କନକ ବ୍ୟୁରୋ: ୭୫ ବର୍ଷରେ ପାଦ ଦେଇଛନ୍ତି ମୋଦୀ । ପୂରା ଦେଶରେ ମୋଦୀଙ୍କୁ ନେଇ ଚର୍ଚ୍ଚା ଚାଲିଛି । କାରଣ ଲଗାତାର ତୃତୀୟଥର ପାଇଁ କ୍ଷମତାରେ ଅଛନ୍ତି ମୋଦୀ…କେବଳ ଯେ ଏତେଦିନ ଧରି ପ୍ରଧାନମନ୍ତ୍ରୀ ହୋଇଛନ୍ତି ତାହା ନୁହେଁ ବରଂ ୧୩ ବର୍ଷ ଧରି ଗୁଜରାଟ୍‌ର ମୁଖ୍ୟମନ୍ତ୍ରୀ ବି ଥିଲେ ମୋଦୀ । ଏତେ ଦିନ ରାଜନୈତିକ ପଦବୀରେ ଥିବା ପରେ ବି ନିଜ ନାଁରେ ଘର, ଗାଡ଼ି କି ଜମି ନାହିଁ । ଯାହାକୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା ।

Advertisment

୭୫ ବର୍ଷରେ ମୋଦୀ
୧୧ ବର୍ଷ ହେଲାଣି ଦେଶର ପ୍ରଧାନମନ୍ତ୍ରୀ
ନା ଘର ଅଛି…ନା ଗାଡ଼ି ଅଛି ନା ଘର ଅଛି

ମୋଦୀଙ୍କ ମୋଟ୍‌ ସମ୍ପତ୍ତି ମୋଟ୍‌ ୩.୨ କୋଟି
ନଦଗ ଟଙ୍କା ଅଛି ମାତ୍ର ୫୨, ୯୨୦

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲଗାତାର ଏତେ ଦିନ ଧରି ପ୍ରଧାନମନ୍ତ୍ରୀ ହୋଇରହିଥିବାରୁ ପୂରା ଦେଶରେ ଚର୍ଚ୍ଚା ହୋଇଛି । ଖାଲି ଚର୍ଚ୍ଚା ହୋଇଛି ତାହା ନୁହେଁ ବରଂ ପିଏମ୍‌ ଭାବରେ ସେ ଅନେକ ରେକର୍ଡ ବି କରିଛନ୍ତି । କିନ୍ତୁ ତାଙ୍କର ସମ୍ପତ୍ତିକୁ ନେଇ ଏବେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ସୂଚନା ଅନୁସାରେ, ତାଙ୍କର ସମ୍ପତ୍ତି ୩.୦୨ କୋଟି ଟଙ୍କା ରହିଛି । ଏହାସହ କୌଣସି ଘର, ଜମି କିମ୍ବା ଗାଡ଼ି ନାହିଁ । ମୋଦୀଙ୍କ ନାଁରେ କୌଣସି ଋଣ ବି ନାହିଁ । ନଗଦ ଭାବେ ତାଙ୍କ ପାଖରେ ୫୨,୯୨୦ ଟଙ୍କା ଅଛି ।

୨୦୨୪ ମସିହାରେ ଲଗାତାର ତୃତୀୟ ଥର ପାଇଁ ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ । ୨୦୧୪ ମସିହାରେ ସେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ଏହାପୂର୍ବରୁ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ । ସେ ୨୦୦୧ ରୁ ୨୦୧୪ ପର୍ଯ୍ୟନ୍ତ ପ୍ରାୟ ୧୩ ବର୍ଷ ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ତା’ପରେ ସେ ୨୦୧୪ ରୁ ଏ ପର୍ଯ୍ୟନ୍ତ ପ୍ରାୟ ୧୧ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଅଛନ୍ତି । ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀ ରହିବା ସତ୍ତ୍ୱେ, ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି ବହୁତ ସୀମିତ । ଗତ ୧୮ ବର୍ଷ ମଧ୍ୟରେ ୨୦୦୭ ମସିହାରୁ ତାଙ୍କ ନେଟ୍ ୱର୍ଥରେ କୌଣସି ଉଲ୍ଲେଖନୀୟ ବୃଦ୍ଧି ହୋଇନାହିଁ ବୋଲି ଜଣାପଡ଼ିଛି । 

ଗତବର୍ଷ ଲୋକସଭା ନିର୍ବାଚନରେ ଦିଆଯାଇଥିବା ସତ୍ୟପାଠ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପତ୍ତିର ପରିମାଣ ୩.୦୨ କୋଟି ଟଙ୍କା, ଯଦିଓ ତାଙ୍କର କୌଣସି ଦେୟ କିମ୍ବା ଋଣ ବାକି ନାହିଁ । ୩ କୋଟି ଟଙ୍କାର ସମ୍ପତ୍ତି ମଧ୍ୟରୁ ତାଙ୍କ ପାଖରେ ୫୨୯୨୦ ଟଙ୍କା ନଗଦ ଅଛି । ତେବେ ତାଙ୍କର କୌଣସି ଜମି କିମ୍ବା ଘର ନାହିଁ ।

ମୋଦୀଙ୍କ ସମ୍ପତ୍ତି:
ନଗଦ: ୫୨,୯୨୦ ଟଙ୍କା
ଏସବିଆଇରେ ଏଫଡି ଏବଂ ସୁଧ: ୨.୮୫ କୋଟି ଟଙ୍କା
ଏସବିଆଇରେ ଜମା: ୮୦,୩୦୪ ଟଙ୍କା
ଜାତୀୟ ସଞ୍ଚୟ ପ୍ରମାଣପତ୍ର (ସୁଧ ସହିତ): ୯.୧୨ ଲକ୍ଷ ଟଙ୍କା
ଅଳଙ୍କାର (ସୁନା ମୁଦି): ୨.୬୭ ଲକ୍ଷ ଟଙ୍କା
ଦାବି/ସୁଧ ଭଳି ଅନ୍ୟାନ୍ୟ ସମ୍ପତ୍ତିର ମୂଲ୍ୟ: ୩.୩୩ ଲକ୍ଷ ଟଙ୍କା

ମୋଦୀଙ୍କ ପାଖରେ କଣ ନାହିଁ?
ଆବାସିକ କୋଠା
ବାଣିଜ୍ୟିକ କୋଠା
କୃଷି ଜମି
ଅଣଚାଷ ଜମି
ଫ୍ଲାଟ୍
ଘର
ବୀମା ପଲିସି
କୌଣସି ଯାନବାହନ
କୌଣସି ଋଣ 

ମୋଟ୍‌ ଉପରେ ମୋଦୀଙ୍କୁ ନେଇ ପୂରା ଦେଶରେ ଚର୍ଚ୍ଚା ଚାଲିଛି । ଖାସ୍‌ କରି ତାଙ୍କର ସମ୍ପତ୍ତିକୁ ନେଇ ଏବେ ଚର୍ଚ୍ଚା ।