କନକ ବ୍ୟୁରୋ: ପ୍ରବଳ ଖରାରେ ଆଉଟୁପାଉଟୁ ହେଉଛି ପୂରା ଦେଶ । ତାହା ସହ ଯେଉଁପରି ଭାବରେ ବିଜୁଳି କାଟ ହେଉଛି ସେଥିରେ ଆକ୍ତାମାକ୍ତା ହେଉଛନ୍ତି ଜନତା । ଅବଶ୍ୟ ଇନ୍‌ଭଟର୍‌ ଏବେ ଅନେକଙ୍କ ଘରେ ଉପଲବ୍ଧ ହେଉଛି ହେଲେ ସମସ୍ତଙ୍କ ଘରେ ଏହା ନଥିବାରୁ ଗରମରେ ଆଉଟୁପାଉଟୁ ହେଉଛନ୍ତି ଜନତା । ତେବେ ଏବେ ଏମିତି ଏକ ଫ୍ୟାନ୍‌ ଆସିଯାଇଛି ବଜାରକୁ ଯାହା ଗରମରୁ ମୁକ୍ତି ଦେବ । କାରଣ ସେ ଫ୍ୟାନ୍‌ ବିନା ବିଜୁଳିରେ ବି ଘାଏଁ ଘାଏଁ ବୁଲିବ । 

Advertisment

ବିଜୁଳି ନଥିବ ହେଲେ ଫ୍ୟାନ୍‌ ଚାଲିବ

ବିନା ବିଜୁଳିରେ ଫ୍ୟାନ୍‌ ଚାଲିବ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ ହେଲେ ସତ । କାରଣ ଏବେ ବଜାରକୁ ଆସିଯାଇଛି ବିନା ବିଜୁଳିରେ ଚାଲୁଥିବା ପଙ୍ଖା । ସୂଚନା ଅନୁସାରେ ବଜାରରେ ଚାଲୁଥିବା ଫ୍ୟାନ୍‌ରେ ଏବେ ବ୍ୟାଟେରି ଉପଲବ୍ଧ ହେବ । ଅର୍ଥାତ୍‌ ଫ୍ୟାନ୍‌ରେ ବ୍ୟାଟେରି ଲାଗିଥିବାରୁ କରେଣ୍ଟ ଗଲେ ବି ଫ୍ୟାନ୍‌ ବୁଲିବା ବନ୍ଦ ହେବ ନାହିଁ । 

ଅଳ୍ପ ଦାମ୍‌ରେ ଉତ୍ତମ ସୁବିଧା

ବଜାରରେ ମିଳୁଥିବା ଏହି ଫ୍ୟାନ୍‌ର ଦାମ୍‌ ଆଦୌ ବେଶି ନୁହେଁ । ପକେଟ୍‌କୁ ସୁହାଇବା ପରି ଦାମ୍‌ରେ ଏହା ଉପଲବ୍ଧ ହେଉଛି । ଅନଲାଇନ୍‌ ସପିଂ ଆପ୍‌ ଆମାଜନ୍‌ ଓ ଫ୍ଲିପ୍‌କାର୍ଟରେ ବି ଏହି ଫ୍ୟାନ୍‌ ଉପଲବ୍ଧ ହେଉଛି । ବଜାରରେ ମିଳୁଥିବା ଏହି ଫ୍ୟାନ୍‌ର ଦାମ୍‌ ମାତ୍ର ୨ ହଜାରରୁ ୪ ହଜାର ଟଙ୍କାରେ ମିଳିଯାଉଛି । 

ଉଭୟ ଛୋଟ ଓ ବଡ଼ ଫ୍ୟାନ୍‌ ଉପଲବ୍ଧ

ବଜାରରେ ଏହି ଫ୍ୟାନ୍‌ ଉଭୟ ବଡ଼ ଓ ଛୋଟ ସାଇଜ୍‌ର ମିଳୁଛି । ଯଦି ଆପଣ ଅଫ୍‌ଲାଇନ୍‌ରେ ଏହି ଫ୍ୟାନ୍‌ କିଣୁଛନ୍ତି ତେବେ ନିଜ ପସନ୍ଦରେ କିଣିପାରିବେ । ହେଲେ ଯଦି ଅନଲାଇନ୍‌ରେ କିଣୁଛନ୍ତି ତାହେଲେ ଅନଲାଇନ୍‌ରେ ପ୍ରଥମେ ସାଇଜ୍‌ ଚେକ୍‌ କରିନିଅନ୍ତୁ । ପରେ ପରେ ଅର୍ଡର କଲେ ଆପଣଙ୍କ ଘରେ ପହଞ୍ଚିବ ବ୍ୟାଟେରି ଚାଳିତ ଫ୍ୟାନ୍‌ । ଏହାପରେ ବି ଘରେ ଫ୍ୟାନ୍‌ ପହଞ୍ଚିବା ପରେ ଆପଣ ପୁଣି ଥରେ ଫ୍ୟାନ୍‌ର ସାଇଜ୍‌ ଚେକ୍‌ କରିନିଅନ୍ତୁ । 

ବ୍ୟାଟେରିର ଧ୍ୟାନ ରଖନ୍ତୁ

ଅନଲାଇନ୍‌ରେ ଯଦି ଆପଣ ଫ୍ୟାନ୍‌ କିଣୁଛନ୍ତି ତାହେଲେ ବ୍ୟାଟେରିକୁ ନିଶ୍ଚିତ ପରଖି ନିଅନ୍ତୁ । ସାଧାରଣତଃ ଭାବରେ ଫ୍ୟାନ୍‌ର ବ୍ୟାଟେରି ସମ୍ପର୍କରେ କମ୍ପାନି ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥାଏ । କିନ୍ତୁ ଫ୍ୟାନ୍‌ କିଣିବା ବେଳେ ବ୍ୟାଟେରିକୁ ପରଖି ନେବା ଜରୁରୀ ବୋଲି ଫ୍ୟାନ୍‌ କମ୍ପାନି ସ୍ପଷ୍ଟ କରିଛନ୍ତି । କୁହାଯାଉଛି କି କିଣାଯାଇଥିବା ଫ୍ୟାନ୍‌ ଚାର୍ଜିଂ ପ୍ରୋଟେକ୍ସନ ନିହାତି ଥିବା ଦରକାର । ଯାହା ବ୍ୟାଟେରିକୁ ଅଧିକ ଦିନ ପର୍ଯ୍ୟନ୍ତ ମଜଭୁତ ରଖେ । 

ମୋଟ୍‌ ଉପରେ ଗରମରୁ ତ୍ରାହି ପାଇଁ ଏବେ ବଜାରରେ ଅନେକ ପ୍ରକାର ଫ୍ୟାନ୍‌ ଉପଲବ୍ଧ ହେଉଛି । ହେଲେ ଏବେ ବଜାରରେ ଯେଉଁ ଫ୍ୟାନ୍‌ ଆସିଛି ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।