PM-Modi-House-PKG-T Photograph: (Kanak News)
କନକ ବ୍ୟୁରୋ: ୭୫ ବର୍ଷରେ ପାଦ ଦେଇଛନ୍ତି ମୋଦୀ । ପୂରା ଦେଶରେ ମୋଦୀଙ୍କୁ ନେଇ ଚର୍ଚ୍ଚା ଚାଲିଛି । କାରଣ ଲଗାତାର ତୃତୀୟଥର ପାଇଁ କ୍ଷମତାରେ ଅଛନ୍ତି ମୋଦୀ…କେବଳ ଯେ ଏତେଦିନ ଧରି ପ୍ରଧାନମନ୍ତ୍ରୀ ହୋଇଛନ୍ତି ତାହା ନୁହେଁ ବରଂ ୧୩ ବର୍ଷ ଧରି ଗୁଜରାଟ୍ର ମୁଖ୍ୟମନ୍ତ୍ରୀ ବି ଥିଲେ ମୋଦୀ । ଏତେ ଦିନ ରାଜନୈତିକ ପଦବୀରେ ଥିବା ପରେ ବି ନିଜ ନାଁରେ ଘର, ଗାଡ଼ି କି ଜମି ନାହିଁ । ଯାହାକୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା ।
୭୫ ବର୍ଷରେ ମୋଦୀ
୧୧ ବର୍ଷ ହେଲାଣି ଦେଶର ପ୍ରଧାନମନ୍ତ୍ରୀ
ନା ଘର ଅଛି…ନା ଗାଡ଼ି ଅଛି ନା ଘର ଅଛି
ମୋଦୀଙ୍କ ମୋଟ୍ ସମ୍ପତ୍ତି ମୋଟ୍ ୩.୨ କୋଟି
ନଦଗ ଟଙ୍କା ଅଛି ମାତ୍ର ୫୨, ୯୨୦
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲଗାତାର ଏତେ ଦିନ ଧରି ପ୍ରଧାନମନ୍ତ୍ରୀ ହୋଇରହିଥିବାରୁ ପୂରା ଦେଶରେ ଚର୍ଚ୍ଚା ହୋଇଛି । ଖାଲି ଚର୍ଚ୍ଚା ହୋଇଛି ତାହା ନୁହେଁ ବରଂ ପିଏମ୍ ଭାବରେ ସେ ଅନେକ ରେକର୍ଡ ବି କରିଛନ୍ତି । କିନ୍ତୁ ତାଙ୍କର ସମ୍ପତ୍ତିକୁ ନେଇ ଏବେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ସୂଚନା ଅନୁସାରେ, ତାଙ୍କର ସମ୍ପତ୍ତି ୩.୦୨ କୋଟି ଟଙ୍କା ରହିଛି । ଏହାସହ କୌଣସି ଘର, ଜମି କିମ୍ବା ଗାଡ଼ି ନାହିଁ । ମୋଦୀଙ୍କ ନାଁରେ କୌଣସି ଋଣ ବି ନାହିଁ । ନଗଦ ଭାବେ ତାଙ୍କ ପାଖରେ ୫୨,୯୨୦ ଟଙ୍କା ଅଛି ।
୨୦୨୪ ମସିହାରେ ଲଗାତାର ତୃତୀୟ ଥର ପାଇଁ ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ । ୨୦୧୪ ମସିହାରେ ସେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ଏହାପୂର୍ବରୁ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ । ସେ ୨୦୦୧ ରୁ ୨୦୧୪ ପର୍ଯ୍ୟନ୍ତ ପ୍ରାୟ ୧୩ ବର୍ଷ ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ତା’ପରେ ସେ ୨୦୧୪ ରୁ ଏ ପର୍ଯ୍ୟନ୍ତ ପ୍ରାୟ ୧୧ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଅଛନ୍ତି । ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀ ରହିବା ସତ୍ତ୍ୱେ, ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି ବହୁତ ସୀମିତ । ଗତ ୧୮ ବର୍ଷ ମଧ୍ୟରେ ୨୦୦୭ ମସିହାରୁ ତାଙ୍କ ନେଟ୍ ୱର୍ଥରେ କୌଣସି ଉଲ୍ଲେଖନୀୟ ବୃଦ୍ଧି ହୋଇନାହିଁ ବୋଲି ଜଣାପଡ଼ିଛି ।
ଗତବର୍ଷ ଲୋକସଭା ନିର୍ବାଚନରେ ଦିଆଯାଇଥିବା ସତ୍ୟପାଠ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପତ୍ତିର ପରିମାଣ ୩.୦୨ କୋଟି ଟଙ୍କା, ଯଦିଓ ତାଙ୍କର କୌଣସି ଦେୟ କିମ୍ବା ଋଣ ବାକି ନାହିଁ । ୩ କୋଟି ଟଙ୍କାର ସମ୍ପତ୍ତି ମଧ୍ୟରୁ ତାଙ୍କ ପାଖରେ ୫୨୯୨୦ ଟଙ୍କା ନଗଦ ଅଛି । ତେବେ ତାଙ୍କର କୌଣସି ଜମି କିମ୍ବା ଘର ନାହିଁ ।
ମୋଦୀଙ୍କ ସମ୍ପତ୍ତି:
ନଗଦ: ୫୨,୯୨୦ ଟଙ୍କା
ଏସବିଆଇରେ ଏଫଡି ଏବଂ ସୁଧ: ୨.୮୫ କୋଟି ଟଙ୍କା
ଏସବିଆଇରେ ଜମା: ୮୦,୩୦୪ ଟଙ୍କା
ଜାତୀୟ ସଞ୍ଚୟ ପ୍ରମାଣପତ୍ର (ସୁଧ ସହିତ): ୯.୧୨ ଲକ୍ଷ ଟଙ୍କା
ଅଳଙ୍କାର (ସୁନା ମୁଦି): ୨.୬୭ ଲକ୍ଷ ଟଙ୍କା
ଦାବି/ସୁଧ ଭଳି ଅନ୍ୟାନ୍ୟ ସମ୍ପତ୍ତିର ମୂଲ୍ୟ: ୩.୩୩ ଲକ୍ଷ ଟଙ୍କା
ମୋଦୀଙ୍କ ପାଖରେ କଣ ନାହିଁ?
ଆବାସିକ କୋଠା
ବାଣିଜ୍ୟିକ କୋଠା
କୃଷି ଜମି
ଅଣଚାଷ ଜମି
ଫ୍ଲାଟ୍
ଘର
ବୀମା ପଲିସି
କୌଣସି ଯାନବାହନ
କୌଣସି ଋଣ
ମୋଟ୍ ଉପରେ ମୋଦୀଙ୍କୁ ନେଇ ପୂରା ଦେଶରେ ଚର୍ଚ୍ଚା ଚାଲିଛି । ଖାସ୍ କରି ତାଙ୍କର ସମ୍ପତ୍ତିକୁ ନେଇ ଏବେ ଚର୍ଚ୍ଚା ।
Follow Us