ସୁନେଲୀ ମୁହଁରେ ହସ ଫୁଟିବ । କୁନି ଦିବ୍ୟାଙ୍ଗ ଝିଅକୁ ସାହାଯ୍ୟର ହାତ ବଢାଇଲେ ଓଲିଉଡ଼ କୁଇନ୍ ବର୍ଷା ପ୍ରିୟଦର୍ଶିନୀ । ଦିବ୍ୟାଙ୍ଗ ଝିଅ ସୁନେଲୀର ସୁନ୍ଦର ପ୍ରତିଭାକୁ ସାରା ଦୁନିଆ ଦେଖିବ ।

309

କନକ ବ୍ୟୁରୋ: ପୁଣି ବର୍ଷା ଦେଖାଇଲେ ବଡପଣ । ସୁନେଲୀର ସ୍ୱପ୍ନ ସାକାର କରିବାକୁ ବଢାଇଲେ ସାହାଯ୍ୟର ହାତ । କନ୍ଧମାଳ ବାଲିଗୁଡାର ଦିବ୍ୟାଙ୍ଗ ଝିଅ ସୁନେଲୀର ପ୍ରତିଭାକୁ ସୋସିଆଲ ମିଡିଆରେ ଦେଖି ସାହାଯ୍ୟର ହାତ ବଢାଇଛନ୍ତି ଓଲିଉଡ୍ କୁଇନ ବର୍ଷା ପ୍ରିୟଦର୍ଶିନୀ । ଗୋଡ ନଚାଲୁଥିଲେ ବି ଚମତ୍କାର ନୃତ୍ୟୁରେ ମନମୋହୁଛନ୍ତି ୧୧ ବର୍ଷୀୟ ଝିଅ ସୁନେଲୀ ।

ତେବେ ଆର୍ଥିକ ଅନଟନ ଆଉ ଦୁଃଖର ଦାରୁଣତା ଯୋଗୁଁ ସୁନେଲୀ ପ୍ରତିଭାରେ ପ୍ରତିବନ୍ଧକ ଲାଗିଥିଲା । କିନ୍ତୁ କଷ୍ଟ ଦେଖି ସୁନେଲୀର ଭବିଷ୍ୟତ ପାଇଁ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଅନୁରୋଧ କରିଥିଲେ ବର୍ଷା । ଆଉ ବର୍ଷାଙ୍କ କଥାକୁ ରଖି ଅଚ୍ୟୁତ ସାମନ୍ତ ସୁନେଲୀର ସବୁ ଦୁଃଖ ଦୂର କରିବାକୁ ପ୍ରତିଶୂତି ଦେଇଛନ୍ତି ।

କୁନି ଝିଅ ସୁନେଲୀ ମୁହଁରେ ହସ ଫୁଟିବ । ଦିବ୍ୟାଙ୍ଗ ଝିଅ ସୁନେଲୀର ସୁନ୍ଦର ପ୍ରତିଭାକୁ ସାରା ଦୁନିଆ ଦେଖିବ । କୁନି ଝିଅ ସହ ଭିଡିଓ କଲରେ କଥା ହୋଇ ଖୁବଶୀଘ୍ର ସୁନେଲୀ ସହ ସାକ୍ଷାତ କରିବାକୁ କଥା ଦେଇଛନ୍ତି ବର୍ଷା ।