କନକ ବ୍ୟୁରୋ: ଅ-ରେ ଅକ୍ଷୟ, ଅ-ରେ ଅଭୂଲା, ଅ-ରେ ଅମର, ଅ-ରେ ଅତୀତ, ଆଉ ଅ-ରେ ଅବର୍ଣ୍ଣନୀୟ... ଅକ୍ଷୟ ମହାନ୍ତି- ଓଡିଆ ସଂଗୀତ ଜଗତର ସୁନା, ରୁପା, ହୀରା ମୋତି ମାଣିକ... ଜଣେ ଚିର ସବୁଜ ପ୍ରେମିକ । ସିଏ ମରି କି ବି ଅମର, ନଥାଇ ବି ଆଜି ଅଛନ୍ତି ଅନେକଙ୍କ ଅନ୍ତରରେ, ଅନେକଙ୍କ ଆତ୍ମାରେ ଓଡିଶାବାସୀଙ୍କ ଅଭୁଲା ସ୍ମୃତିରେ...
ୟୁଟ୍ୟୁବ ଖୋଲିଦେଲେ ଖୋକା ଭାଇ, ରିଲ୍ସ ଖୋଲିଲେ ଖୋକା ଭାଇ... ଏମିତି କି ଦିନେ ଫିଲ୍ମରେ ଖୋକା ଭାଇଙ୍କ ଗୀତ ରାଜ୍ କରୁଥିବା ବେଳେ ଆଜି ତାଙ୍କୁ ନେଇ ଫିଲ୍ମ ହୋଇଛି । ବେଡ ରୁମରୁ ଡ୍ରଇଂ ରୁମ୍...ସବୁଠି ତାଙ୍କ ଗୀତରେ ଖୋକା ଭାଇଙ୍କୁ ପାଆନ୍ତି, ଖୋଜନ୍ତି ଓଡିଆ... ତେଣୁ ତ ଶ୍ରୋତାଙ୍କ ନଜରରେ ଖୋକା ଭାଇ ସବୁବେଳେ ବଢିଆ ।
ସଂଗୀତର ହାଟରେ ଅନେକ ହିଟ୍ ଗୀତର ପସରା ମେଲାଇଥିବା ସଂଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ଅକ୍ଷୟ ମହାନ୍ତି ୧୯୩୬ ମସିହା ଆଜିର ଦିନରେ ଜନ୍ମ ହୋଇଥିଲେ । ଓଡିଆ ସଂଗୀତ ଭଣ୍ଡାରକୁ ଅନେକ ସୁନ୍ଦର ଗୀତ ଭେଟି ଦେଇଥିବା ଅକ୍ଷକ ଗୀତକୁ ଫିନିସ କରିବାରେ ମାହିର । ଯାହା ଲୋକଙ୍କୁ ଛୁଇଁଯାଏ, ଯାହାକୁ ଲୋକ ବି ଗୁଣୁଗୁଣଉଥାଏ... ଖୋକା ଭାଇଙ୍କୁ ଖାଲି ପ୍ରଶଂସକ ଝୁରନ୍ତିନି ବରଂ ପୂରା ଓଡିଶା ଝୁରେ... ତେଣୁ ତ ତାଙ୍କ ଜନ୍ମଦିନରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେଇ ସଂଗୀତପ୍ରେମୀ କହୁଛନ୍ତି... ହେ ! ଖୋକା ଭାଇ, ତୁମେ ଫେରିଆସ ଆମ ପାଇଁ...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/JKCgJrnH03UJvIWC2br3.jpg)