କନକ ବ୍ୟୁରୋ: ୨୨ ବର୍ଷୀୟା ଯୁବତୀଙ୍କୁ ବଡ଼ ଦାୟିତ୍ଵ । ସମ୍ଭାଳିବେ ୨୧ ହଜାର କୋଟିର କାରବାର । ଏହି ଯୁବତୀ ଜଣକ ହେଉଛନ୍ତି ଆନନ୍ଦମୟୀ ବଜାଜ ।ଆନନ୍ଦମୟୀ ବଜାଜ୍ ହେଉଛନ୍ତି ବଜାଜ୍ ଗ୍ରୁପ୍ ଅଧ୍ୟକ୍ଷ କୁଶାଗ୍ର ବଜାଜଙ୍କ ଝିଅ । ଏବେ ସେ ନିଜ ପାରିବାରିକ ବ୍ୟବସାୟରେ ସାମିଲ ହୋଇଛନ୍ତି । ସେ ଜେନେରାଲ୍ ମ୍ୟାନେଜର ଭାବେ ଜଏନ୍ କରିଛନ୍ତି । ବଜାଜ୍ ଗ୍ରୁପର ପରିଚାଳନାରେ ତାଙ୍କର ଏଣ୍ଟ୍ରି କମ୍ପାନିରେ ମହିଳାଙ୍କର ବଦ୍ଧିତ ଅଂଶଗ୍ରହଣକୁ ପ୍ରତିଫଳିତ କରେ । 

Advertisment

ସବୁଠାରୁ ବଡ଼ କଥା ହେଉଛି ଆନନ୍ଦମୟୀଙ୍କ ମାଆ ବାସବାଦତ୍ତା ବଜାଜ ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲାଙ୍କ ଭଉଣୀ । ପାରିବାରିକ ବ୍ୟବସାୟରେ ଦାୟିତ୍ଵ ଗ୍ରହଣ କରିବା ପରେ ଆନନ୍ଦମୟୀ ଗ୍ରୁପର ବିଭିନ୍ନ ବ୍ୟବସାୟର ନେତୃତ୍ବ ଦଳ ସହିତ କାମ କରିବେ । ଏହାପରେ କମ୍ପାନୀ ବୋର୍ଡରେ ଯୋଗଦେବେ । ତେବେ ଆନନ୍ଦମୟୀ କଲମ୍ବିଆ ବିଶ୍ବବିଦ୍ୟାଳୟରୁ ଜୁନ୍ ମାସରେ ଆର୍ଥିକ ଅର୍ଥନୀତି ଏବଂ ଗଣିତରେ ଡିଗ୍ରୀ ହାସଲ କରିଛନ୍ତି । ତାଙ୍କର ଦୁଇ ଭାଇ ଅଛନ୍ତି - ଯୁଗାଦିକୃତ ଏବଂ ବିଶ୍ବରୂପ । ଯୁଗାଦିକୃତ ବର୍ତ୍ତମାନ ପାଠ ପଢ଼ୁଛନ୍ତି ଏବଂ ସେ ମଧ୍ୟ ଆଗାମୀ ଦୁଇ ବର୍ଷ ମଧ୍ୟରେ କମ୍ପାନୀର ବୋର୍ଡରେ ଯୋଗଦେବେ । ଯେତେବେଳେ କି ବିଶ୍ଵରୂପ HR କଲେଜର ଛାତ୍ର ଏବଂ ସେ ଜଣେ ପୋଲୋ ଚାମ୍ପିଅନ୍ ମଧ୍ୟ । 

କୁଶାଗ୍ର ବଜାଜଙ୍କ ମାଲିକାନାରେ ଥିବା ବଜାଜ ଗ୍ରୁପ୍ ଚିନି, ଇଥାନଲ୍, ବିଦ୍ୟୁତ୍ ଏବଂ ପର୍ସନାଲ୍ କେୟାର ବ୍ୟବସାୟରେ ସକ୍ରିୟ । ସାରା ଦେଶରେ ୧୨ହଜାର ଲୋକଙ୍କୁ ନିଯୁକ୍ତି ଦେଇଛି କମ୍ପାନି । ଏହା ମୂଳତଃ ୨୦୦୮ରେ ବିଭାଜନ ପରେ ବଜାଜ ଗ୍ରୁପ୍ ଠାରୁ ପୃଥକ ହୋଇଥିଲା । ବଜାଜ ଗ୍ରୁପ୍ ୧୯୩୦ ମସିହାରେ ଜମନାଲାଲ ବଜାଜଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିଲା । ବର୍ତ୍ତମାନ କୁଶାଗ୍ର ବଜାଜ, ରାଜୀବ ବଜାଜ ଏବଂ ସଞ୍ଜିବ ବଜାଜଙ୍କ ନେତୃତ୍ବରେ ଚାଲିଛି ।