କନକ ବ୍ୟୁରୋ: ପୁଅ ମାଟି ମା’ ପାଇଁ ପ୍ରାଣବଳି ଦେଇଛି । ବାପା-ମାଆଙ୍କୁ ବି ବୀରପୁଅର ବାପା-ମାଆ ବୋଲି ନୂଆ ପରିଚୟ ମିଳିଛି । କୋହଭରା କଣ୍ଠ ଆଉ ଓଦା ହୋଇଥିବା ପଣତରେ ସହିଦ ପୁଅର ଫଟୋକୁ ପୋଛି ଦେଇ, ଲୁହକୁ ଛାତିରେ ଚାପିଦେଉଛନ୍ତି ଚଳନ୍ତି ପ୍ରତିମା । ସୁନ୍ଦର ସଂସାର ସ୍ୱପ୍ନ ଦେଖିଥିବା ପୁଅ ସହିଦ ହେବା ପରେ, ଦୁଃଖ ସହ ଦଇବର ଦାରୁଣ ଯନ୍ତ୍ରଣା ଭୋଗୁଛନ୍ତି ବୀର ଯବାନ ମନୋଜ ବେହେରାଙ୍କ ପରିବାର ।

Advertisment

ସାହାସୀ ସିପାହୀ ସହିଦ ହେବା ପରେ କେମିତି ପେଟର ଭୋକକୁ ମାରନ୍ତି ସେମାନଙ୍କ ପରିବାର? କେମିତି ଲୁହକୁ ଲକ୍ଷ୍ମଣରେଖା ଭିତରେ ରଖି ବଞ୍ଚିଥାନ୍ତି ପରିଜନ? ନିଆଳିର ସହିଦ ବୀର ମନୋଜ ବେହେରାଙ୍କ ପରିବାରର ଦୟନୀୟ କାହାଣୀ ଆପଣଙ୍କୁ କନ୍ଦାଇଦେବ ।

ଚାହୁଁ ଚାହୁଁ ପୁଅ ସହିଦ ହେବାର ୫ ବର୍ଷ ବିତିଲାଣି । ପୁଲୱାମା ଆତଙ୍କୀ ହମଲାରେ ପୁଅ ପ୍ରାଣବଳୀ ଦେଇଥିଲା, ଆଉ ତା’ର କିଛିମାସ ପରେ ଦୟନୀୟ ଅବସ୍ଥାରେ କଟୁଛି ତାଙ୍କ ପରିବାର ଦିନ । ଏମିତିକି ପେଟକୁ ଦାନା ଗଣ୍ଡେକ ପାଇଁ କୌଳିକ ବୃତ୍ତିକୁ ଆପଣାଇଛନ୍ତି, ତାଳପତ୍ରରେ ତିଆରି ଭୋଗେଇ, ଝାଡୁ, ଇତ୍ୟାଦି କରି ବଜାରରେ ବିକୁଛନ୍ତି ସହିଦଙ୍କ ବାପା ମାଆ ।

ପୁଅର ପିଲାଦିନର ପ୍ରତିଟି ସ୍ମୁତିକୁ ମନେ ପକେଇ ପୁଅର ଫେରିବା ବାଟକୁ ଘର ଦୁଆର ମୁହଁରେ ଚାହିଁ ବସିଛନ୍ତି ବାପା । କେବେ ଫେରିବ ମୋ ପୁଅ ..କଥା ଦେଇ ଯାଇଥିଲା ଶୀଘ୍ର ଫେରିବ ବୋଲି । କଥା ନରଖି ଠକିଦେଲା ମୋତେ । ଧନ ତୁ ଗଲା ପରେ ଆମେ ବୁଢ଼ା, ବୁଢ଼ୀ ଦୁହେଁ କେମିତି ଅଛୁ ଦେଖି ଯାଆ ବୋଲି ମନେ ମନେ ବାହୁନୁଛନ୍ତି ।

ମନୋଜ ବେହେରା ନିଆଳି ରତନପୁର ଗାଁର ବୀର ଯବାନ । ସହୀଦ ସାଙ୍ଗ ସହ ବିତେଇ ଥିବା ସମୟକୁ ପ୍ରତି ମୁହୁର୍ତରେ ମନେ ପକାଇ ମନୋଜକୁ ଝୁରୁଛନ୍ତି ତାଙ୍କ ଗ୍ରାମବାସୀମାନେ । ଆଉ ମନୋଜ ପଢିଥିବା ସ୍ଲୁଲରେ ବି ସେହି ସମାନ ସ୍ଥିତି । କୁନି କୁନି ପିଲାମାନେ ବଡ଼ ଭାଇଙ୍କୁ ହରାଇ ଭାଙ୍ଗି ପଡିଥିବା ବେଳେ ବଡ ହୋଇ ମନୋଜଙ୍କ ପରି ହେବେ ବୋଲି ସପଥ ନେଇଛନ୍ତି । ସହିଦ ପୁଅ ମାଆ କୋଳକୁ ଫେରିବନି କି ଗାଁକୁ ଫେରିବନି । ଆଉ ମୃତ୍ୟୁ ଚିର ସତ୍ୟ ଜାଣି ବି ସୁଖି ଯାଇଥିବା ଘାଆ ତଳୁ ଦରଜକୁ ଭୁଲି ପାରୁନି ମାଆ, ଭୁଲି ପାରୁନି ଗାଁ ।