ଅପରେସନକୁ ଆଉ ୫ଦିନ ବାକି, ଆଖିରେ ବିଧାତା ଦେଇଛି ଅର୍ଥଅଭାବର ଲୁହ । ବୋନ୍ କ୍ୟାନ୍ସରରେ ବେଡରେ ପଡ଼ି ସାହାଯ୍ୟ ମାଗୁଛି ଘରର ଏକମାତ୍ର ରୋଜଗାରିଆ ପୁଅ ।

329

କନକ ବ୍ୟୁରୋ: ଆଖିରେ ଆଖିଏ ଲୁହ, ଛାତିରେ ଛାତିଏ କୋହ । କେତେ କଷ୍ଟ ହୁଏ ଯେବେ ଘରର ଏକ ମାତ୍ର ପୁଅ ଶଯ୍ୟାଶାୟୀ ହୋଇପଡ଼େ । ଅପରେସନ୍ ପାଇଁ ହାତରେ ଆଉ ମାତ୍ର ୫ ଦିନ, ବିଧାତାକୁ ଅନେଇ କିଛି ଚମକ୍ରାରକୁ ଚାହିଁ ବସିଛି ଏ ଅସହାୟ ପରିବାର । କାରଣ ବିବାହର ପାଂଚ ମାସ ପରେ ବୋନ୍ କ୍ୟାନସର ରୋଗରେ ବେଡରେ ପଡ଼ି ଛଟପଟ ହେଉଛନ୍ତି  । କାନ୍ଦୁଛି ଜନ୍ମକଲା ମା’ ଲୁହ ଝରାଇ କାକୁତିମିନତି ହେଉଛି ଅଗ୍ନିକୁ ସାକ୍ଷୀ ରଖି ହାତ ଧରିଥିବା ଧର୍ମପତ୍ନୀ । ମା’ କହୁଛି ମୋ ପୁଅକୁ ବଞ୍ଚାଇ ଦିଅ, ସ୍ତ୍ରୀ କହୁଛି ସାହାଯ୍ୟ କଲେ ମୋ ସିନ୍ଦୂର ବଞ୍ଚିବ ।

ଗଞ୍ଜାମ ଏନଏସି ୯ ନମ୍ବର ଓାର୍ଡ ବରପାଲ୍ଲୀ ଗ୍ରାମର ରବି ନାହକଙ୍କ ପୁଅ ନବଘନ ନାହାକ  । ଦିନ ମଜୁରିଆ ଭାବେ ପରିବାର ପ୍ରତିପୋଷଣ କରୁଥିଲେ  । ବିବାହର ୫ ପରେ ପରେ ଗୋଡରେ ଯନ୍ତ୍ରଣା ହେବାରୁ ମେଡିକାଲରେ ଦେଖାଇଥିଲେ  । ବିଭିନ୍ନ ମେଡିକାଲରେ ଚିକିତ୍ସା ପରେ ଜାଣିବାକୁ ପାଇଥିଲେ ତାଙ୍କୁ ବୋନ କ୍ୟାନସର ହୋଇଛି  । ଶେଷରେ ବିଶାଖାପାଟଣା କୋଷ୍ଟାଲ ମେଡକାଲ ଯାଇ ଚିକିତ୍ସିତ ହୋଇଥିଲେ  । ଜମା ପୁଞ୍ଜି ସହ ପୈତୃକ ଜମିକୁ ବିକି ଚିକିତ୍ସା ଖର୍ଚରେ ଲଗାଇଥିଲେ ହେଲେ ସମ୍ପୁର୍ଣ୍ଣ ଚିକିତ୍ସା ହୋଇପାରିନଥିଲା । ଏବେ ଟଙ୍କା ପାଇଁ ଅଧାରେ ଅଟକି ରହିଛି ଅସ୍ତୋପଚାର  । ଆଉ ଘରର ଏକମାତ୍ର ଭରସା ପାଇଁ ଉଭୟ ମା’ ଓ ସ୍ତ୍ରୀ ଆକୁଳ ନିବେଦନ କରୁଛନ୍ତି ।

ନବଙ୍କ ଅସ୍ତୋପଚାର ପାଇଁ ୭ ରୁ ୮ ଲକ୍ଷ ଆବଶ୍ୟକ ହେଉଥିବା ବେଳେ ଅର୍ଥ ଅଭାବରୁ ମେଡିକାଲରୁ ଆସି ଘରେ ଶଯ୍ୟାସାୟୀ  ଅଛନ୍ତି  । ପାଂଚ ମାସ ତଳେ ବିବାହ କରିଥିବା ସ୍ତୀ ଏବେ ସ୍ୱାମୀଙ୍କର ଏଭଳି ଅବସ୍ଥା ଦେଖି ଭାଙ୍ଗି ପଡିଛନ୍ତି  । ପରିବାରର ଏକମାତ୍ର ରୋଜଗାରିଆ ପୁଅର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଏବେ ପରିବାର ପେଟ ପାଟଣା ପାଇଁ ହିନସ୍ତା ହେଉଛି । ସପଟେ ବୋଝ ଉପରେ ନଳିତା ବିଡ଼ା ପରି ଦୁଃଖ ମାଡ଼ି ବସିଥିବାରୁ ପୁଅ ପାଇଁ ଉପଯୁକ୍ତ ଔଷଧ କିଣିପାରୁନାହାନ୍ତି ବାପା ମା  । ତେବେ ଚିକିତ୍ସା ପାଇଁ ସ୍ତାନୀୟ ପ୍ରଶାସନ କିମ୍ବା କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟର ହାତ ବଢାଇଲେ ଉତ୍ତମ ଚିକିତ୍ସା ହୋଇପାରିବ ବୋଲି ବୋନ୍ କ୍ୟାନସରରେ ପୀଡ଼ିତ ନବ ନାହାକ କହିଛନ୍ତି   ।

ନୂଆକରି ପୁଅକୁ ବାହା ଦେଇ ଘରେ ଖୁସି ରେ ପୁରି ଉଠିବା କଥା କିନ୍ତୁ ଘରର ଯାହା ମୁହଁକୁ ଦେଖ ଲୁହ ହିଁ ଲୁହ  । ଏତେ ଟଙ୍କା କେଉଁଠୁ ଯୋଗାଡ ହୋଇପାରିବ କେବେ ପୁଅର ଅସ୍ତ୍ରୋପଚର ହୋଇ ପରିବ ସମ୍ପୁର୍ଣ୍ଣ ଭଲ ହୋଇ ଘରକୁ ଫେରିପାରିବ ତାକୁ ଏବେ ପରିବାର ଓ ଗ୍ରାମବାସୀ ଅନେଇ ବସିଛନ୍ତି  । ଅନ୍ୟ ପକ୍ଷରେ ସ୍ଥାନୀୟ ଅଂଚଳରେ ବହୁ ସ୍ୱାଛାସେବୀ ଉକ୍ତ ଯୁବକର ଉନ୍ନତମାନରେ ଚିକିତ୍ସା ପାଇଁ ଗଞ୍ଜାମ ଜିଲ୍ଲାପାଳ,ରାଜ୍ୟ ସରକାର ତୁରନ୍ତ ଦୃଷ୍ଟିଦେବା ସହ ଲୋକମାନେ ଆର୍ଥିକ ସହେଯାଗରେ ହାତ ବଢାଇବାକୁ ଅନୁରୋଧ କରିଛନ୍ତି  ।

ସ୍ୱାମୀ ଶଯ୍ୟାସାୟୀ ପରେ ନବବିବାହିତ ସ୍ତ୍ରୀ ଋତୁପୂର୍ଣ୍ଣା ଭାଙ୍ଗି ପଡିଥିବା ବେଳେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରସାଶନର ସହାୟତା ନିହାତି ଆବଶ୍ୟକ ହୋଇପଡ଼ିଛି । ତେବେ ହାତରେ ଅପରେସନ୍ ପାଇଁ ମାତ୍ର ୫ ଦିନ ଥିବାବେଳେ ସହାୟତା ଅପେକ୍ଷାରେ ପୂରା ପରିବାର ।

ଆପଣ ଯଦି ନବଘନଙ୍କୁ ସାହାଯ୍ୟ କରିବାକୁ ଚାହୁଥାନ୍ତି ତେବେ

A/C No- 6749101003178

IFSC-CNRB0006749

କିମ୍ବା
Google pay No- 8637224953ରେ ସହାୟତା କରିପାରିବେ…