କନକ ବ୍ୟୁରୋ: ଏୟାରଟେଲ୍ ଆଣିଛି ଜବରଦସ୍ତ ଅଫର୍ । ଇଏ ଏମିତି ଶସ୍ତା ପ୍ଲାନ୍ ଯେ ଥରେ ରିଚାର୍ଜ କଲେ ବର୍ଷ ସାରା ଫ୍ରିରେ କଥାବାର୍ତ୍ତା ହେବେ । ନା ବାରମ୍ବାର ବାଲାନ୍ସ ପକାଇବାର ଟେନ୍ସନ୍ ଥିବ ନା ବାରମ୍ବାର ବାଲାନ୍ସ ପକାଇବାକୁ ଚିନ୍ତା ରହିବ । ଏମିତିରେ ବି ଏୟାରଟେଲ୍ର ନେଟୱର୍କ ଲୋକଙ୍କର ପସନ୍ଦ । ତେଣୁ ଏବେ ଶସ୍ତାରେ ପ୍ଲାନ୍ ଆସିଥିବାରୁ ଗ୍ରାହକମାନେ ବି ବେଶ୍ ଖୁସ୍ ।
ଏୟାରଟେଲ୍ର ଜବରଦସ୍ତ ଅଫର୍
ଥରେ ରିଚାର୍ଜ କଲେ ବର୍ଷସାରା ଗପୁଥିବେ
ରଜ ପୂର୍ବରୁ କରାଇ ନିଅନ୍ତୁ ରିଚାର୍ଜ
କେଉଁ ପ୍ଲାନ୍ରେ ମିଳିବ ଲାଭ ?
ଏୟାରଟେଲ୍ର ବିଭିନ୍ନ ପ୍ଲାନ୍କୁ ନେଇ ଏବେ ଭାରି ଚର୍ଚ୍ଚା ଚାଲିଛି । କାରଣ ଭିନ୍ନଭିନ୍ନ ପ୍ଲାନ୍ରେ ଭିନ୍ନଭିନ୍ନ ସୁବିଧା ଉପଲବ୍ଧ ଅଛି । ଯଦି ଆପଣ ଶସ୍ତା ପ୍ଲାନ୍ ଚାହୁଛନ୍ତି ତେବେ ତାହା ବି ଉପଲବ୍ଧ ଅଛି । ତେବେ ଆମେ ଯେଉଁ ପ୍ଲାନ୍ କଥା କହୁଛୁ ତାହାକୁ କମ୍ପାନି ଏବେ ଏବେ ହିଁ ଲଞ୍ଚ କରିଛି । ସୂଚନା ଅନୁସାରେ, ନୂଆ ପ୍ଲାନ୍ରେ କଲିଂ ଓ ଏସ୍ଏମ୍ଏସ୍ର ବି ସୁବିଧା ଅଛି । ଯାହାକୁ ରିଚାର୍ଜ କରିବା ମାତ୍ରେ ବର୍ଷସାରା ଆପଣ ଫ୍ରି'ର ଲାଭ ଉଠାଇପାରିବେ ।
କେତେ ଟଙ୍କାରେ ମିଳିବ ପ୍ଲାନ୍ ?
ନୂଆ ପ୍ଲାନ୍ର ଲାଭ ପାଇବା ପାଇଁ ଆପଣଙ୍କୁ ୧୮୪୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ତେଣୁ କୁହାଯାଉଛି କି କମ୍ପାନିର ଏହା ସବୁଠୁ ଶସ୍ତା ପ୍ଲାନ୍ । ତେଣୁ ଗ୍ରାହକମାନେ ବି ଏହି ପ୍ଲାନ୍ରେ ବେଶ ଖୁସି ହେବେ ବୋଲି କମ୍ପାନି ଆଶା ରଖିଛି । ଏହାସହ କମ୍ପାନି କହିଛି, ଏହି ପ୍ଲାନ୍ରେ କଲିଂର ସୁବିଧା ମିଳିବା ସହିତ ୩୬୦୦ ମେସେଜ୍ର ସୁବିଧା ବି ମିଳିବ । ଖାଲି ଏତିକି ନୁହେଁ ବରଂ ସ୍ପାମ୍ ପ୍ରୋଟେକ୍ସନ ବି ମିଳିବ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ପ୍ଲାନ୍ ରିଚାର୍ଜ କରିବା ପରେ ଆପଣଙ୍କ ହେଲୋ ଟ୍ୟୁନ୍ ବି ଫ୍ରିରେ ମିଳିବ । ହେଲେ ଏହି ପ୍ଲାନ୍ରେ ଆପଣଙ୍କୁ ନେଟ୍ ମିଳିବ ନାହିଁ । ଯଦି ନେଟ୍ ଚଲାଇବାକୁ ଇଚ୍ଛା ତେବେ ଆପଣ ଅନ୍ୟ ପ୍ଲାନ୍ର ରିଚାର୍ଜ କରିବେ । ଯଦି ଆପଣ ଡାଟା ଚଲାଇବାକୁ ଇଚ୍ଛା ରଖିଛନ୍ତି ତେବେ ୨୨୪୯ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ । ଯାହାଦ୍ବାରା ବର୍ଷସାରା ଆପଣ ନେଟ୍ ବ୍ୟବହାର କରିପାରିବେ ।
ମୋଟ୍ ଉପରେ ଏୟାରଟେଲ୍ର ନୂଆ ପ୍ଲାନ୍କୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ଶସ୍ତାରେ ପ୍ଲାନ୍ ଆସିଥିବାରୁ ଗ୍ରାହକମାନେ ବି ବେଶ୍ ଖୁସି ଅଛନ୍ତି । ତେବେ ମାର୍କେଟ୍ରେ ଏହି ପ୍ଲାନ୍ କେତେ ଲୋକଙ୍କ ମନ ଜିଣୁଛି ତାହା ତ ସମୟ କହିବ ।