ନାଚ ଗୀତରେ ପାଠ ପଢ଼ୁଛନ୍ତି ପିଲା; ଚର୍ଚ୍ଚାରେ ଡ୍ୟାନ୍ସିଂ ଅଙ୍ଗନବାଡ଼ି ଦିଦି

ଅଙ୍ଗନବାଡ଼ି ଦିଦି ଜଣକ ନାଚ, ଗୀତ, ଗପ ଏବଂ ଖେଳ ମାଧ୍ୟମରେ ପାଠ ପଢ଼ାଉଥିବା ସହିତ ବିଭିନ୍ନ ପ୍ରକାରର ରଙ୍ଗର ପ୍ଲାଷ୍ଟିକ ଫଳ, ଚିତ୍ର,ସଂକେତ ଦେଖାଇ ପିଲା ମାନଙ୍କୁ ପାଠ ପଢ଼ାଉଛନ୍ତି, ଯାହାକୁ ଦେଖି ପିଲାମାନେ ସହଜରେ ପାଠ ଶିଖି ଯାଉଛନ୍ତି ।

DANCING-ANGANWADI-DIDI-PKG-T

କନକ ବ୍ୟୁରୋ: କୁନି କୁନି ପିଲା ମାନଙ୍କର ପାଠ ପ୍ରତି ଆଗ୍ରହ ବଢାଇବା ପାଇଁ ପ୍ରମୁଖ ମାଧ୍ୟମ ହେଉଛି ନାଚ, ଗୀତ, ଗପ ଏବଂ ଖେଳ  । ଆଉ ଏହାକୁ ବେଶ୍ ଭଲ ଭାବେ ବୁଝିଛନ୍ତି ଅଙ୍ଗନବାଡ଼ି ଦିଦି । ସେଥିପାଇଁ ଏପରି ଅଭିନବ ଉପାୟରେ ପାଠ ପଢ଼ାଉଛନ୍ତି ଯାହାକୁ ନେଇ ପ୍ରଶଂସା କରୁଛନ୍ତି ଅବିଭାବକ ।

ବାଲେଶ୍ବର ବସ୍ତା ବ୍ଲକ୍ କୁଡିଆ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ରେଣୁବାଳା ପାତ୍ର, ଦିଦିଙ୍କ ଭିନ୍ନ ଷ୍ଟାଇଲର ପାଠ ପଢ଼ା ପାଇଁ ସମୟ ପୂର୍ବରୁ ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି ଯାଉଛନ୍ତି ପିଲା । କାରଣ ଅଙ୍ଗନବାଡ଼ି ଦିଦି ଜଣକ ନାଚ, ଗୀତ, ଗପ ଏବଂ ଖେଳ ମାଧ୍ୟମରେ ପାଠ ପଢ଼ାଉଥିବା ସହିତ ବିଭିନ୍ନ ପ୍ରକାରର ରଙ୍ଗର ପ୍ଲାଷ୍ଟିକ ଫଳ, ଚିତ୍ର,ସଂକେତ ଦେଖାଇ ପିଲା ମାନଙ୍କୁ ପାଠ ପଢ଼ାଉଛନ୍ତି, ଯାହାକୁ ଦେଖି ପିଲାମାନେ ସହଜରେ ପାଠ ଶିଖି ଯାଉଛନ୍ତି ।

ରେଣୁବାଳା ତାଙ୍କ ଅଙ୍ଗନବାଡ଼ିକୁ ଗୋଟିଏ ମନ୍ଦିର ଭଳି ଦେଖନ୍ତି, କେନ୍ଦ୍ରର ମୁଖ୍ୟ ଦ୍ଵାରରେ ପ୍ରତ୍ୟେକ ଦିନ ଘଟ ସ୍ଥାପନ କରିଥାନ୍ତି । ପାଲା ମାନଙ୍କ ପାଠ ପଢ଼ା ପ୍ରତି ଆଗ୍ରହ ବଢାଇବା ପାଇଁ କାନ୍ଥରେ ବିଭିନ୍ନ ପ୍ରକାରର ଶିକ୍ଷଣୀୟ ଚିତ୍ର ଅଙ୍କନ କରିଛନ୍ତି, ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର କଣ୍ଢେଇ, ପ୍ଲାଷ୍ଟିକ ଜୀବଜନ୍ତୁ,ଫୁଲ ଫଳ, ସାଂକେତିକ ଚିତ୍ର ଏବଂ ଅନେକ ହାତ ତିଆରି ସାମଗ୍ରୀ ରଖିଛନ୍ତି । ପିଲା ମାନେ ମଧ୍ୟ ଏହା ସାହାଯ୍ୟରେ  ସହଜରେ ଶିଖି ପାଠ ଯାଉଛନ୍ତି, ଏବଂ ପାଠ ପ୍ରତି ତାଙ୍କର ଆଗ୍ରହ ମଧ୍ୟ ବଢୁଛି ।

କେବଳ ଭୋଜନ ଉପରେ ଗୁରୁତ୍ବ ନଦେଇ ଯଦି ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଏହିଭଳି ଭାବରେ କୁନି କୁନି ପିଲାମାନଙ୍କୁ ଶିକ୍ଷା ଦିଆ ଯାଆନ୍ତା ତା’ହାହେଲେ ପାଠ ପ୍ରତି  ପିଲାଙ୍କ ଆଗ୍ରହ ବଢନ୍ତା ଏବଂ ପିଲାମାନେ ପାଠକୁ ଭୟ ନକରି ଆଗ୍ରହ ସହ ବିଦ୍ୟାଳୟକୁ ଆସନ୍ତେ ବୋଲି ଅବିଭାବକ ମାନେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe