କନକ ବ୍ୟୁରୋ: ଏୟାରଟେଲ୍ ଆଣିଛି ଜବରଦସ୍ତ ଅଫର୍ । ଯେଉଁମାନେ ଏୟାରଟେଲ୍ ସିମ୍ ବ୍ୟବହାର କରୁଛନ୍ତି ସେମାନେ ଏବେ ଲାଭ ହିଁ ଲାଭ ପାଇବେ । କାରଣ ୩ ମାସ ପର୍ଯ୍ୟନ୍ତ କରିବାକୁ ପଡ଼ିବନି କୌଣସି ରିଚାର୍ଜ । ତେଣୁ ବିନା ରିଚାର୍ଜରେ ବି ସତରେ କଣ ଆପଣ କରିପାରିବେ କଲ୍…ତାହାକୁ ନେଇ ଚର୍ଚ୍ଚା ଜୋର ।
ଏୟାରଟେଲ୍ର ଦମ୍ଦାର ଅଫର୍
୩ ମାସ ପର୍ଯ୍ୟନ୍ତ କରିବାକୁ ପଡ଼ିବନି ରିଚାର୍ଜ
ଭରପୂର ଫାଇଦା ପାଇବେ ଗ୍ରାହକ
ଆଜିକାଲି ଆପଣମାନେ ସମସ୍ତେ ଫୋନ୍ ବ୍ୟବହାର କରୁଛନ୍ତି । ଘଣ୍ଟାଏ ବି ଫୋନ୍ ଛାଡ଼ି ରହିବା ଅନେକଙ୍କ ପାଇଁ ଅସମ୍ଭବ ହେଉଛି । ଏହାରି ଭିତରେ ଏୟାରଟେଲ୍କୁ ଯେଉଁମାନେ ପୋର୍ଟାବିଲିଟି କରୁଛନ୍ତି ସେମାନଙ୍କ ପାଇଁ କମ୍ପାନି ଯେଉଁ ଅଫର ଆଣିଛି ତାହାକୁ ନେଇ ଚାଲିଛି ଚର୍ଚ୍ଚା । ତେଣୁ ଗୋଟିଏ ପ୍ରକାର ରିଚାର୍ଜ କଲେ ଅନଲିମିଟେଡ୍ କଲ୍ ଓ ମେସେଜ କରିବାର ସୁବିଧା ପାଇପାରିବେ ଆପଣ ।
କେତେ ଟଙ୍କା ରିଚାର୍ଜ କଲେ ପାଇବେ ଫାଇଦା
ଏୟାରଟେଲ୍ ପକ୍ଷରୁ ଘୋଷଣା କରାଯାଇଥିବା ପ୍ଲାନ୍ ଅନୁସାରେ, ଯଦି ଆପଣ ୪୬୯ ଟଙ୍କା ରିଚାର୍ଜ କରନ୍ତି ତାହେଲେ ୮୪ ଦିନ ପର୍ଯ୍ୟନ୍ତ ଆପଣଙ୍କ ରିଚାର୍ଜ କରିବାକୁ ତ ପଡ଼ିବନି ତାହା ସହିତ ପୂରା କଲ୍ ଓ ମେସେଜ୍ର ବି ଲାଭ ପାଇବେ ।
ଅନଲିମିଟେଡ୍ କଲିଂ
ଯଦି ଆପଣ ୪୬୯ ଟଙ୍କା ରିଚାର୍ଜ କରୁଛନ୍ତି ତାହେଲେ ପୂରା ୮୪ ଦିନ ପର୍ଯ୍ୟନ୍ତ କୌଣସି ରିଚାର୍ଜ ପ୍ଲାନ୍ ଆକ୍ଟିଭ୍ ଆଉ କରିବାକୁ ପଡ଼ିବ ନାହିଁ । କେବଳ ଲୋକାଲ ନୁହେଁ ଏସ୍ଟିଡି କଲ୍ ବି ଆପଣ କରିପାରିବେ । ଏହାସହ ୯୦୦ ମେସେଜ୍ ପର୍ଯ୍ୟନ୍ତ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି ।
ମିଳିବନି ଇଣ୍ଟରନେଟ୍ର ସୁବିଧା
ଯଦି ଆପଣ ୪୬୯ ଟଙ୍କା ରିଚାର୍ଜ କରୁଛନ୍ତି ତାହେଲେ ଇଣ୍ଟରନେଟ୍ର ସୁବିଧା ଆପଣମାନେ ପାଇବେ ନାହିଁ । ଯଦି ଆପଣ ନେଟ୍ ବ୍ୟବହାର କରିବାକୁ ଚାହୁଛନ୍ତି ତେବେ ଅନ୍ୟ ପ୍ଲାନ୍ର ରିଚାର୍ଜ କରିବାକୁ ପଡ଼ିବ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥାହେଲା, ଯେଉଁମାନେ ଏୟାରଟେଲ୍ ବ୍ୟବହାର କରୁଛନ୍ତି ସେମାନଙ୍କୁ କମ୍ପାନି ପକ୍ଷରୁ ଏଆଇ ଆକ୍ସିସ୍ ମିଳିବ । ଯଦି ଏହି ଆକ୍ସିସ୍ର ସବ୍ସ୍କ୍ରାଇବ୍ କରୁଛନ୍ତି ତାହେଲେ ଆପଣଙ୍କୁ ୧୭ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ହେଲେ ଏୟାରଟେଲ୍ ଆପଣଙ୍କୁ ମାଗଣାରେ ଦେବ ଏହି ଆକ୍ସିସ୍ । ଖାଲି ଏତିକି ନୁହେଁ ବରଂ ମାସିକିଆ ଫ୍ରି ଟ୍ୟୁନ୍ ବି ମିଳିବ । ଯାହାଦ୍ବାରା ଆପଣ ନିଜ ମନପସନ୍ଦର ଗୀତ ମୋବାଇଲ୍ରେ ରଖିପାରିବେ ।
ସ୍ପାମ୍ ଆଲର୍ଟ
ଅନେକ ସମୟରେ ଆପଣଙ୍କ ମୋବାଇଲ୍କୁ ସ୍ପାମ୍ କଲ୍ ଆସେ । କିନ୍ତୁ ସାଇବର ଲୁଟେରାରେ ମାନେ ଏମିତି କଲ୍ କରି ଆପଣଙ୍କ ଆକାଉଣ୍ଟ ଖାଲି କରିଦେଉଛନ୍ତି । ହେଲେ କମ୍ପାନି ପକ୍ଷରୁ ସ୍ପାମ୍ ଆଲର୍ଟ ଦିଆଯାଉଛି । ଯାହାଦ୍ବାରା ଆପଣଙ୍କୁ ସାଇବର ଲୁଟେରା ଆଉ ଠକିପାରିବେ ନାହିଁ । ମୋଟ୍ ଉପରେ ଏୟାରଟେଲ୍ ଯେଉଁ ଦମ୍ଦାର ଅଫର ଆଣିଛି ତାହା ଗ୍ରାହକଙ୍କୁ ଅନେକ ମାତ୍ରାରେ ଲାଭ ଦେବ ବୋଲି କୁହାଯାଉଛି ।