ଏଥର ବି ଦୁର୍ଗାପୂଜାରେ ତୁମ ମେଲୋଡିୟସ୍ ମେଲୋଡିକୁ ଚାହିଁଛି ସାରା ଓଡ଼ିଶା । ପ୍ରତିବର୍ଷ ବାଳୁଙ୍ଗା ଟୋକା, ରଙ୍ଗିଲା ଟୋକା, ଚଉକା ଛକା, ଆଉ ରିବନ୍ ଫିତା... ତୁମର ଏସବୁ ଗୀତରେ ମେଲୋଡି ଟା ଭାରି ଜମେ ପରା । ହେଲେ ତୁମେ ହସ୍ପିଟାଲ ବେଡରେ କାହିଁକି ପଡ଼ି ରହିଛ? ଓଃ ଦାଦା ତୁମ ମେଲୋଡିୟସ୍ ସ୍ବରରେ ସତେ ଯେମିତି ଯାଦୁ ଅଛି । ଯେଉଁଥି ପାଇଁ ଦୁଇ ଦଶନ୍ଧି ଧରି ସଙ୍ଗୀତ ପ୍ରେମୀଙ୍କ ହୃଦୟକୁ ‘ଟାର୍ଗେଟ୍’ କରି ଓଲିଉଡ ସଙ୍ଗୀତ ଜଗତରେ ମାରିଚାଲିଛ ‘ଚଉକା ଛକା’...

Advertisment

ଜୀବନ ଯଦି ‘ଜଗୁ ଅଟୋବାଲା’ ଭଳି ହୁଏ ତୁମ ସଙ୍ଗୀତ ଆଉ ତୁମ ସ୍ବରର ସ୍ବାଦ ଆମ ପାଇଁ ‘କିଛି ଖଟା କିଛି ମିଠା’ ପରି । ଦୀର୍ଘ ମାସେ ବିତିଲାଣି ସେ ହସ୍ପିଟାଲ୍ ବେଡରେ । ଦୁର୍ଗାପୂଜାର କିଛି ଦିନ ପୂର୍ବରୁ ତୁମେ ଭେଣ୍ଟିଲେଟରରୁ ବି ବାହାରି ମେଡିସିନ୍ ୱାର୍ଡକୁ ଆସିଲଣି, ହେଲେ ଏବେ ବି ତୁମ କୋମା ଅବସ୍ଥା ଶ୍ରୋତାଙ୍କୁ ବିଶ୍ବାସ ହେଉନି ।

ଦାଦା.. ଜାଣିଛ!! ମନକୁ ଝୁମେଇ ଦେଉଥିବା ତୁମର ସବୁ ମ୍ୟୁଜିକ୍ ସହ ‘ଲଭ୍ ହେଲା ଏମିତି’ ଯେ, ଏବେ ତୁମେ ମେଡିକାଲ ବେଡରେ ଅଛ ଆଉ ମନ ମନରେ ପ୍ରାର୍ଥନା କରୁଛନ୍ତି ତୁମ ଫ୍ୟାନ୍ସ । ‘ନୂଆ ନୂଆ ପ୍ରେମରେ’ ଯେମିତି ପ୍ରେମୀଯୁଗଳ ମତୁଆଲା ହୁଅନ୍ତି ଠିକ୍ ସେମିତି ପ୍ରତିଟି ଓଡ଼ିଆଙ୍କୁ ମତୁଆଲା କରି ତୁମେ ପରା ପିନ୍ଧିଛ ମୋଲୋଡି କିଙ୍ଗର ମୁକୁଟ । ସତରେ ‘ସମୟ ବଡ଼ ବଳବାନ’, ନହେଲେ ଜୀବନ-ଜଞ୍ଜାଳର ‘ଭଉଁରୀ’ ଭିତରେ ‘ଯିଏ ଯାହା କହୁ ମୋର ଢୋ’ କହୁଥିବା ଲୋକଟି କେମିତି ଏତେ ଦିନ ହେବ କୋମାରେ ରହିବ?

‘ଲଭ୍ ପାଇଁ କୁଛ୍ ଭି କରେଗା’ କହୁଥିଲ ପରା ତା’ହେଲେ ଆଜି କେମିତି ତୁମକୁ ଲଭ୍ କରୁଥିବା ଫ୍ୟାନ୍ସଙ୍କୁ ‘ଲଭ୍ ଷ୍ଟେସନ୍’ରେ ଅପେକ୍ଷା କରି ରଖିଛ । ଦାଦା କିଛି ଠିକ୍ କରୁନ… ସତ କହୁଛି!! ତୁମ ସହ ‘ଅନ୍ତାକ୍ଷରୀ’ କି ‘ଲକଡାଉନ୍ ଅନ୍ତାକ୍ଷରୀ’ ଆଉ ଖେଳିବିନି… ପ୍ଲିଜ୍ ଦାଦା ସବୁ ରାଗରୁଷା ଛାଡ଼ି କୋମାରୁ ଉଠି ଆମ ସହ କଥା ହୁଅ, ଦୁର୍ଗାପୂଜାର ମେଲୋଡି ମଞ୍ଚକୁ ପୁଣି ଦୁଲୁକେଇବାକୁ ଶୀଘ୍ର ସୁସ୍ଥ ହୋଇ ଫେରିଆସ ମେଲୋଡି କିଙ୍ଗ୍...