Punjab Politics : ପଞ୍ଜାବରେ ଆପ୍‌ ସରକାର : ଟେନସନ୍‌ରେ କଂଗ୍ରେସ

ଆପ୍ ଶାସନରେ ରାଜ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ଏବଂ ଲୋକମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ରାଜ୍ୟରେ ବେଆଇନ ଖଣି କାରବାର ବୃଦ୍ଧି ପାଇବା ଏବଂ ନିଶା କାରବାର ରୋକିବାରେ ସରକାର ସଂପୂର୍ଣ୍ଣ ବିଫଳ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି

Congress-AAP

Congress-AAP Photograph: (Kanak News)

କନକ ବ୍ୟୁରୋ : ପଞ୍ଜାବରେ ଶାସନ କରୁଛି ଆପ୍‌, ହେଲେ ଟେନ୍‌ସନ୍‌ରେ କଂଗ୍ରେସ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ । ଶାସନରେ ତ ଆପ୍‌ ଅଛି ହେଲେ କଂଗ୍ରେସ କାହିଁକି ଚିନ୍ତାରେ । ସୋସିଆଲ ମିଡିଆରେ କିଛି ଏମିତି ଘଟଣା ଭାରି ଚର୍ଚ୍ଚା ହେଉଛି । ପଞ୍ଜାବରେ ଆମ୍ ଆଦମୀ ପାର୍ଟି (ଆପ୍) ସରକାର ରାଜ୍ୟକୁ ସମ୍ପୂର୍ଣ୍ଣ ଅରାଜକତା ଓ ଆଇନଶୃଙ୍ଖଳା ବିହୀନ ପରିସ୍ଥିତିକୁ ଠେଲି ଦେଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ରାଜ୍ୟ ଏକ "ଗ୍ୟାଙ୍ଗ-ଲ୍ୟାଣ୍ଡ"ରେ ପରିଣତ ହୋଇଛି ଏବଂ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି ବୋଲି ଦଳ ପକ୍ଷରୁ କୁହାଯାଇଛି ।

ପଞ୍ଜାବ କଂଗ୍ରେସ ସଭାପତି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ ଆପ୍ ସରକାରଙ୍କ ଶାସନରେ ରାଜ୍ୟର ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି ଏବଂ ଋଣ ଭାର ପ୍ରାୟ ୫.୨୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଗତ ସାଢ଼େ ତିନି ବର୍ଷର ଆପ୍ ଶାସନ କାଳରେ ରାଜ୍ୟରେ କୌଣସି ନୂଆ ପୁଞ୍ଜିନିବେଶ ହୋଇନାହିଁ ବରଂ ସୁରକ୍ଷା ଚିନ୍ତା ଯୋଗୁଁ ଅନେକ ବ୍ୟବସାୟୀ ରାଜ୍ୟ ଛାଡ଼ି ପଳାଇଛନ୍ତି ବୋଲି ସେ ଦାବି କରିଛନ୍ତି । କଂଗ୍ରେସ ନେତାମାନେ ଆହୁରି ଅଭିଯୋଗ କରିଛନ୍ତି ଯେ ଆପ୍ ସରକାର କଂଗ୍ରେସ କର୍ମୀଙ୍କୁ ଭୟଭୀତ ଓ ନିର୍ଯାତିତ କରୁଛନ୍ତି । ଯାହାକୁ କେବେ ଭୁଲି ହେବ ନାହିଁ କିମ୍ବା କ୍ଷମା କରାଯିବ ନାହିଁ । ରାଜ୍ୟରେ ଖଲିସ୍ତାନୀ ଭାବନାର ବୃଦ୍ଧି ହେଉଥିବା କଂଗ୍ରେସ ଅଭିଯୋଗ କରିଛି । 

ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରାନ୍ଧୱା ଏବଂ ଅନ୍ୟ କଂଗ୍ରେସ ନେତାମାନେ ମଧ୍ୟ ଆପ୍ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିଛନ୍ତି । ଆପ୍ ଶାସନରେ ରାଜ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ଏବଂ ଲୋକମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ରାଜ୍ୟରେ ବେଆଇନ ଖଣି କାରବାର ବୃଦ୍ଧି ପାଇବା ଏବଂ ନିଶା କାରବାର ରୋକିବାରେ ସରକାର ସଂପୂର୍ଣ୍ଣ ବିଫଳ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । 

ଏମିତିକି, ପୂର୍ବରୁ ପଟିଆଲାରେ ହୋଇଥିବା ସାମ୍ପ୍ରଦାୟିକ ସଂଘର୍ଷ ପାଇଁ ମଧ୍ୟ ଆପ୍ ସରକାରଙ୍କ ଅପାରଗତାକୁ ଦାୟୀ କରାଯାଇଥିଲା। ବିରୋଧୀ ଦଳର ନେତା ପ୍ରତାପ ସିଂହ ବାଜୱାଙ୍କ ବିରୋଧରେ ପୁଲିସ୍‌ ମାମଲା ରୁଜୁ କରିବା ପରେ କଂଗ୍ରେସ ଅଭିଯୋଗ କରିଥିଲା ଯେ ଆପ୍ ସରକାର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଡରାଇବାକୁ ଚେଷ୍ଟା କରୁଛନ୍ତି । ସେପଟେ କଂଗ୍ରେସର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ଆପ୍‌ । ଅଭିଯୋଗକୁ ଖଣ୍ଡନ କରିବା ପରେ ଆପ୍‌ ନେତା କହିଛନ୍ତି, ତାଙ୍କ ଶାସନରେ ଆଇନଶୃଙ୍ଖଳା ପରିସ୍ଥିତିରେ ବହୁତ ସୁଧାର ଆସିଛି । କେମିତି ଅପରାଧ କମିବ ସେନେଇ ବି କାମ କରୁଛନ୍ତି ସରକାର । ବିରୋଧୀଙ୍କ ଅଭିଯୋଦ ଭିତ୍ତିହୀନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe