ଆଜିଠାରୁ ବଡ଼ ପରିବର୍ତ୍ତନ : ବଦଳିଲା ଏହି ସବୁ ନିୟମ, ଗ୍ରାହକଙ୍କ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

311

କନକ ବ୍ୟୁରୋ : ଆଜିଠାରୁ ଆପଣଙ୍କ ଜୀବନଶୈଳୀ ସହ ଜଡିତ ଅନେକ କ୍ଷେତ୍ରରେ କେତେକ ପରିବର୍ତ୍ତନ ହୋଇଛି । ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ଉପରେ ପଡିବ । ଜୁଲାଇ ମାସରେ ବ୍ୟାଙ୍କ ସେବାଠୁ ଆରମ୍ଭ କରି ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଆଉ ଏଲପିଜି ଗ୍ୟାସ ସମ୍ପର୍କୀତ ଅନେକ ବିଷୟରେ କିଛି କିଛି ପରିବର୍ତ୍ତନ ହେବାକୁ ଯାଉଛି । ତେଣୁ ଆସନ୍ତୁ ଜାଣିବା ଜୁଲାଇ ମାସରୁ ହେବାକୁ ଯାଉଛି କେଉଁ କେଉଁ ପରିବର୍ତନ…

ବଦଳିଲା ଗ୍ୟାସ୍ ଦର
ସାଧାରଣତଃ ପ୍ରତି ମାସର ପହିଲାରେ ଗ୍ୟାସ କମ୍ପାନିମାନେ ନିଜର ନୂଆଦର ଧାଯ୍ୟ କରିଥାନ୍ତି । ତେଣୁ ଆଜିଠାରୁ ବଢିଛି ଏଲପିଜିର ଦର । ରାଜଧାନୀ ଦିଲ୍ଲୀରେ ଆଜି ଏଲପିଜି ଦର ଘରୋଇ ସିଲିଣ୍ଡର ପିଛା ୨୫ଟଙ୍କା ବଢି ୮ଶହ ୩୪ଟଙ୍କା ୫୦ ପଇସା ହୋଇଛି । ୧୯ କେଜିଆ କମର୍ସିଆଲ ସିଲିଣ୍ଡର ୭୬ଟଙ୍କା ବଢି ୧୫ଶହ ୫୦ଟା ହୋଇଛି । ପ୍ରତିମାସ ପହିଲାରେ ନୂଆଦର ଧାର୍ଯ୍ୟ ହୋଇଥାଏ । ଯାହାର ସିଧାସଳଖ ପ୍ରଭାବ ଗ୍ୟାସ ଉପଭୋକ୍ତାଙ୍କ ପକେଟ୍ ଉପରେ ପଡିବ ।

ଏସବିଆଇର ନୂଆ ନିୟମ
ଆଜିଠାରୁ ଲାଗୁହେଲା ଏସବିଆଇ ତଥା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ନୂଆ ଗାଇଡ଼ଲାଇନ୍ । ମାସକ ମଧ୍ୟରେ ୪ଥର ଉଠାଣ ପରେ ଅଧିକ ଉଠାଣ କଲେ ପ୍ରତି ଉଠାଣରେ ୧୫ ଟଙ୍କା ସହିତ ଜିଏସଟି ଲାଗୁ ହେବ । ଏସବିଆଇର ଚେକ୍ ବୁକ୍ ପାଇଁ ଅଧିକ ପଇସା ଦେବାକୁ ପଡ଼ିବା । ମାଗଣା ଚେକ୍ ପରେ ଅଧିକ ଚେକ୍ ପାଇଁ ଦେବାକୁ ହେବ ଟଙ୍କା । ବର୍ଷକୁ ୧୦ଟା ମାଗଣା ଚେକ୍ ପରେ ଅଧିକ ଚେକ୍ ପାଇଁ ଦେବାକୁ ପଡ଼ିବ ଦେୟ । ଆୟକର ରିଟନ୍ କରୁନଥିବା ଲୋକଙ୍କୁ ଅଧିକ ଟିଡ଼ିଏସ ଦେବାକୁ ପଡ଼ିବ । ଏହି ନୀୟମ ୫୦ହଜାରରୁ ଅଧିକ ଟିଡ଼ିଏସ ଦେଉଥିବା ଲୋକଙ୍କ ପାଇଁ ଲାଗୁହେବ ।

ମହଙ୍ଗା ହେବ ଚେକ୍ ବ୍ୟବହାର
ଏଣିକି ଚେକ୍ ସାହାଯ୍ୟରେ ଟଙ୍କା ଉଠାଣ ଏସବିଆଇ ଗ୍ରାହକଙ୍କ ପାଇଁ ମହଙ୍ଗା ହୋଇଛି । କାହିଁକି ନା ଏବେ ୧୦ଟି ଚେକ୍ ପରେ ଆଉ ଅଧିକ ଚେକ୍ ପାଇବାକୁ ହେ ଲେ ଗ୍ରାହକଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ହେବ । ୧୦ଟି ଚେକ୍ ପାଇଁ ୪୦ ଟଙ୍କା ପ୍ଲସ୍ ଜିଏସଟି ଏବଂ ୨୫ଟି ଚ୍କେ ପାଇଁ ୭୫ ଟଙ୍କା ପ୍ଲସ୍ ଜିଏସଟି ଦେବାକୁ ପଡିବ । ତେବେ ବରିଷ୍ଠ ନାଗରକଙ୍କୁ ଏଥିରୁ ଛାଡ କରାଯାଇଛି ।

ବଦଳିବ ସିଣ୍ଡିକେଟ୍ ବ୍ୟାଙ୍କ ଆଏଫଏସସି କୋର୍ଡ
ଜୁଲାଇ ପହିଲାରୁ ସିଣ୍ଡିକେଟ୍ ବ୍ୟାଙ୍କର ଆଏଫଏସସି କୋର୍ଡ ବଦଳିବାକୁ ଯାଉଛି । ତେଣୁ ତୁରନ୍ତ ସିଣ୍ଡିକେଟ୍ ବ୍ୟାଙ୍କ ଖାତାଧାରୀ ମାନେ ନିଜର ଖାତାକୁ ଅପଡେଟ୍ କରାଇନେବାକୁ କୁହାଯାଇଛି । ଅସଲ କଥା ହେଉଛି, ସିଣ୍ଡିକେଟ୍ ବ୍ୟାଙ୍କ କାନାରା ବ୍ୟାଙ୍କ ସହିତ ମର୍ଜ ହୋଇସାରିଛି । ଏହାସତ୍ୱେ ମଧ୍ୟ ଲୋକମାନେ ଏବେ ବି ନିଜର ପୁରୁଣା ପାସବୁକ ବ୍ୟବହାର କରୁଛନ୍ତି । ଏବେ କିନ୍ତୁ ଜୁଲାଇ ପହିଲାରୁ ଏହାକୁ ବଦଳାଇବାକୁ ବ୍ୟାଙ୍କ ନିଷ୍ପତି ନେଇଛି ।

ସେହିପରି ଆପଣ ଯଦି ଜୁନ୍ ୩୦ ସୁଦ୍ଧା ନିଜର ଇନକମ ଟ୍ୟାକ୍ସ ରିଟଣ୍ଣ ଫାଇଲ କରିନାହାନ୍ତି । ତେବେ ଆଜିଠାରୁ ଏଥିପାଇଁ ଆପଣଙ୍କୁ ଦୁଇଗୁଣା ଟିଡିଏସ ଦେବାକୁ ପଡିବ । କାହିଁକି ନା ଆୟକର ରିଟଣ୍ଣ ଦେବାକୁ ସରକାର ଦୁଇ ଦୁଇ ଥର ସୁଯୋଗ ଦେଇସାରିଛନ୍ତିି ।