ଏଲିଅନଙ୍କ ଟାର୍ଗେଟରେ ପୃଥିବୀ ! ଅକ୍ଟୋବର ୨୯ ପରେ ଧ୍ବଂସ ହୋଇଯିବ ବିଶ୍ବ, ଆମେରିକା ବୈଜ୍ଞାନିକଙ୍କ ଅଜବ ଦାବି

Advertisment

ଆପଣଙ୍କୁ ଏହା ଶୁଣିବାକୁ ଅଜବ ଲାଗୁଥାଇ ପାରେ କିନ୍ତୁ ଆଭି ଲୋଏବ୍ ଏହା ମଧ୍ୟ ଦାବି କରିଛନ୍ତି ଯେ ଯଦି ଆପଣ ଅକ୍ଟୋବର ୨୯ ପୂର୍ବରୁ ଭ୍ୟାକେସନରେ ଯିବାକୁ ଚାହୁଛନ୍ତି କିମ୍ବା ମଜା କରିବାକୁ ଚାହୁଛନ୍ତି କରିଦିଅନ୍ତୁ,

ଆପଣଙ୍କୁ ଏହା ଶୁଣିବାକୁ ଅଜବ ଲାଗୁଥାଇ ପାରେ କିନ୍ତୁ ଆଭି ଲୋଏବ୍ ଏହା ମଧ୍ୟ ଦାବି କରିଛନ୍ତି ଯେ ଯଦି ଆପଣ ଅକ୍ଟୋବର ୨୯ ପୂର୍ବରୁ ଭ୍ୟାକେସନରେ ଯିବାକୁ ଚାହୁଛନ୍ତି କିମ୍ବା ମଜା କରିବାକୁ ଚାହୁଛନ୍ତି କରିଦିଅନ୍ତୁ,

AlienTarget

AlienTarget Photograph: (kanak news)

କନକ ବ୍ୟୁରୋ: ଆମେ ଏବେ ଏଲିଅନଙ୍କ ଟାର୍ଗେଟରେ । ଆପଣ ଘରେ ବସିଥିବେ, ଅଫିସରେ କାମ କରୁଥିବେ ଆଉ ଦେଖୁ ଦେଖୁ ଆଖି ପିଛୁଳାକେ ଧ୍ୱଂସ ହେବ ପୃଥିବୀ ! ଏକଥା ଆମେ କହୁନୁ, ଏଭଳି କିଛି ଚକିତ କଲାଭଳି ଦାବି କରିଛନ୍ତି ଆମେରିକା ହାଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଏବଂ ଜ୍ୟୋତିର୍ବିଜ୍ଞାନୀ ଆଭି ଲୋଏବ୍ ।

ବୈଜ୍ଞାନିକ ଆଭି ଲୋଏବ ଦାବି କରିଛନ୍ତି ଯେ, ଅକ୍ଟୋବର ୨୯ ତାରିଖ ପୂର୍ବରୁ ନିଜ ନିଜର ପରିବାର କି ସମ୍ପର୍କୀୟଙ୍କୁ ଶେଷ ଥର ପାଇଁ ଦେଖା କରିଦିଅନ୍ତୁ । କାରଣ କେତେବେଳେ, କୌଣସି ମୁହୂର୍ତ୍ତରେ ବି ଦୁଇଫାଳ ହୋଇପାରେ ପୃଥିବୀ । ଏବେ ଆମେ ଏଲିଅନଙ୍କ ଟାର୍ଗେଟରେ । ଅକ୍ଟୋବର ୨୯ ତାରିଖ ପରେ ବୋଧହୁଏ ପୃଥିବୀରୁ ମଣିଷ ବୋଲି ନାଁ ବି ହଜିଯାଇପାରେ ।

ଆପଣଙ୍କୁ ଏହା ଶୁଣିବାକୁ ଅଜବ ଲାଗୁଥାଇ ପାରେ କିନ୍ତୁ ଆଭି ଲୋଏବ୍ ଏହା ମଧ୍ୟ ଦାବି କରିଛନ୍ତି ଯେ ଯଦି ଆପଣ ଅକ୍ଟୋବର ୨୯ ପୂର୍ବରୁ ଭ୍ୟାକେସନରେ ଯିବାକୁ ଚାହୁଛନ୍ତି କିମ୍ବା ମଜା କରିବାକୁ ଚାହୁଛନ୍ତି କରିଦିଅନ୍ତୁ, କାରଣ ଯେ କୌଣସି ମୁହୂର୍ତ୍ତରେ ଏଲିଏନ୍ ଆମ ଉପରେ ଆକ୍ରମଣ କରିପାରନ୍ତି । ବୈଜ୍ଞାନିକଙ୍କ ଏହି ଚାଞ୍ଚଲ୍ୟକର ଦାବି ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି ।

ଏକ ରିପୋର୍ଟ ଅନୁଯାୟୀ, ଆଭି ଲୋଏବ ଦାବି କରିଛନ୍ତି ଯେ ପୃଥିବୀର ନିକଟତର ହେଉଥିବା 3I/ATLAS ଏକ ଧୂମକେତୁ ଭଳି , କିନ୍ତୁ ଏହା ଏକ ସାଧାରଣ ଧୂମକେତୁ ନୁହେଁ, ବୋଧହୁଏ ଏଲିଏନଙ୍କ ପ୍ରଯୁକ୍ତିବିଦ୍ୟା ହୋଇପାରେ । ମାନହାଟନ ଆକାରର ଏହି ରହସ୍ୟମୟ ଅନ୍ତରୀକ୍ଷ ପିଣ୍ଡ ମହାକାଶରେ ଜୁଲାଇ ମାସରୁ ପୃଥିବୀ ଆଡ଼କୁ ଦ୍ରୁତ ଗତିରେ ମାଡ଼ିଆସୁଛି । ଯାହାକୁ ନେଇ ଏବେ ସାରା ବିଶ୍ୱବାସୀ ଏବେ ଚିନ୍ତାରେ । ବୈଜ୍ଞାନିକଙ୍କ ଏହି ଚାଞ୍ଚଲ୍ୟକର ଦାବି ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ସବୁଠାରୁ ବଡ଼ କଥା ହେଉଛି ଏହି ବୈଜ୍ଞାନିକ ଆନୁମାନିକ ଭାବେ ଏହି ତଥ୍ୟ ଦେଇନାହାଁନ୍ତି ବରଂ ପୂର୍ବରୁ ଏଲିଏନ୍ ସମ୍ପର୍କିତ ଅନେକ ବ୍ୟାପକ ଗବେଷଣା କରି ଏଭଳି ରିପୋର୍ଟ ଦେଇଛନ୍ତି । ତଥାପି ବିଶ୍ୱର ଅଧିକାଂଶ ଅନ୍ୟ ବୈଜ୍ଞାନିକ ଏହାକୁ ଅବାନ୍ତର ବୋଲି କହୁଛନ୍ତି ।

ଅନ୍ୟପଟେ ପ୍ରଫେସର ଲୋଏବ୍ ଏଲିଏନଙ୍କ ଅସ୍ଥିତ୍ବକୁ ନେଇ ଦମ୍ଭୋକ୍ତି ବାଢ଼ୁଥିବାବେଳେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନୀ କ୍ରିସ୍ ଲିଣ୍ଟଟ୍ ତାଙ୍କର ଦାବିକୁ “ସମ୍ପୂର୍ଣ୍ଣ ଅବାନ୍ତର” ବୋଲି କହିଛନ୍ତି । ନାସା ମଧ୍ୟ ଏହି ବିଷୟରେ ଏକ ବିବୃତ୍ତି ଜାରି କରିଛି । ନାସା କହିଛି ଯେ, 3I/ATLAS ପୃଥିବୀ ପାଇଁ କୌଣସି ବିପଦ ସୃଷ୍ଟି କରେ ନାହିଁ । ଏହା ସୁରକ୍ଷିତ ଭାବରେ ସୌରଜଗତ ଦେଇ ଗତି କରିବ । ତଥାପି, ପ୍ରଫେସର ଲୋଏବଙ୍କ ଚେତାବନୀ ବିଶ୍ୱବ୍ୟାପୀ କୌତୁହଳ ଏବଂ ଚିନ୍ତା ସୃଷ୍ଟି କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe