କନକ ବ୍ୟୁରୋ: ଜଣେ ଦିବ୍ୟାଙ୍ଗ ଫୁଡ୍ ଡେଲିଭରି ବୟ ତାଙ୍କର ଜଣେ ଗ୍ରାହକଙ୍କୁ ଏମିତି ଏକ ମେସେଜ୍ ଲେଖିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । କାରଣ ଜୋମାଟୋ ଗ୍ରାହକ ଜଣକ ଦିବ୍ୟାଙ୍ଗ ଡେଲିଭରି ବୟଙ୍କ ସେହି ମେସେଜକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ସଭିଏଁ ଭାବୁକ ହେଉଛନ୍ତି ଆଉ ଡେଲିଭରି ବୟଙ୍କୁ ସାବାସୀ ଦେଉଛନ୍ତି ।

Advertisment

ଡେଲିଭରି ବୟ ଜଣକ ପ୍ରଥମ ମେସେଜରେ ଲେଖିଛନ୍ତି... 'ମୁଁ ଅର୍ଡର ନେଇ ସାରିଛି, ଖୁବଶୀଘ୍ର ଆପଣଙ୍କୁ ଡେଲିଭରି କରିବି… ନମସ୍କାର, ମୁଁ ବଧିର, ମୁଁ ଶୁଣିପାରେନି କିମ୍ବା କଥା କହିପାରେନି । ମୁଁ ଆପଣଙ୍କୁ ମେସେଜ୍ କରିଛି ଦୟାକରି ମୋ ମେସେଜ୍ ଟିକୁ ଦେଖନ୍ତୁ । ଦିବ୍ୟାଙ୍ଗଙ୍କ ଏଭଳି ମେସେଜଟିର ସ୍କ୍ରିନ୍‌ସଟ୍ ସେୟାର କରିଛନ୍ତି ସ୍ତୁତି ନାମକ ଜଣେ ୟୁଜର, ଆଉ କ୍ୟାପସନରେ ଲେଖିଛନ୍ତି "କେବଳ ପୁରୁଷମାନେ ପରିବାର ପାଇଁ ଏମିତି କଷ୍ଟ କରନ୍ତି । 

ଦିବ୍ୟାଙ୍ଗ ଡେଲିଭରି ବୟଙ୍କ ମେସେଜ୍ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ଭାବୁକ ହେବା ସହ ଉକ୍ତ ଡେଲିଭରି ବୟଙ୍କ ନିଷ୍ଠାପରତାକୁ ପ୍ରଶଂସା ମଧ୍ୟ କରିଛନ୍ତି । ଜଣେ ଲେଖିଛନ୍ତି, ଏଭଳି ସଚ୍ଚୋଟତା କାରଣରୁ ମୁଁ ସବୁବେଳେ ସେମାନଙ୍କୁ ଟିପ୍ ଦିଏ । ଆଉ ଜଣେ ୟୁଜର ଲେଖିଛନ୍ତି, "ଡେଲିଭରି ବୟଙ୍କୁ ପାଣି ଦେବା ଭଳି ଏକ ଛୋଟ ବ୍ୟବହାର ମଧ୍ୟ ସେମାନଙ୍କୁ ସାନ୍ତ୍ୱନା ଏବଂ ଆନନ୍ଦ ଦେଇଥାଏ ।" ଆଉ ଜଣେ ୟୁଜର ଲେଖିଛନ୍ତି, "ସବୁଠୁ ବଡ଼କଥା କଥା ହେଉଛି ଯେ ଏତେ ଚ୍ୟାଲେଞ୍ଜ ସତ୍ତ୍ୱେ, ସେ ବାହାନା କରିବା ପରିବର୍ତ୍ତେ ନିଜ ଜୀବନକୁ ସହ ଲଢ଼େଇ କରୁଛନ୍ତି, ପରିବାର ପାଇଁ ପରିଶ୍ରମ କରୁଛନ୍ତି ।

ସତରେ ଫୁଡ୍ ଡେଲିଭରି କମ୍ପାନି ଜୋମାଟେ ଓ ସ୍ବିଗି ଏଭଳି ଅସହାୟ ଲୋକଙ୍କୁ ନିଯୁକ୍ତି ଦେଇ ସାହାଯ୍ୟ କରିଛି ଯାହା ପ୍ରଶଂସନୀୟ କିନ୍ତୁ ଏହା ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ଦିବ୍ୟାଙ୍ଗଙ୍କୁ ଉପହାସ ବୋଲି କହୁଛନ୍ତି ଲୋକେ ।