ଦୃଷ୍ଟିଶକ୍ତି ହରାଇବା ପରେ ସ୍ତ୍ରୀଙ୍କ ହାତ ଛାଡ଼ିଦେଲେ ଯବାନ ସ୍ୱାମୀ, ନ୍ୟାୟ ପାଇଁ ବାର ଦୁଆର ବୁଲୁଛନ୍ତି ପତ୍ନୀ

ଗୁମୁଦା ହାଁସଦା ଜଣେ ସିଆର୍‌ପିଏଫ୍‌ ଯବାନ । ଏବେ ସେ ବିହାର-୨୦୫ ବାଟାଲିୟନରେ କାର୍ଯ୍ୟରତ ଅଛନ୍ତି । ବିବାହର କିଛିବର୍ଷ ବେଶ୍‌ ହସଖୁସିରେ କଟିବା ପରେ ସୀତାଙ୍କ ଦୁନିଆ ଅନ୍ଧାର ହୋଇଯାଇଛି ।

29

କନକ ବ୍ୟୁରୋ: ଦୁର୍ଘଟଣାରେ ଦୃଷ୍ଟିଶକ୍ତି ହରାଇବା ପରେ ସ୍ତ୍ରୀ'ର ହାତ ଛାଡିଦେଲେ ଯବାନ ସ୍ୱାମୀ । ପ୍ରତିମୂହୁର୍ତ୍ତରେ ସ୍ତ୍ରୀ ଯନ୍ତ୍ରଣା ପାଉଥିବା ସମୟରେ ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତୁତି କରୁଛନ୍ତି  ସିଆରପିଏଫ୍‌ ସ୍ୱାମୀ । ଆଉ ନ୍ୟାୟ ପାଇଁ ବାର ଦୁଆର ବୁଲୁଛନ୍ତି ସ୍ତ୍ରୀ । ଏଭଳି ଏକ ଦୁଃଖଦ ଓ ଅଭାବନୀୟ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ଭୋଳାଗଡ଼ିଆ ଗାଁରୁ ।

ଘଟଣା ଅନୁସାରେ, ୨୦୧୮ ନଭେମ୍ବର ୨୫ରେ ଘୋଳାଗଡ଼ିଆର ସୀତାମଣି ମାର୍ଣ୍ଡି, ଖୁଣ୍ଟା ବ୍ଲକ୍ ବଡ଼ଡାଳିଆ ଗାଁର ଗୁମୁଦା ହାଁସଦାଙ୍କୁ ପ୍ରେମବିବାହ କରିଥିଲେ । ଗୁମୁଦା ହାଁସଦା ଜଣେ ସିଆର୍‌ପିଏଫ୍‌ ଯବାନ । ଏବେ ସେ ବିହାର-୨୦୫ ବାଟାଲିୟନରେ କାର୍ଯ୍ୟରତ ଅଛନ୍ତି । ବିବାହର କିଛିବର୍ଷ ବେଶ୍‌ ହସଖୁସିରେ କଟିବା ପରେ ସୀତାଙ୍କ ଦୁନିଆ ଅନ୍ଧାର ହୋଇଯାଇଛି । ୨୦୨୪ ସେପ୍ଟେମ୍ବର-୪ରେ ସ୍ୱାମୀ-ସ୍ତ୍ରୀ ଏକ ବାଇକ୍‌ରେ ଖୁଣ୍ଟା-ଉଦଳା ରାସ୍ତାରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଉଭୟ ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇଥିଲେ। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସ୍ବାମୀ ଗୁମୁଦା ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଚାକିରିରେ ଯୋଗ ଦେଇଥିବା ବେଳେ ସ୍ତ୍ରୀ ସୀତାମଣିଙ୍କ ଜୀବନ ନର୍କ ପାଲିଟିଯାଇଛି । ଦୃଷ୍ଟିଶକ୍ତି ହରାଇ ଦିବ୍ୟାଙ୍ଗ ପାଲଟିଯାଇଛନ୍ତି । 

ଅତି ଦୟନୀୟ କଥା ଯେ ଏବେ ସେ ଦେଖିପାରୁନାହାନ୍ତି କି ଠିକ୍‌ ଶୁଣି ପାରୁନାହାନ୍ତି । ଖାଦ୍ୟ ଖାଇବାରେ ବି ଖୁବ୍‌ କଷ୍ଟ ହେଉଛି । ଏଭଳି ଦୁର୍ଦ୍ଦିନରେ ତାଙ୍କ ହାତ ଛାଡିଦେଇଛନ୍ତି ସ୍ୱାମୀ । ସ୍ତ୍ରୀଙ୍କ ଉତ୍ତମ ଚିକିତ୍ସା କରାଇବା ବଦଳରେ ସିଆରପିଏଫ୍‌ ସ୍ୱାମୀ ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତୁତି କରୁଥିବା ଜଣାପଡ଼ିଛି । ନ୍ୟାୟ ପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅସହାୟ ସୀତାମଣି ଏବଂ ତାଙ୍କ ବାପା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe