ସୋମବାର ସକାଳୁ ସକାଳୁ ବାତ୍ୟା ! ମନେ ପଡ଼ିଲାଗଲା ୯୯ ମହାବାତ୍ୟା କଥା, ଏଇ ଅକ୍ଟୋବରରେ ଓଡ଼ିଶାରେ ରଚିଥିଲା ପ୍ରଳୟ...

Advertisment

ଏବେ ସମୟ ବଦଳିଛି ଦୁଇ ଦଶନ୍ଧି ଭିତରେ ଅନେକ ବାତ୍ୟାକୁ ସାମ୍ନାକୁ କରି ମୁକାବିଲା କରିବାର କୌଶଳ ଶିଖିଯାଇଛି ଓଡ଼ିଶା । ଆଉ ୨୭ ଆଡ଼କୁ ଆସୁଥିବା ସମ୍ଭାବ୍ୟ ବାତ୍ୟା ନେଇ ବି ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର ।

ଏବେ ସମୟ ବଦଳିଛି ଦୁଇ ଦଶନ୍ଧି ଭିତରେ ଅନେକ ବାତ୍ୟାକୁ ସାମ୍ନାକୁ କରି ମୁକାବିଲା କରିବାର କୌଶଳ ଶିଖିଯାଇଛି ଓଡ଼ିଶା । ଆଉ ୨୭ ଆଡ଼କୁ ଆସୁଥିବା ସମ୍ଭାବ୍ୟ ବାତ୍ୟା ନେଇ ବି ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର ।

SUPER CYCLONE 1999

SUPER CYCLONE 1999 Photograph: (Kanaknews)

କନକ ବ୍ୟୁରୋ: ବାତ୍ୟା କଥା ଶୁଣିଲେ ଓଡ଼ିଶାବାସୀଙ୍କ ଛାତି ଥରିଉଠେ, ଟିଭି ରିମୋଟରୁ ହାତ ହଟେନି, ମୋବାଇଲ ଉପରୁ ନଜର ଉଠେନି । ସେଇ ଅକ୍ଟୋବର ପୁଣି ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗର ଆକଳନ ପରେ ରାଜ୍ୟବାସୀଙ୍କ ଛାତିରେ ଛନକା ପଶିଛି ।

ଅଧିକ ପଢ଼ନ୍ତୁ--- ମୋହନ ସରକାରଙ୍କୁ ପୂରୁଛି ୫୦୦ ଦିନ; ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ଡାକିଲେ ରାଜ୍ୟ ସରକାର

୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ଶତାବ୍ଦୀର ସବୁଠୁ ବଡ଼ ବିପର୍ୟ୍ୟୟକୁ ସାମ୍ନା କରିଥିଲା ଓଡ଼ିଶା । ଯୁଆଡ଼େ ଦେଖିବ ସିଆଡ଼େ ଗଦା ହୋଇଯାଇଥିଲା ଶବର ପାହାଡ଼ । ଜୀବନ ହରାଇଥିଲେ ୧୦ ହଜାର ଲୋକ । ରାଜ୍ୟର ପାଖାପାଖି ୩୧ ହଜାର ୯୪୫ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା । ଭାଙ୍ଗି ପଡ଼ିଥିଲା ଓଡ଼ିଶାର ମେରୁଦଣ୍ଡ । ଏହି ମହାବାତ୍ୟାରେ ସବୁଠୁ ବେଶୀ ପ୍ରଭାବିତ ହୋଇଥିଲା ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ । ଏଠାରେ ପ୍ରତ୍ୟେକ ପରିବାର ନିଜ ଆଖି ଆଗରେ ନିଜର ପ୍ରିୟଜନଙ୍କୁ ହରାଉଥିବାର ଦେଖିଛନ୍ତି । କିଏ ଭାସିଯାଇ ଜୀବନ ହାରିଥିଲା ତ କିଏ ଗଛ ଓ ଘର ଭିତରେ ଚାପି ହୋଇ ପ୍ରାଣ ହରାଇଥିଲେ । ହେଲେ ଏବେ ସମୟ ବଦଳିଛି ଦୁଇ ଦଶନ୍ଧି ଭିତରେ ଅନେକ ବାତ୍ୟାକୁ ସାମ୍ନାକୁ କରି ମୁକାବିଲା କରିବାର କୌଶଳ ଶିଖିଯାଇଛି ଓଡ଼ିଶା । ଆଉ ୨୭ ଆଡ଼କୁ ଆସୁଥିବା ସମ୍ଭାବ୍ୟ ବାତ୍ୟା ନେଇ ବି ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର ।

ବଡ଼କଥା ହେଉଛି, ମହାବାତ୍ୟାକୁ ସିନା ୨୬ ବର୍ଷ ପୂରିବାକୁ ଯାଉଛି । ହେଲେ ଆଜି ବି ଲୋକଙ୍କ ମନରୁ ସେତେବେଳର ଭୟ ଯାଇନଥିବାବେଳେ ପୁଣି ଏକ ବାତ୍ୟା ଆସୁଥିବା ଆକଳନ କରିଛି ପାଣିପାଗ ବିଭାଗ । ଆଉ ଏବେ ବାତ୍ୟା ନାଁ ଶୁଣିଲେ ଆତଙ୍କିତ ହୋଇପଡନ୍ତି ବାତ୍ୟା ପ୍ରଭାବିତ ଅଞ୍ଚଳବାସୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe