ମୋ ଦିଦି ରାତିରେ ଶୋଇପାରିଲାନି...
ସକାଳୁ ଆସିଲା ତା ବୟ୍ ଫ୍ରେଣ୍ଡ୍ର ଆତ୍ମହତ୍ୟା ଖବର...
ଗିଫ୍ଟ ମିଳିଥିବା ଟେଡିକୁ ଧରି ବହୁତ କାନ୍ଦିଲା...
ଆଉ ଘରଛାଡ଼ି ଚାଲିଗଲା...
ସେବେଠୁ ଯାଇଛି ଯେ ଯାଇଛି...
ଶେଷ ଥର ପାଇଁ ମୋ ଦିଦିକୁ ମୁଁ ୮ବର୍ଷ ତଳେ ଦେଖିଥିଲି...
ପ୍ରେମ ଖାଲି ଯେ ଜଣେ ଜଣକ ସହ ରହିଲେ ସାର୍ଥକ ହୁଏ ତା ନୁହେଁ, ପ୍ରେମ ଯାହାକୁ ପାଇଗଲେ ବି ସଫଳ ହୁଏ ତା' ବି ନୁହେଁ... ପ୍ରେମ ବଞ୍ଚିଥିବା ବେଳେ ହୁଏ ଆଉ ପ୍ରେମ ମଲାପରେ ବି ଅମର ଆତ୍ମା ସହ ଯୋଡ଼ି ହୁଏ... ଠିକ ସେମିତି ଏକ କାହାଣୀ ସୋସିଆଲ ମିଡିଆରେ ଭାଇରଲ ହେଉଛି ଯାହାକୁ ଜାଣିଲେ ଆପଣ ବି ବୁଝି ପାରିବେ ପ୍ରେମକୁ କାହିଁକି କୁହାଯାଏ ଅମର...
ଇଂଷ୍ଟାଗ୍ରାମରେ ଜଣେ ସାନଭାଇ ତା ଦିଦିଙ୍କ ସହ ଘଟିଥିବା ସତ ଘଟଣାକୁ ବଖାଣି ନିଜ ଭାବନାକୁ ଦର୍ଶକଙ୍କ ସହ ସେୟାର କରିଛି । ଯେଉଁଥିରେ ସେ ତା ଦିଦିଙ୍କ ଭାଙ୍ଗିଯାଇଥିବା ପ୍ରେମ କାହାଣୀ ବାବଦରେ ଲେଖିଛି । ଛୋଟବେଳେ ଯେଉଁ ଦିଦି ସହ ଖାଉଥିଲା, ପିଉଥିଲା, ଖେଳୁଥିଲା, ମାର୍ପିଟ୍ ହେଉଥିଲା, ତାକୁ ଚକଲେଟ୍ ମାଗି ଅଳି କରୁଥିଲା, ତା ମେକଅପ୍ ଜିନିଷକୁ ଭାଙ୍ଗି ତାକୁ ଖତେଇ ହେଉଥିଲା... ସେହି ଭଉଣୀକୁ ଆଜି ଝୁରି ହେଉଛି । ଆଉ ତା ଦିଦିର ପ୍ରେମ କେମିତି ଅମର ରହିଛି ତାହା ଦର୍ଶକଙ୍କ ଆଗରେ କହିଛି...
ଇଂଷ୍ଟାଗ୍ରାମ୍ ପୋଷ୍ଟରେ ଲେଖା ହୋଇଛି...
ମୋ ଦିଦିର ୧୨ ବର୍ଷର ପ୍ରେମ ସମ୍ପର୍କ ଥିଲା... କିନ୍ତୁ ପରିବାରର ନାଟକ ତା ଭଲପାଇବାକୁ ଭାଙ୍ଗିବାକୁ ଚାହିଁଲା... ଦିଦିର ବାହାଘର ଠିକ୍ କରିଦିଆଗଲା... ଜୋର ଜବରଦସ୍ତ ଆଉ କାହା ସହ ବିବାହ କରିବା ପାଇଁ ରାଜି କରାଗଲା... କିନ୍ତୁ ବିବାହର ୨ଦିନ ପୂର୍ବରୁ ଗୋଟିଏ ଦିନ ରାତିରେ, ମୁଁ ତା ପାଖରେ ଶୋଇଥିଲି... ଅଚାନକ୍ ତା ଦେହ ଖରାପ ହେବାକୁ ଲାଗିଲା... ସେ ନିଶ୍ବାସ ନେଇପାରିଲାନି, ତାକୁ ଅନ୍-ଇଜି ଫିଲ୍ ହେଲା... ମୁଁ ଭାବିଲି ଦୁଇଦିନ ପରେ ନିଜ ଘର ଛାଡ଼ି ପର ଘରକୁ ଯିବ, ବୋଧ ହୁଏ ସେଥିପାଇଁ ଦିଦିକୁ ଭଲ ଲାଗୁନି, କିନ୍ତୁ ବାସ୍ତବ କଥା ତା ପରଦିନ ସକାଳେ ଜଣାପଡ଼ିଲା । ଅଚାନକ୍ ଦିଦି କାନ୍ଦିବାକୁ ଲାଗିଲା... ତା ହାତରେ ଥିଲା ମୋବାଇଲ୍ ଆଉ ମୋବାଇଲରେ ଥିଲା ତା ସାଙ୍ଗର ଷ୍ଟାଟସ୍... ଦିଦିର ବୟଫ୍ରେଣ୍ଡ୍ ଫଟୋ ରଖି ଆର.ଆଇ.ପି ଲେଖିଥିଲା ତା ସାଙ୍ଗ । ଏକଥା ଦେଖି ଦିଦି କାନ୍ଦିଥିଲା ସତ କିନ୍ତୁ ଏପରି ଘଟିଥିବ ବୋଲି ବିଶ୍ବାସ କରିପାରିନଥିଲା... କିଛି ସମୟ ପରେ ହାତରେ ଚିଠି ଧରି ଘରେ ପହଞ୍ଚିଥିଲା ପୁଲିସ । ପୁଲିସଠୁ ଘଟଣା ଶୁଣିବା ପରେ ଦିଦି ବହୁତ କାନ୍ଦିଲା... ମୁଁ ଦେଖିଛି ତା କାନ୍ଦ... ତା ବୟଫ୍ରେଣ୍ଡ ଦେଇଥିବା ଟେଡିକୁ ଧରି ବହୁତ କାନ୍ଦିଲା... ଆଉ ତା ପରେ ବାହାଘର ଭାଙ୍ଗିଦେଲା... ଘରେ ବହୁତ ଝାମଲା ହେଲା... କିନ୍ତୁ ଦିଦି ବାହାଘର ପାଇଁ ଆଉ ରାଜି ହେଲାନି । ତା ପରଦିନ ଘରଛାଡ଼ି ଦିଦି ଜୟପୁରର ତା ବୟଫ୍ରେଣ୍ଡ ଘର ପାଖରେ ଭଡ଼ା ଘରେ ରହିଲା । କିଛି ଦିନ ପରେ ଜାଣିବାକୁ ପାଇଲି ସେ ତା ବୟଫ୍ରେଣ୍ଡର ପରିବାର ଲୋକଙ୍କ ସହ ରହୁଛି । ତାଙ୍କ ମାଆ ବାପାଙ୍କ କେୟାର୍ ନେଉଛି । କାହିଁକିନା ଦିଦିର ବୟଫ୍ରେଣ୍ଡ ତାଙ୍କ ବାପା ମାଆଙ୍କର ଏକମାତ୍ର ସନ୍ତାନ ଥିଲେ । ସେବେଠୁ ଆଜିଯାଏ ୮ବର୍ଷ ବିତିଗଲାଣି... ଦିଦିଙ୍କୁ ଆଉ ଦେଖିନି... ଦିଦି ସିନା ଚାଲିଯାଇଛି, କିନ୍ତୁ ସେଦିନ କଥା ମୁଁ ଭୁଲିପାରୁନି... ତା ବୟଫ୍ରେଣ୍ଡ ରାତିରେ ଆତ୍ମହତ୍ୟା କରିଥିଲା, ଆଉ ଠିକ୍ ସେହି ସମୟରେ ଦିଦିର ଦେହ ଖରାପ ଲାଗିଥିଲା... ଏବେ ବୁଝି ପାରୁଛି ଦିଦିର ପ୍ରେମ କେତେ ନିବିଡ଼ ଥିଲା... ସେପଟେ ତା ବୟଫ୍ରେଣ୍ଡର ନିଶ୍ବାସ ଯାଉଥିଲା, ଏପଟେ ମୋ ଦିଦିର ନିଶ୍ବାସ ଅଟକି ଅଟକି ଚାଲିଥିଲା...
ଏହି ଘଟଣା ପ୍ରକୃତ ପ୍ରେମକୁ ଦର୍ଶାଉଥିଲା ବେଳେ... ସମାଜକୁ ଗୋଟିଏ ଶିକ୍ଷା ମଧ୍ୟ ଦେଇଛି... କେବେ କାହାକୁ ବାଧ୍ୟ କରି କାହା ସହ ଛନ୍ଦିଦେବା ଉଚିତ୍ ନୁହେଁ... ପସନ୍ଦର ପିଲା ସହ ରହିଲେ ହିଁ ଜଣେ ମଣିଷ ସବୁବେଳେ ଖୁସି ରହିପାରିବ...