ପିଲାଙ୍କ ଜୀବନ ନେଉଛି କଫ୍ ସିରପ୍; ସବୁ ରାଜ୍ୟକୁ ସତର୍କ କଲା କେନ୍ଦ୍ର

Advertisment

ବିଶେଷକରି, ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକ କହିଛନ୍ତି ଯେ ଦୁଇ ବର୍ଷରୁ କମ୍ ବୟସର ପିଲାମାନଙ୍କୁ କାଶ ଏବଂ ଥଣ୍ଡା ଔଷଧ ଦେବା ଉଚିତ ନୁହେଁ ଏବଂ ସାଧାରଣତଃ ପାଞ୍ଚ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ପାଇଁ  ମଧ୍ୟ ଏଭଳି ଔଷଧ ଦେବା ଗ୍ରହଣୀୟ ନୁହେଁ । 

ବିଶେଷକରି, ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକ କହିଛନ୍ତି ଯେ ଦୁଇ ବର୍ଷରୁ କମ୍ ବୟସର ପିଲାମାନଙ୍କୁ କାଶ ଏବଂ ଥଣ୍ଡା ଔଷଧ ଦେବା ଉଚିତ ନୁହେଁ ଏବଂ ସାଧାରଣତଃ ପାଞ୍ଚ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ପାଇଁ  ମଧ୍ୟ ଏଭଳି ଔଷଧ ଦେବା ଗ୍ରହଣୀୟ ନୁହେଁ । 

25

କନକ ବ୍ୟୁରୋ: ଦେଶରେ ଏବେ କଫ୍ ସିରପ୍ ନେଇ ଚିନ୍ତା । ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଫ୍‌ ସିରପ୍‌ ପିଇ ୧୧ ଜଣ ଶିଶୁଙ୍କର ମୃତ୍ୟୁ ପରେ ଏବେ ଟେନସନରେ କେନ୍ଦ୍ର ସରକାର । କାହିଁକି ଓ କେମିତି କଫ୍ ସିରପ ଦ୍ବାରା କଅଁଳ ଶିଶୁଙ୍କ ଜୀବନ କଲା ସେନେଇ ଆକ୍ସନ ମୋଡକୁ ଆସିଛନ୍ତି ମୋଦୀ ସରକାର । ୨ ବର୍ଷର ଶିଶୁଙ୍କ ପାଇଁ କଫ୍ ସିରପ୍ କଟକଣା ଲଗାଇବା ସହ ସବୁ ରାଜ୍ୟକୁ ସତର୍କ କରିଛି କେନ୍ଦ୍ର ।  

ମଧ୍ୟପ୍ରଦେଶର ଛିନ୍ଦୱାଡ଼ାରେ ୯  ଶିଶୁ, ରାଜସ୍ଥାନର ଭରତପୁରରେ ଜଣେ ଏବଂ ସିକରରେ ଜଣଙ୍କର ଜୀବନ ନେଇଛି କଫ୍ ସିରପ୍ । ଏହି ଘଟଣାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ ପାଇଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଶିଶୁ ମୃତ୍ୟୁ ସହ ଜଡ଼ିତ କଫ୍‌ ସିରପ୍‌ ନମୁନାରେ କିଡ୍‌ନି ଆଘାତ ସହିତ ଜଡ଼ିତ କୌଣସି ବିଷାକ୍ତ ପଦାର୍ଥ ମିଳିନାହିଁ । ରାଜ୍ୟ ଅଧିକାରୀଙ୍କ ଦ୍ୱାରା ମଧ୍ୟ ନମୁନାଗୁଡ଼ିକର ପରୀକ୍ଷା କରାଯାଇଥିଲା । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପିଲାମାନଙ୍କ ପାଇଁ କଫ୍‌ ସିରପ୍ ବ୍ୟବହାର ସୀମିତ କରିବା ପାଇଁ ଏକ ଗାଇଡଲାଇନ୍ ଜାରି କରିଛନ୍ତି । ବିଶେଷକରି, ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକ କହିଛନ୍ତି ଯେ ଦୁଇ ବର୍ଷରୁ କମ୍ ବୟସର ପିଲାମାନଙ୍କୁ କାଶ ଏବଂ ଥଣ୍ଡା ଔଷଧ ଦେବା ଉଚିତ ନୁହେଁ ଏବଂ ସାଧାରଣତଃ ପାଞ୍ଚ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ପାଇଁ  ମଧ୍ୟ ଏଭଳି ଔଷଧ ଦେବା ଗ୍ରହଣୀୟ ନୁହେଁ । 

ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସରକାର ଜାରି କରିଥିବା ଉପଦେଶାବଳୀରେ କୁହାଯାଇଛି ଯେ ପିଲାମାନଙ୍କଠାରେ କାଶର ଅଧିକାଂଶ ମାମଲା ସ୍ୱୟଂ-ସୀମିତ ରୋଗ, ଯାହା ଔଷଧ ବିନା ଭଲ ହୋଇଯାଏ । ଏଥିପାଇଁ ଶରୀରରେ ଜଳୀୟ ଅଂଶ ଠିକ୍‌ ରଖିବା ତଥା  ହାଇଡ୍ରେସନ୍‌, ବିଶ୍ରାମ,  ଯତ୍ନ ପ୍ରଥମ ଚିକିତ୍ସା ହେବା ଉଚିତ । ନିର୍ମାତାମାନଙ୍କୁ ମଧ୍ୟ ‘ଭଲ ଉତ୍ପାଦ’ ଉପରେ ସର୍ବାଧିକ ଗୁରୁତ୍ବ ଦେବାକୁ ପଡ଼ିବ । ଏକାଧିକ ଔଷଧ ମିଶ୍ରଣ ଏଡ଼ାଇବା ଏବଂ ଔଷଧର ନିରାପଦ ବ୍ୟବହାର ବିଷୟରେ ପିତାମାତାଙ୍କୁ ସଚେତନ କରିବାକୁ କୁହାଯାଇଛି ।

ଛିନ୍ଦୱାଡ଼ାରେ ୧୫ ଦିନ ମଧ୍ୟରେ ନଅ ଜଣ ଶିଶୁଙ୍କ ମୃତ୍ୟୁ ପରେ ସତର୍କ ଘଣ୍ଟି ବାଜିଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିଲା ଯେ କଫ୍‌ ସିରପ୍‌ରେ ଡାଇଥାଇଲିନ୍ ଗ୍ଲାଇକଲ୍ ନାମକ ଏକ ବିଷାକ୍ତ ଜିନିଷ ମିଶାଯାଇଥିଲା । କିଡ୍‌ନି ବାୟୋପ୍ସି ପିଲାମାନଙ୍କ ଶରୀରରେ ଡାଏଥିଲିନ୍ ଗ୍ଲାଇକଲ୍ ଥିବା ନିଶ୍ଚିତ କରିଥିଲା । ଅଧିକାଂଶ ପୀଡ଼ିତଙ୍କୁ କୋଲଡ୍ରିଫ୍ ଏବଂ ନେକ୍ସଟ୍ରୋ-ଡିଏସ୍ ସିରପ୍ ଦିଆଯାଇଥିଲା। ଏହାପରେ ଛିନ୍ଦୱାଡ଼ା ଜିଲ୍ଲାପାଳ ଶୈଳେନ୍ଦ୍ର ସିଂହ ତୁରନ୍ତ ଜିଲ୍ଲା ସାରା ଉକ୍ତ ଦୁଇଟି ସିରପ୍‌ ବିକ୍ରୟକୁ ନିଷିଦ୍ଧ କରିଥିଲେ ଏବଂ ଡାକ୍ତର, ଔଷଧ ଦୋକାନ ଏବଂ ଅଭିଭାବକମାନଙ୍କ ଲାଗି ଏକ ଜରୁରୀ ପରାମର୍ଶ ଜାରି କରିଥିଲେ । ଏହା ପରେ ରାଜସ୍ଥାନରୁ ମଧ୍ୟ ୨ ଜଣ ଶିଶୁଙ୍କର କଫ୍‌ ସିରପ୍‌ ପିଇ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଥିଲା । ତେ‌‌ବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ସିରପ୍‌ରେ ପ୍ରୋପିଲିନ୍ ଗ୍ଲାଇକଲ୍ ନାହିଁ, ଯାହା କେତେକ ସମୟରେ ଡାଇଥାଇଲିନ୍ କିମ୍ବା ଇଥିଲିନ୍ ଗ୍ଲାଇକଲ୍ ସଂକ୍ରମଣର ଉତ୍ସ ହୋଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe