାଥିବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରେସଲିଂ ଜଗତ ସହ ପୂର୍ବରୁ ଜଡ଼ିତ ଥିଲେ । ଅନେକ ସମୟରେ ଟ୍ରମ୍ପ WWE ମ୍ୟାଚ୍ ଗୁଡ଼ିକର ସ୍ପନସର୍ ମଧ୍ୟ ରହିଥିଲେ । ଠିକ୍ ସେହିପରି ତାଙ୍କ ପୁଅ ଏରିକ୍ ଟ୍ରମ୍ପ ମଧ୍ୟ କୁସ୍ତି ପ୍ରତି ଦୁର୍ବଳତା ରଖିଛନ୍ତି । ଯାହା ତାଙ୍କୁ ହିଁ ଭାରୀ ପଡ଼ିଛି । ଜାପାନ ଗସ୍ତରେ ଯାଇ ନିଜକୁ ଲୋକହସା କରାଇଛନ୍ତି ଟ୍ରମ୍ପଙ୍କ ପୁଅ । ଏରିକ୍ ଟ୍ରମ୍ପ ଜାପାନରେ ସୁମୋ ମଲ୍ଲଯୋଦ୍ଧାଙ୍କୁ ଭେଟିବା ସହ ତାଙ୍କ ସହିତ କୁସ୍ତି କରିଥିଲେ, କିନ୍ତୁ ଟ୍ରମ୍ପଙ୍କ ପୁଅଙ୍କୁ ସୁମୋ ରେସଲର୍ ଛୋଟ ପିଲା ପରି ଟେକି ନେଇ କେଇ ସେକେଣ୍ଡ ଭିତରେ ରିଙ୍ଗରୁ ବାହାର କରି ଦେଇଥିଲେ । ଯାହାର ଏକ ଭିଡିଓ ନିଜେ ପୋଷ୍ଟ କରି ଲୋକହସା ହୋଇଛନ୍ତି ଟ୍ରମ୍ପଙ୍କ ପରିବାର ।
ରିପୋର୍ଟ ମୁତାବକ, ଟ୍ରମ୍ପଙ୍କ ପୁଅ ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଥିଲେ ଯେଉଁଠାରେ ଜାପାନୀ ବିଟକଏନ୍ କମ୍ପାନିଙ୍କ ସହିତ ବୈଠକ କରିଥିଲେ । ଏରିକ୍ ତାଙ୍କର ବ୍ୟସ୍ତ କାର୍ଯ୍ୟସୂଚୀ ସତ୍ତ୍ୱେ ସେଠାରେ ପାରମ୍ପରିକ ସୁମୋ କୁସ୍ତିରେ ନିଜର ଶକ୍ତି ଦେଖାଇଥିଲେ । ଏରିକ ନିଜେ ତାଙ୍କ ସମସ୍ତ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ କୁସ୍ତି ଭିଡିଓ ସେୟାର କରିଛନ୍ତି । ଜାପାନର ଫେମସ୍ ରେସଲର୍ ୟୋକୋଜୁନାଙ୍କ ସହ ରେସଲିଂ କରିଥିଲେ ଜୁନିଅର ଟ୍ରମ୍ପ୍ । ଅନୌପଚାରିକ ମ୍ୟାଚ୍ ଥିଲେ ମଧ୍ୟ ଏରିକ୍ ଟ୍ରମ୍ପ୍ ୟୋକୋଜୁନାଙ୍କଠୁ ମାତ୍ର କେଇ ସେକେଣ୍ଡରେ ମାତ୍ ଖାଇଥିଲେ । ଏହା ପରେ ଏରିକ ୟୋକୋଜୁନାଙ୍କୁ ଆଲିଙ୍ଗନ କରି ସୁମୋ ଷ୍ଟାଇଲରେ ସମ୍ମାନ ଜଣାଇ ନମସ୍କାର ମଧ୍ୟ କରିଥିଲେ ।
ଟ୍ରମ୍ପଙ୍କ ପୁଅ ସୁମୋ ରେସଲରଠୁ ପରାଜୟ ପରେ ପୋଷ୍ଟ କରିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି । ଅନେକ ୟୁଜର୍ସ ତାଙ୍କ ପ୍ରୟାସକୁ ବାଃ ବାଃ କରୁଥିବା ବେଳେ ଅନେକ ୟୁଜର୍ସ ତାଙ୍କୁ ବାପାଙ୍କ ଭଳି ଜୋକର ବୋଲି କଟାକ୍ଷ ମଧ୍ୟ କରିଛନ୍ତି ।