କନକ ବ୍ୟୁରୋ: ସରକାର କଲେ ବଡ଼ ଘୋଷଣା, ଲାଭ ପାଇବେ ସ୍କୁଲ ପିଲା । କାରଣ ଏଣିକି ସ୍କୁଲ୍‌ କିମ୍ବା କଲେଜ ପିଲା ୟୁନିଫର୍ମ ପିନ୍ଧି, ଆଇକାର୍ଡ ପକାଇ ବସ୍‌ରେ ଗଲେ ଦେବାକୁ ପଡ଼ିବ ନାହିଁ କୌଣସି ଟଙ୍କା । ଏମିତି କିଛି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଠିକ୍‌ ସମୟରେ ସ୍କୁଲ ଓ କଲେଜରେ କେମିତି ପିଲାମାନେ ପହଞ୍ଚିବେ ତାହାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ, କେବଳ ସରକାରୀ ବସ୍‌ରେ ଏହି ଲାଭ ପିଲାମାନେ ପାଇବେ । ଘରୋଇ ବସ୍‌ରେ ଏହି ଲାଭ ମିଳିବ ନାହିଁ ।

ସରକାରଙ୍କ ବଡ଼ ଘୋଷଣା
ଏଣିକି ସ୍କୁଲ୍‌ ଡ୍ରେସ୍‌ ପିନ୍ଧି ଆଇକାର୍ଡ ଦେଖାଇଲେ
ମାଗଣା ନେବ ବସ୍‌

Advertisment

ସ୍କୁଲ ଓ କଲେଜ ପଢ଼ୁଆ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର । ଏଣିକି ମାଗଣାରେ ସ୍କୁଲକୁ ବସରେ ଯାଇପାରିବେ ଛାତ୍ରଛାତ୍ରୀ । ସ୍କୁଲ ୟୁନିଫର୍ମ ପିନ୍ଧି ଆଇକାର୍ଡ ଦେଖାଇଲେ ଦେବାକୁ ପଡିବନି ବସ୍ ଭଡ଼ା । ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ସୁବିଧା । ସମୟକୁ ଦୃଷ୍ଟିରେ ରଖି ବସ୍ ଚଳାଚଳ ସମୟରେ ପରିବର୍ତ୍ତନ କରିବାକୁ ଓଏସଆରଟିସିକୁ ଅନୁରୋଧ କରାଯାଇଛି । ଏପରିକି ସ୍କୁଲ ପିଲାଙ୍କ ରୁଟକୁ ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି । ଅଧିକରୁ ଅଧିକ ପିଲା ଯେପରି ବସ୍‌ରେ ଯାତାୟାତ କରିପାରିବେ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ବସ୍ ସେବାରେ ଏହି ସୁବିଧା ଛାତ୍ରଛାତ୍ରୀଙ୍କୁ ମିଳିବ । ବାଣିଜ୍ୟ ଓ ପରିବହନ ବିଭାଗକୁ ଏନେଇ ଚିଠି କରିଛି ଗଣଶିକ୍ଷା ବିଭାଗ । ଅଧିକ ତଥ୍ୟ ପ୍ରଦାନ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ବି ଦିଆଯାଇଛି ।

ଶିକ୍ଷାର ବିକାଶ ହେଲେ ଦେଶର ବିକାଶ ହେବ
ପିଲାଙ୍କ ଯିବାଆସିବ ଖର୍ଚ୍ଚ ବହନ କରିବେ ସରକାର

ପିଲାମାନେ କେମିତି ଭଲରେ ପାଠ ପଢ଼ିବେ ସେନେଇ ରାଜ୍ୟ ସରକାର ସବୁବେଳେ ଚିନ୍ତିତ । ଆଉ ତାହାର ସମାଧାନର ରାସ୍ତା ବାହାର କରିଛନ୍ତି ସରକାର । ପିଲାମାନଙ୍କୁ ଫ୍ରିରେ ବସ୍‌ରେ ଯିବାକୁ ନିଷ୍ପତ୍ତି ପରେ ଏବେ ପିଲା ଖୁସ୍‌ । ସେପଟେ ପରିବହନ ମନ୍ତ୍ରୀ କହିଲେ ନିଷ୍ପତ୍ତି ଅନୁସାରେ, ବର୍ତ୍ତମାନ ସମୟରେ ସରକାରୀ ସ୍କୁଲ ପିଲାମାନଙ୍କୁ ଏହି ସୁବିଧା ମିଳିବ ।