ଦେଶବାସୀଙ୍କ ପାଇଁ ବଡ ଖବର । ସେପ୍ଟେମ୍ବର ପହିଲାରୁ ବଦଳିପାରେ ୭ଟି ନିୟମ… କ’ଣ ଶସ୍ତା ହେବ କ’ଣ ମହଙ୍ଗା ହେବ? ଜାଣିବା ପାଇଁ ପଢ଼ନ୍ତୁ…ଏହି ରିପୋର୍ଟ

5,739

କନକ ବ୍ୟୁରୋ : କରୋନା ମହାମାରୀର ପ୍ରଭାବ ସାରା ବିଶ୍ୱ ଉପରେ ପଡିଛି । ଏହାର ପ୍ରଭାବରେ ଭାଙ୍ଗିଯାଇଛି ଆର୍ଥୀକ ମେରୁଦଣ୍ଡ । ହନ୍ତସନ୍ତ ହେଉଛନ୍ତି ଦେଶବାସୀ । ଏଭଳି ସ୍ଥିତିରେ ଆସନ୍ତା ସେପ୍ଟମ୍ବର ଏକ ତାରିଖରୁ କିଛିଟା ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ନିୟମରେ ପରିବର୍ତନ ହେବ ଏବଂ କଣ ଶସ୍ତା ହେବ ଆଉ କଣ ମହଙ୍ଗା ହେବ…

ଶସ୍ତା ହେବ ଏଲପିଜି… 

କରୋନା କାଳରେ ପନି-ପରିବାଠୁ ଆରମ୍ଭ କରି ରାସନ ସାମଗ୍ରୀ ସବୁ ମହଙ୍ଗା ହୋଇଥିବାବେଳେ ଉପଭୋକ୍ତାଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଖୁବ୍ ଶୀଘ୍ର ଶସ୍ତା ହୋଇପାରେ ଏଲପିଜି ଗ୍ୟାସ୍ । ଆସନ୍ତା ସେପ୍ଟେମ୍ବର ଏକ ତାରିଖରୁ ଏଲପିଜି, ସିଏନଜି ଏବଂ ପିଏନଜିର ଦାମ ତଳକୁ ଖସିପାରେ ବୋଲି ସୂଚନାରୁ ଜଣାପଡିଛି ।

ମହଙ୍ଗା ହେବ ବିମାନ ଯାତ୍ରା…

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧ରୁ ମହଙ୍ଗା ହେବ ବିମାନଯାତ୍ରା । ଘରୋଇ ଏବଂ ଆନ୍ତର୍ଜାତିୟ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କଠୁ ଆଦାୟ ହେବ ଉଚ୍ଚ ବିମାନ ସୁରକ୍ଷା ଦେୟ  । ଘରୋଇ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କଠୁ ୧୫୦ଟଙ୍କା ବଦଳରେ ୧୬୦ ଟଙ୍କା ଆଦାୟ କରାଯିବ । ସେହିଭଳି ଅନ୍ତର୍ଜାତିୟ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ୪.୮୫ ଡଲାର ବଦଳରେ ୫.୨ ଡଲାର ଦେବାକୁ ପଡିବ

ବଢିବ ଇଏମଆଇ ସୁଧ…

ଇଏମଆଇ ଭରୁଥିବା ଲୋକଙ୍କ ପକେଟ ଉପରେ ପଡିବ ମହଙ୍ଗା ମାଡ । ବଢିପାରେ ଇଏମଆଇ ସୁଧ । କରୋନା ମହାମାରୀ ପଇଁ ଇଏମଆଇ ଦେବାରେ ଯେଉଁ ରୋକ ଲାଗିଥିଲା ତାର ସମୟସୀମା ଅଗଷ୍ଟ ୩୧ ତାରିଖରେ ସରୁଛି । ପୁଣି ଋଣ କରିଥିବା ଲୋକଙ୍କଠୁ ସୁଧ ଆଦାୟ କରିବ ବ୍ୟାଙ୍କ । କରୋନା ପାଇଁ ବ୍ୟାଙ୍କ ଗୁଡିକର ସ୍ଥିତି ଠିକ୍ ନଥିବା ବେଳେ ଇଏମଆଇ ସୁଧ ବଢାଇବା ନେଇ ଏସବିଆଇ ଏବଂ ପିଏନବି ପକ୍ଷରୁ ଆଲୋଚନା ଜାରି ରହିଛି

ଦିଲ୍ଲୀରେ ପୁଣି ଆରମ୍ଭ ହେବ ମେଟ୍ରୋ ସେବା… 

ଦିଲ୍ଲୀରେ ଦୀର୍ଘଦିନଧରି ବନ୍ଦ ରହିଥିବା ମେଟ୍ରୋ ସେବା ପୁଣିଥରେ ଚାଲୁହେବ । ଅନଲକ ୪ ଠାରୁ ଏହି ସେବାକୁ ପୁଣିଥିରେ ଆରମ୍ଭ କରିବା ପାଇଁ ଗତ କିଛି ଦିନ ତଳେ କେନ୍ଦ୍ରସରକାରଙ୍କୁ ନିବେଦନ କରଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବାଲ ।

ପୁଣି ଉଡାଣ ଭରିବ ଇଣ୍ଡିଗୋ ଏୟାରଲାଇନ୍ସ…

ଖୁବ୍ ଶୀଘ୍ର ପର୍ଯ୍ୟାୟ କ୍ରମେ ଇଣ୍ଡିଗୋ ଏୟାରଲାଇନ୍ସ ତାର ସେବା ଆରମ୍ଭ କରିବାକୁ ଯାଉଛି । ସେପ୍ଟେମ୍ବର ୧ତାରିଖରୁ ପ୍ରୟାଗରାଜ, କୋଲକଲା ଏବଂ ସୁରଟକୁ ଉଡାଣ ଭରିବ ବିମାନ

ଖୋଲିବ ଶିକ୍ଷାନୁଷ୍ଠାନ… 

ଆସନ୍ତା ମାସରୁ ଦେଶରେ ଲାଗୁ ହେବ ଅନଲକ୍-୪ । ଆଉ ଏହାରି ମଧ୍ୟରେ କିଛି କଟକଣା ସହ ସ୍କୁଲ ଖୋଲିବାକୁ ନିସ୍ପତି ନେଇ ପାରନ୍ତି କେନ୍ଦ୍ର ସରକାର ।

ଆନ୍ଦୋଳନକୁ ଓହ୍ଲାଇପାରିବେ ଓଲା-ଉବେର ଚାଳକ 

କରୋନା ମହାମାରୀ ପାଇଁ ଓଲା-ଉବେର ଚାଳକଙ୍କୁ ଅନେକ କ୍ଷତି ସହିବାକୁ ପଡିଛି । ତେଣୁ ଏହାରି ମଧ୍ୟରେ ଭଡା ବଢାଇବା, ଲୋନ ସୁଝିବା ପାଇଁ ସମୟସୀମା ବୃଦ୍ଧି କରିବା ଆଦି ଦାବି ନେଇ ସେପ୍ଟେମ୍ବର ୧ରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।