ମାର୍ଚ୍ଚରେ ଅଧା ମାସ ବନ୍ଦ ରହିବ ବ୍ୟାଙ୍କ୍! ଏବେଠୁ ସାରିଦିଅନ୍ତୁ ଜରୁରୀ କାମ...

Advertisment

ଏହି ସବୁ ଛୁଟି ସାରା ଦେଶ ପାଇଁ ସମାନ ନୁହେଁ । ଆରବିଆଇ (RBI) ର ନିୟମ ଅନୁଯାୟୀ, କିଛି ଛୁଟି ଆଞ୍ଚଳିକ ପର୍ବ ଉପରେ ଆଧାରିତ । ଉଦାହରଣ ସ୍ୱରୂପ, ଗୁଡ଼ି ପାଡୱା ମହାରାଷ୍ଟ୍ରରେ ପାଳନ କରାଯାଉଥିବା ବେଳେ ଉଗାଦି ଦକ୍ଷିଣ ଭାରତର କିଛି ରାଜ୍ୟରେ ପାଳନ କରାଯାଏ । ତେଣୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଗ୍ରାହକମାନେ ନିଜର ଆଞ୍ଚଳିକ ବ୍ୟାଙ୍କ ଛୁଟି ତାଲିକା ଯାଞ୍ଚ କରିବା ଆବଶ୍ୟକ ।

ଏହି ସବୁ ଛୁଟି ସାରା ଦେଶ ପାଇଁ ସମାନ ନୁହେଁ । ଆରବିଆଇ (RBI) ର ନିୟମ ଅନୁଯାୟୀ, କିଛି ଛୁଟି ଆଞ୍ଚଳିକ ପର୍ବ ଉପରେ ଆଧାରିତ । ଉଦାହରଣ ସ୍ୱରୂପ, ଗୁଡ଼ି ପାଡୱା ମହାରାଷ୍ଟ୍ରରେ ପାଳନ କରାଯାଉଥିବା ବେଳେ ଉଗାଦି ଦକ୍ଷିଣ ଭାରତର କିଛି ରାଜ୍ୟରେ ପାଳନ କରାଯାଏ । ତେଣୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଗ୍ରାହକମାନେ ନିଜର ଆଞ୍ଚଳିକ ବ୍ୟାଙ୍କ ଛୁଟି ତାଲିକା ଯାଞ୍ଚ କରିବା ଆବଶ୍ୟକ ।

8 BANK STORY PKG RAJA

bank Photograph: (kanak news)

କନକ ବ୍ୟୁରୋ: ଆସନ୍ତା ମାର୍ଚ୍ଚ ମାସ ପାଇଁ ବ୍ୟାଙ୍କ କାମ ବାକି ରଖିଥିବା ଗ୍ରାହକଙ୍କ ପାଇଁ ଏକ ଜରୁରୀ ସୂଚନା । ଆସନ୍ତା ମାସରେ ବ୍ୟାଙ୍କ ଗୁଡ଼ିକ ପ୍ରାୟ ଅଧା ମାସ ଅର୍ଥାତ୍ ୧୮ ଦିନ ବନ୍ଦ ରହିବ । ହୋଲିଠାରୁ ଆରମ୍ଭ କରି ଇଦ୍ ଏବଂ ରାମ ନବମୀ ଭଳି ଅନେକ ବଡ଼ ପର୍ବ ଏହି ମାସରେ ପଡ଼ୁଥିବାରୁ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି । ତେଣୁ କେବେ ଏବଂ କେମିତି ସାରିବେ ବ୍ୟାଙ୍କ କାମ ଆସନ୍ତୁ ଜାଣିବା ।

ଆହୁରି ପଢ଼ନ୍ତୁ: କମାଲ୍ କଲେ ବସ୍ କଣ୍ଡକ୍ଟରଙ୍କ ପୁଅ

ମାର୍ଚ୍ଚ ମାସ ହେଉଛି ଆର୍ଥିକ ବର୍ଷର ଶେଷ ମାସ । ସାଧାରଣତଃ ଏହି ସମୟରେ ବ୍ୟାଙ୍କିଙ୍ଗ୍ କାର୍ଯ୍ୟର ଚାପ ସବୁଠାରୁ ଅଧିକ ଥାଏ । କିନ୍ତୁ ଆସନ୍ତା ମାର୍ଚ୍ଚ ୨୦୨୬ରେ ଦେଶର ବିଭିନ୍ନ ରାଜ୍ୟରେ ମୋଟ ୧୮ ଦିନ ବ୍ୟାଙ୍କ ଛୁଟି ରହିବ । ଏଥିରେ ୫ଟି ରବିବାର, ୨ଟି ଶନିବାର ଏବଂ ବାକି ୧୧ ଦିନ ପର୍ବପର୍ବାଣୀ ନିମନ୍ତେ ଛୁଟି ଘୋଷଣା କରାଯାଇଛି ।

ମାସର ପ୍ରଥମ ସପ୍ତାହ: ମାର୍ଚ୍ଚ ୧ ରବିବାର ହୋଇଥିବା ବେଳେ, ମାର୍ଚ୍ଚ ୨, ୩ ଏବଂ ୪ ତାରିଖରେ ହୋଲି ଏବଂ ବିଭିନ୍ନ ପର୍ବାଣି ପାଇଁ ଅନେକ ରାଜ୍ୟରେ ବ୍ୟାଙ୍କ୍ ଲଗାତାର ଛୁଟି ରହିବ ।
ଦ୍ୱିତୀୟ ସପ୍ତାହ: ମାର୍ଚ୍ଚ ୮ ରବିବାର, ମାର୍ଚ୍ଚ ୧୪ ଦ୍ୱିତୀୟ ଶନିବାର ଏବଂ ମାର୍ଚ୍ଚ ୧୫ ରବିବାର ପଡ଼ୁଥିବାରୁ ବ୍ୟାଙ୍କ ବନ୍ଦ ରହିବ ।
ତୃତୀୟ ସପ୍ତାହ: ମାର୍ଚ୍ଚ ୧୯ରେ ଗୁଡ଼ି ପାଡୱା ଓ ଉଗାଦି, ମାର୍ଚ୍ଚ ୨୦ରେ ଶବ୍-ଏ-ବରାତ ଏବଂ ମାର୍ଚ୍ଚ ୨୧ରେ ଇଦ୍-ଉଲ୍-ଫିତର ପାଇଁ ବଡ଼ ଧରଣର ଛୁଟି ରହିଛି । ମାର୍ଚ୍ଚ ୨୨ ପୁଣି ଏକ ରବିବାର ପଡ଼ୁଛି ।
ଆଉ ଶେଷ ସପ୍ତାହ: ମାର୍ଚ୍ଚ ୨୬ ଓ ୨୭ରେ ରାମ ନବମୀର ଉତ୍ସବ ପାଇଁ ଛୁଟି ଥିବା ବେଳେ ମାର୍ଚ୍ଚ ୨୮ (ଚତୁର୍ଥ ଶନିବାର), ମାର୍ଚ୍ଚ ୨୯ (ରବିବାର) ଏବଂ ମାର୍ଚ୍ଚ ୩୧ରେ ମହାବୀର ଜୟନ୍ତୀ ପାଇଁ ବ୍ୟାଙ୍କ ସେବା ବନ୍ଦ ରହିବ ।

ତେବେ ଏଠାରେ ମନେ ରଖିବା ଜରୁରୀ ଯେ, ଏହି ସବୁ ଛୁଟି ସାରା ଦେଶ ପାଇଁ ସମାନ ନୁହେଁ । ଆରବିଆଇ (RBI) ର ନିୟମ ଅନୁଯାୟୀ, କିଛି ଛୁଟି ଆଞ୍ଚଳିକ ପର୍ବ ଉପରେ ଆଧାରିତ । ଉଦାହରଣ ସ୍ୱରୂପ, ଗୁଡ଼ି ପାଡୱା ମହାରାଷ୍ଟ୍ରରେ ପାଳନ କରାଯାଉଥିବା ବେଳେ ଉଗାଦି ଦକ୍ଷିଣ ଭାରତର କିଛି ରାଜ୍ୟରେ ପାଳନ କରାଯାଏ । ତେଣୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଗ୍ରାହକମାନେ ନିଜର ଆଞ୍ଚଳିକ ବ୍ୟାଙ୍କ ଛୁଟି ତାଲିକା ଯାଞ୍ଚ କରିବା ଆବଶ୍ୟକ ।

ବଡ଼କଥା ହେଉଛି ବ୍ୟାଙ୍କ ବନ୍ଦ ରହିଲେ ବି ଡିଜିଟାଲ୍ ସେବା ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ...

UPI ଓ ନେଟ୍ ବ୍ୟାଙ୍କିଙ୍ଗ୍: ଗ୍ରାହକମାନେ ଟଙ୍କା ପଠାଇବା ପାଇଁ Google Pay, PhonePe କିମ୍ବା ନେଟ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରିପାରିବେ ।
ଟଙ୍କା ଉଠାଣ ପାଇଁ ATM ସେବା ଜାରି ରହିବ, କିନ୍ତୁ ଲଗାତାର ଛୁଟି ଯୋଗୁଁ କ୍ୟାସ୍ ସରିଯିବାର ସମ୍ଭାବନା ଥିବାରୁ ଆଗୁଆ ପ୍ରସ୍ତୁତି ଭଲ ।

ସେହିଭଳି ଚେକ୍ କ୍ଲିୟରାନ୍ସ ପାଇଁ ଅଧିକ ସମୟ ଲାଗିପାରେ, ତେଣୁ ଜରୁରୀ ନେଣଦେଣକୁ ଛୁଟି ପୂର୍ବରୁ ସାରିବା ଉଚିତ୍ । ମାର୍ଚ୍ଚ ମାସରେ ଆପଣଙ୍କର ଟିକସ ଯୋଜନା କିମ୍ବା ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ କାର୍ଯ୍ୟ ପାଇଁ ଏବେଠାରୁ ଏହି କ୍ୟାଲେଣ୍ଡରକୁ ନଜରରେ ରଖନ୍ତୁ । ଶେଷ ମୁହୂର୍ତ୍ତରେ ହଇରାଣ ନହେବା ପାଇଁ ଆଗୁଆ ପ୍ଲାନିଂ ହିଁ ଶ୍ରେଷ୍ଠ ଉପାୟ ।

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe