12ବିଶ୍ୱରେ ଅନେକ ଲୋକ ଅଛନ୍ତି ଯେଉଁମାନେ ବିଶ୍ୱ ରେକର୍ଡ କରିବା ପାଇଁ ଅଜବ ଅଜବ କାର୍ଯ୍ୟ କରିଥାନ୍ତି ଏବଂ ଭିନ୍ନ ଭିନ୍ନ ତରିକା ମଧ୍ୟ ଆପଣେଇଥାନ୍ତି । ଏମିତି ଜଣେ ହେଲେ ମୋନିକା ରିଲେ । ଜଣେ ୟୁଏସ ମହିଳା । ବିଶ୍ୱ ରେକର୍ଡ କରିବାର ନିଶା ଘାରିଛି ମନରେ । ଏଥିପାଇଁ ସେ ନିଜ ଶରୀରର ଓଜନ ବଢାଇବାରେ ଲାଗିଛନ୍ତି । ବିଶ୍ୱର ସବୁଠି ପୃଥୁଳାକାର ମହିଳା ହେବାକୁ ରୀତିମତ ପ୍ରସ୍ତୁତ ଚଳେଇଛନ୍ତି ।

Advertisment

13ମୋନିକାଙ୍କ ବୟସ ଏବେ ୨୭ ବର୍ଷ ଏବଂ ଶରୀରର ଓଜନ ୩୦୦ କିଲୋଗ୍ରାମ୍ । ସେ ଏହାଠୁ ଆହୁରି ବଢାଇ ବିଶ୍ୱର ସବୁଠୁ ଫାଟେଷ୍ଟ ୱିମେନ ହେବାକୁ ଲକ୍ଷ୍ୟ ରଖିଛନ୍ତି । ବର୍ତମାନ ସୁଦ୍ଧା ବିଶ୍ୱର ହେଭିଏଷ୍ଟ ୱିମେନର ଟାଇଟଲ ଆମେରିକାର ମୈରା ରୋସେଲସଙ୍କ ନାମରେ ରହିଛି । ଯାହାଙ୍କ ଓଜନ ୪୭୦ କିଲୋ ଗ୍ରାମ୍ । ମୋନିକା ଏହି ରେକର୍ଡକୁ ଭାଂଗିବାକୁ ଲାଗିପଡିଛନ୍ତି । ଯାହାବି ହେଉ ସେ ଚର୍ବି ଯୁକ୍ତ ଶରୀର କରିବାକୁ ଉଦମ୍ୟ ଜାରି ରଖିଛନ୍ତି । ଏଥିରେ ତାଙ୍କୁ ଖୁବ୍ ସହଯୋଗ କରୁଛନ୍ତି ମୋନିକାଙ୍କର ସ୍ୱାମୀ ସିଡ୍ ରିଲେ । ମୋନିକାଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ସିଡ ମଧ୍ୟ ବହୁତ ପରିଶ୍ରମ କରୁଛନ୍ତି । ଘରର ସମସ୍ତ ଦାୟିତ୍ୱ ନିଜେ ବୁଝୁଛନ୍ତି । ରୋଷେଇ କରି ସୁସ୍ୱାଦୁ ଖାଦ୍ୟ ମୋନିକାଙ୍କୁ ତାଙ୍କ ବରାଦ ଅନୁସାରେ ଖାଇବାକୁ ଦେଉଛନ୍ତି ।

14ମୋନିକାଙ୍କର ଦୈନିକ ଖାଦ୍ୟର ତାଲିକା ଖୁବ୍ ଲମ୍ବା । ଯେଉଁଥିରେ ରହିଛି – ୬ଟି ବିସ୍କୁଟ୍ , ମାଂସ କସା ସହ ଗୋଟିଏ ବ୍ରେଡ୍ ରୋଲ୍. ବଡ ପାତ୍ରରେ ଗହମ ପେସ୍ତା , ୪ଟି ଏମସିଚିକେନ୍ ସାଣ୍ଡୱିଚ୍ , ୪ଟି ଡବଲ ଚିଜବର୍ଗର, ଫ୍ରେଂଚ୍ ଫ୍ରାଇଜ୍ ,୩୦ଟି ଚିକେନ ନଗେଟସ୍ ,ମାକାରୋନି ପନିର୍ , ଟାକୋ ବେଲ୍ ଟ୍ରିଏଟ୍ସ ଓ ଗୋଟିଏ ଗାଲୋନର ଆଇସକ୍ରିମ୍ । ଆଉ ଏସବୁ ପ୍ରସ୍ତୁତ କରି ଦେଉଛନ୍ତି ମୋନିକାଙ୍କ ସ୍ୱାମୀ ସିଡ୍ ରିଲେ 

16ମୋନିକା ସ୍ୱାମୀ ସିଡଙ୍କ ପ୍ରଶଂସା କରି କୁହନ୍ତି କେବଳ ସିଡଙ୍କୁ ଛାଡିଦେଲେ ମୋର ଏ ସ୍ୱପ୍ନ ପାଇଁ କେହି ସାହାଯ୍ୟ କରିନାହାିଁନ୍ତି । ନିଜ ମାଁ ମୋନିକାଙ୍କୁ ଏମିତି ପୃଥୁଳାକାର ଶରୀର କରିବାକୁ ବାରଣ କରିଥିଲେ । କିନ୍ତୁ ମୋନିକା କାହା କଥାକୁ ନଶୁଣି ନିଜ ଶରୀରର ଓଜନ ବଢାଇବାରେ ସଂଘର୍ଷ ଜାରି ରଖିଛନ୍ତି ।

17ନିଜର ନରମ ବୃହତ ଚର୍ବି ଯୁକ୍ତ ପେଟକୁ ମୋନିକା ଖୁବ୍ ଭଲ ପାଉଛନ୍ତି । ଏହାକୁ ଆହୁରି ବଢାଇବାକୁ ଆଶା ରଖିଛନ୍ତି । ଦିନେ ତାଙ୍କର ଏହି ସ୍ୱପ୍ନ ପୂରା ହେବ ଏବଂ ବିଶ୍ୱର ସବୁଠୁ ଫାଟେଷ୍ଟ ୱିମେନ ହେବାର ଗୈାରବ ଅର୍ଜନ କରିବାରେ କେହି ରୋକି ପାରିବେ ନାହିଁ ବୋଲି ମୋନିକା ଦୃଢ ଚିତ୍ତରେ କୁହନ୍ତି । ୟୁଟୁବରେ ମୋନିକାଙ୍କ ଭିଡିଓ ଖୁବ୍ ଭାଇରାଲ ସାଜିଛି ।
ଦେଖନ୍ତୁ ଏହି ଭିଡିଓରେ ମୋନିକାଙ୍କ ବୃହତ ଶରୀରକୁ –