ଦୁଇଟି ନେଟୱାର୍କ ପାଇଁ ଚାଲିବାକୁ ପଡେ ଦୁଇ କିଲୋମିଟର । ପାହାଡ଼ ଉପରକୁ ଚଢ଼ିଲେ ଆଗାମୀ ଭବିଷ୍ୟତ ପଢ଼ନ୍ତି ଅନଲାଇନ୍ ପାଠ ।

129

କନକ ବ୍ୟୁରୋ: ଅନଲାଇନ୍ ପାଠ, ଏ ଶବ୍ଦ ବିକଶିତ ଦେଶ ବା ସ୍ମାର୍ଟ ସହର ମାନଙ୍କରେ ଶୋଭା ପାଉଥିବ । ହେଲେ ଏଭଳି ଅନଲାଇନ୍ ‘ଦୃଶ୍ୟ’ ବିକାଶର ପାଦ ପଡ଼ିନଥିବା ପଛୁଆ ଅଞ୍ଚଳରେ ହିଁ ଦେଖିପାରିବେ ଆପଣ । ଯେଉଁଠି ପାହାଡ଼ ଚଢ଼ିଲେ ହିଁ ପ୍ରଶ୍ନର ଉତ୍ତର ଅନଲାଇନରେ ମିଳିବା ସମ୍ଭବ । ମୋବାଇଲର କେବଳ ଦୁଇଟା ନେଟୱର୍କ ପାଇଁ ୨ କିଲୋମିଟର ପାହାଡ଼ ଚଢିବାକୁ ପଡୁଛି । ଆଉ ଯେଉଁଠି ନେଟ୍ୱଓର୍କର ଦୁଇଟା ଖୁଣ୍ଟି ମୋବାଇଲରେ ଦିଶୁଛି ସେଠି ଆରମ୍ଭ ହୁଏ ଭବିଷ୍ୟତ ଗଢ଼ା ।

କୋରାପୁଟ ବୈପାରି ଗୁଡ଼ା ବ୍ଳକର ଚିପାକୁର ପଚାଂୟତ । ପାହାଡ଼ ପର୍ବତ ଘେରା ଚିପାକୁର ପଚାଂୟତ ମାଓ ଅଧୁଷିତ ଅଞ୍ଚଳ ଭାବେ ପରଚିତ । ଏହି ଗାଁର କ୍ଳଷ୍ଟର ଅଧିନରେ ୪୫ଟି ଗ୍ରାମ ରହିଛି । ଆଉ ଗାଁ ପିଲା ପଢ଼ିବା ପାଇଁ ଛୋଟ ବଡ଼ ୧୫ ଟି ସରକାରୀ ବିଦ୍ୟାଳୟ ବି ରହିଛି । ହେଲେ କରୋନା କାଳରେ ସବୁ କିଛି ବନ୍ଦ । ଗାଁରେ ନେଟୱାର୍କ ନଥିବାରୁ ଗାଁ ପିଲା ସବୁ ୨ କିଲୋମିଟର ପାହାଡ଼ ଚଢ଼ି ନେଟୱାର୍କ ଖୋଜୁଛନ୍ତି । ଆଉ ଯେଉଁଠି ନେଟୱାର୍କ ମିଳୁଛି ସେଠାରେ ଆରମ୍ଭ ହୁଏ ଏମାନଙ୍କ ଅନଲାଇନ୍ କ୍ଳାସ । କିଏ ପଥର ଉପରେ ତ କିଏ ଗଛ ମୁଳେ । ପାଠ ପଢ଼ା ସରିଲା ପରେ ଉତ୍ତର ପାଇଁ ଗାଁ ଶିକ୍ଷକଙ୍କ ପାଖକୁ ଯାଉଛନ୍ତି ଆମ ଦେଶର ଆଗାମୀ ଭବିଷ୍ୟତ ।

କ୍ଳାସ ଟାଇମ ହୋଇଗଲେ ଯିଏ ଯାହାର ମୋବାଇଲ ପାଇଲା ଘରୁ ମାଗିଆଣି ପାହାଡ଼ ଉପରକୁ ଚଢୁଛନ୍ତି ଆଉ ପଢୁଛନ୍ତି । ଅଭାବ ଅନଟନରେ ଚଳୁଥିବା ଉପାନ୍ତ ଅଞ୍ଚଳର ଲୋକେ ବୋଲି ଅଧିକାଂଶ ଘରେ ମୋବାଇଲ ନାହିଁ । କାରଣ ଏଠି ଦିନ ମଜୁରିଆ ସାଜିଲେ ମୁହଁରେ ଦୁଇଗଣ୍ଡା ଦାନା ପଡେ । ଆଉ ତାଙ୍କ ପିଲାମାନେ ଏବେ ଘରୁ ସ୍କୁଲକୁ ନୁହଁ ତାଲା ପଡ଼ିଥିବାରୁ ପିଲା ଏବେ ଘଚଂ ଜଙ୍ଗଲର ପାହାଡ଼ ଚଢ଼ୁଛି । ପାଦେ ପାଦେ ବିପଦ, ଆଗକୁ ବଢ଼ିଲେ ମୋବାଇଲକୁ ଆସେ ନେଟୱର୍କ । ଏମିତି ଅନଲାଇନରେ ସବୁଦିନ ପ୍ରଶ୍ନର ଉତର ଠିକ ଭାବେ ଜାଣି ପାରୁନାହାନ୍ତି ଏମାନେ । ତେଣୁ ଅନଲାଇନରୁ ଉତ୍ତର ମିଳିବା ପରେ ବି ସମସ୍ୟା ହେଉଥିବାରୁ ତାଙ୍କୁ ଧିରେ ଧିରେ ପଢ଼ାଇବାକୁ ପଢୁଛି ବୋଲି ସ୍ଥାନୀୟ ଶିକ୍ଷକ କୁହନ୍ତି ।

କରୋନା କାଳରେ ସମସ୍ତେ କଲବଲ ହେଉଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଆଣିଦେଇଛନ୍ତି ଅନ ଲାଇନ ଶିକ୍ଷାଦାନ । ମୋବାଇଲରୁ ୟୁଟ୍ୟୁବ୍ ପାଠପଢ଼ାର ମାଧ୍ୟମ କିନ୍ତୁ ଏହି ଅନଲାଇନର ଆଶା ମାଓ ଅଚଂଳରେ କିପରି କାମ କରୁଛି ତାର ଏକ ବାସ୍ତବ ଚିତ୍ର ଏଭଳି ଯଦି ହୁଏ କେତେ ଭବିଷ୍ୟତ ଗଢ଼ା ହେବେ ଆପଣ ନିଜେ ଅନୁମାନ କରିପାରିବେ ।